ହେଡଲାଇନସ୍:

ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର- ପଦ୍ମପୁର ସବଡିଭିଜନାଲ ଡାକ୍ତରଖାନା ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ସ୍ଥାନୀୟ ରଜାପଡା ପ୍ରାଥମିକ ବିଦ୍ୟାଳୟର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବର୍ଷରେ ଶହେ ଘଣ୍ଟା ବା ସପ୍ତାହରେ ଦୁଇ ଘଣ୍ଟା ସ୍ବତଃ ପ୍ରବୄତ୍ତ ଭାବରେ ସ୍ବଛ୍ଛତା ତାଙ୍କ କାମ କରିବା ପାଇଁ ଶପଥ ପାଠ କରିଥିଲେ । ନିଜ ପରିବେଶ ,ଗାଁ ପରିବେଶ ତଥା କାର୍ଯ୍ୟାଳୟ ପରିବେଶ ସଫା ରଖିବା ପାଇଁ ଶପଥ ପାଠ କରିଥିଲେ । ଏହି ସହ ନିଜ ଶରୀରକୁ କିପରି ସଫା ରଖିବା ସହ ଜୀବାଣୁ ମୁକ୍ତ ରଖି ପାରିବେ ସେଥିପାଇଁ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଏନଏମ ବିଶ୍ବଳୟା ସାହୁ,ମିନତୀ ସାହୁ ଆଶାକର୍ମୀ ମଞ୍ଜୁ ଭୋଇ,ଗୀତାଞ୍ଜଳି ବନଛୋର,ସୁରେଖା ନନ୍ଦିଘୋଷ, ଜ୍ୟୋତିମୟୀ ପାଣ୍ଡେ,କଲ୍ୟାଣୀ ପଟେଲ,ସୁଷମା ତାଣ୍ଡୀ,କିଶୋରୀ ବରିହା, ଲକ୍ଷ୍ମୀ ବାଗ, ପଦ୍ମିନୀ ପରିଡା ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

0
0
0
s2sdefault