ହେଡଲାଇନସ୍:

ଭାସ୍ୱାଧୀନତା ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁର,(ଜୟଶଙ୍କର ଦାଶ) :  ୭୨ ତମ ସ୍ୱାଧୀନତା ଦିବସ ପାଳନ ଅବସରରେଜିଲ୍ଲା  ସ୍ତରୀୟ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ପାଇଁ  ଏକ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା ।  ଜିଲ୍ଲା  ପ୍ରଶାସନ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ୧୧ ଟି ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।  ଦେଶାତ୍ମବୋଧ ସଂଗୀତର ତାଳେ ତାଳେ ପ୍ରତିଯୋଗୀ ମାନେ ନୃତ୍ୟ ପରିବେଷଣ କରିଥିଲେ ।  ମୂଲ୍ୟାୟନ ଆଧାରରେ ଶ୍ରେଷ୍ଠ  ୪ ଗୋଟି ଦଳଙ୍କୁ ଚୟନ କରାଯାଇଥିଲା ।  ଆପେକ୍ସ ଇଂଲିଶ ମିଡିୟମ ସ୍କୁଲ,  ଜବାହର ନବୋଦୟ ବିଦ୍ୟାଳୟ, +୨ କ୍ରାନିୟମ ବିଜ୍ଞାନ ଆବାସିକ ମହାବିଦ୍ୟାଳୟ,  ବୈଷ୍ଣବ ଦତ୍ତ ନୋଡାଲ ଊଚ୍ଚ ବିଦ୍ୟାଳୟ  ଏହି ପ୍ରତିଯୋଗିତାରେ ଊଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲ୍ଲା  ସ୍କୁଲ ପଡିଆ ଠାରେ ଅନୁଷ୍ଠିତ  ଜାତୀୟ ଦିବସ କାର୍ଯ୍ୟକ୍ରମରେ ଦେଶାତ୍ମବୋଧ ସମ୍ୱଳିତ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।  ମୋଟ ୫ ଗୋଟି ସାଂସ୍କୃତିକ ଦଳ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଥିବାବେଳେ ଏହି ୪ ଗୋଟି ଦଳଙ୍କ ସହ ଶୋଭନୀୟ ଶିକ୍ଷାଶ୍ରମର ଚ୍ଥାତ୍ର ଚ୍ଥାତ୍ରୀ ମାନେ ମଧ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବାର ସୁଯୋଗ ପାଇବେ ବୋଲି ଜିଲ୍ଲା  ସଂସ୍କୃତି ଅଧିକାରୀ ଜଣାଇଚ୍ଥନ୍ତି ।  ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୫ ତାରିଖ ପୂର୍ବାହ୍ନରେ ଜିଲ୍ଲା  ସ୍କୁଲ ପଡିଆ ଠାରେ ଅନୁଷ୍ଠିତ  ହେବ ।  

0
0
0
s2sdefault