ନିଶ୍ଚିନ୍ତକୋଇଲି'/ଦେବେନ୍ଦ୍ର ଷଢଙ୍ଗି: ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ପୋଲିସ ଚାକିରୀରେ ବହୁ ବର୍ଷ ନିଷ୍ଠାପର ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିବା ପୋଲିସ କନେଷ୍ଟବଳ ଅନନ୍ତ କିଶୋର ଦିକ୍ଷିତଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶୁକ୍ରବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଏସଡ଼ିପିଓ ବିମଳ ବାରିକ ଯୋଗଦାନ କରି ଶ୍ରୀ ଦିକ୍ଷିତଙ୍କ ବହୁମୁଖି ପ୍ରତିଭା ତଥା ପୋଲିସ ଜୀବନରେ ନିଷ୍ଠାପର ଭାବେ ବହୁବର୍ଷ କାର୍ଯ୍ୟକରିଥିବା ଉଚ୍ଚ ଆଦର୍ଶ ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ କେବେବି ଭୁଲିପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ନିଶ୍ଚିନ୍ତକୋଇଲି ଥାନା ପକ୍ଷରୁ ବିଦାୟୀ କନେଷ୍ଟବଳଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଥାନା ଆଇଆଇସି ଶ୍ରୀମତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସମସ୍ତ ଉପସ୍ଥିତ ପୋଲିସ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ରାଜ୍ୟ
ପୋଲିସ କନେଷ୍ଟବଳଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
- Hits: 295