ହେଡଲାଇନସ୍:

ଟାଟା ଷ୍ଟିଲ୍ ପକ୍ଷରୁ କଳିଙ୍ଗନଗର କାରଖାନାକୁ ମେସିନ ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥର ବ୍ୟବହାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପରିବହନ ପାଇଁ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିବାରେ ଓଡ଼ିଶାରେ ଟାଟା ଷ୍ଟିଲ୍ ପ୍ରଥମ କଂପାନି

କଳିଙ୍ଗନଗର / ଭୁବନେଶ୍ୱର: ଏକ କାର୍ବନ୍ ନିଉଟ୍ରାଲ୍ ଭବିଷ୍ୟତ ସୃଷ୍ଟି କରିବା ଲାଗି ରହିଥିବା ନିଜର ପ୍ରତିବଦ୍ଧତାକୁ ଦୋହରାଇ ଏହାର କଳିଙ୍ଗନଗର ସମ୍ପ୍ରସାରଣ ପ୍ରକଳ୍ପ ପାଇଁ ପ୍ରଥମ ଲାଗି ଭାରି ମେସିନ୍ ଆଣିବା ପାଇଁ ଅନ୍ତର୍ଦେଶୀୟ ଜଳପଥକୁ ବ୍ୟବହାର କରିବାରେ ଟାଟା ଷ୍ଟିଲ୍ ଓଡ଼ିଶାର ପ୍ରଥମ ଇସ୍ପାତ କଂପାନି ଭାବରେ ପରିଣତ ହୋଇଛି ।
ଟାଟା ଷ୍ଟିଲ୍‌ର ସାମଗ୍ରୀ ସାଂଘାଇରୁ ଏକ ଚାର୍ଟାର୍ଡ ଜାହାଜରେ ଓଡ଼ିଶାର ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଆସିଥିଲା । ଏହା ପରେ ତାହାକୁ ଏକ ବାର୍ଜରେ ଲୋଡ୍ କରି ଲୁଣା ନଦୀରେ ପରିବହନ କରାଯାଇଥିଲା ଏବଂ ଶେଷରେ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇରେ ୨୦୨୨ ମାର୍ଚ ୧୫ରେ ଅନ୍‌ଲୋଡ୍ କରାଯାଇଥିଲା । ତା’ ପରେ ସେହି ସାମ୍ରଗୀକୁ ସଡ଼କ ପଥରେ ପରିବହନ କରାଯାଇଥିଲା ଓ ୨୦୨୨ ଏପ୍ରିଲ୍ ୨ରେ ତାହା ପ୍ରକଳ୍ପ ସ୍ଥଳରେ ପହଂଚିଥିଲା ।
ଟାଟା ଷ୍ଟିଲ୍‌ର ଇଞ୍ଜିନିୟରିଂ ଆଣ୍ଡ୍ ପ୍ରୋଜେକ୍ଟ (ଇଆଣ୍ଡ୍‌ପି) ଡିଭିଜନ୍ ପକ୍ଷରୁ ପ୍ରାୟ ୧୦୦୦ କ୍ୟୁବିକ୍ ମିଟର୍ (ସିବିଏମ୍‌)ର ଚାରିଟି ସୁପର୍ ଓଭର୍‌ଡାଇମେନ୍‌ସନାଲ୍ କାର୍ଗୋ (ଏସ୍‌ଓଡିସି), ଯାହାମଧ୍ୟରୁ ପ୍ରତିଟିର ଓଜନ ହେଉଛି ୧୦୦ ମେଟ୍ରିକ୍ ଟନ୍ ପର୍ଯ୍ୟନ୍ତ ଓ ଯାହାର ଚଉଡ଼ା ହେଉଛି ୮ ମିଟର ପର୍ଯ୍ୟନ୍ତ ତାହା ପରିବହନ କରିବା ଲାଗି ଜଳପଥ ସମେତ ମଲ୍‌ଟିମୋଡାଲ୍ ଲଜିଷ୍ଟିକ୍ସକୁ ବ୍ୟବହାର କରାଯାଇଛି । ଏହି ପ୍ରକଳ୍ପ ପଣ୍ୟଗୁଡ଼ିକ ହେଉଛି ସ୍ଲାଗ୍ ଗ୍ରାନୁଲେସନ୍ ପ୍ଲାଂଟ୍‌ର ଅଂଶ ଯାହାକୁ ଟାଟା ଷ୍ଟିଲ୍‌ର କଳିଙ୍ଗନଗର କାରଖାନାରେ ସ୍ଥାପନ କରାଯାଉଛି ।
ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ପାଇଁ ସାମଗ୍ରୀ ପରିବହନ ଏବଂ ପ୍ରକଳ୍ପ ଲଜିଷ୍ଟିକ୍ସ ସମାଧାନ ପ୍ରଦାନ କରିବାରେ ଏକ ଅଗ୍ରଣୀ ଲଜିଷ୍ଟିକ୍ ସମାଧାନ ପ୍ରଦାନକାରୀ ସଂସ୍ଥା ଡିଉଗ୍ରୋ ପୋଜେକ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସହିତ ଟାଟା ଷ୍ଟିଲ୍ ପକ୍ଷରୁ ସହଯୋଗିତା ସ୍ଥାପନ କରାଯାଇଛି ।
ଚଳିତ ବର୍ଷ ପୂର୍ବରୁ, ପଶ୍ଚିମବଙ୍ଗର ହଳଦିଆ ବନ୍ଦରରୁ ଇଣ୍ଡୋ-ବାଲାଂଦେଶ ପ୍ରୋଟୋକଲ୍ ରୁଟ୍ (ଆଇବିପି) ଦେଇ ଆସାମ ପର୍ଯ୍ୟନ୍ତ ମଲ୍‌ଟି ମୋଡାଲ୍ ପରିବହନ ଜରିଆରେ ଟିଏମ୍‌ଟି ବାର୍ ପଠାଇବାରେ ଟାଟା ଷ୍ଟିଲ୍ ଦେଶର ପ୍ରଥମ ଇସ୍ପାତ କଂପାନିରେ ପରିଣତ ହୋଇଥିଲା । ଇସ୍ପାତ କ୍ଷେତ୍ର ଓ ଦେଶକୁ ଅଙ୍ଗାରକାମ୍ଳ ମୁକ୍ତ କରିବା ଲାଗି ଏହା ଏକ ଐତିହାସିକ ଉଦ୍ୟମ ଥିଲା ।
ଅବନୀଶ ଗୁପ୍ତା, ଉପସଭାପତି (ଟିକ୍ୟୁଏମ୍ ଆଣ୍ଡ୍ ଇଞ୍ଜିନୟରିଂ ଆଣ୍ଡ୍ ପ୍ରୋଜେକ୍ଟସ୍‌), ଟାଟା ଷ୍ଟିଲ୍ କହିଛନ୍ତି ଯେ, “ଖର୍ଚ୍ଚ ହେଉଥିବା ମୁଲ୍ୟରେ ଲାଭ ସହିତ ଏକ ନିରବଚ୍ଛିନ୍ନ ଲଜିଷ୍ଟିକ୍ସ ମଡେଲ୍ ପାଇଁ ଏହା ପଥ ପ୍ରଦର୍ଶନ କରିବ ଯାହା ଆସେମ୍ବଲ୍‌ଡ ସ୍ଥିତିରେ ପ୍ଲାଂଟ୍ ଓ ମେସିନ୍ ଆମଦାନି ଏବଂ ଏକତ୍ରୀକରଣ ଜରିଆରେ ହାସଲ କରାଯାଇପାରିବ । ଇସ୍ପାତ ଶିଳ୍ପ ଓ ଦେଶର ଅଙ୍ଗାରକାମ୍ଳ ହ୍ରାସ କରିବା ପ୍ରତି ଏହା ଯୋଗଦାନ ପ୍ରଦାନ କରିବ ଏବଂ ସଡ଼କ ଚଳପ୍ରଚଳ କମ୍ କରି ସଡ଼କ ସୁରକ୍ଷାରେ ଉନ୍ନତି ଆଣିବ ।’’
ଦୁନିଆର ଅନ୍ୟ ପ୍ରାନ୍ତ୍ ସହ ଯୋଡ଼ି ହେବା ଲାଗି ଅନ୍ତର୍ଦେଶୀୟ ଜଳପଥରେ ରହିଥିବା ସମ୍ଭାବନାକୁ ଉଜାଗର କରି ଅଧିକ ଚଉଡ଼ା ପଣ୍ୟ (ଓଡିସି), ଅଧିକ ଓଜନ ବିଶିଷ୍ଟ ପଣ୍ୟ (ଓଡବ୍ଲୁସି), ସୁପର୍ ଓଡିସି ପ୍ରକଳ୍ପ ପଣ୍ୟ ପାଇଁ ଟାଟା ଷ୍ଟିଲ୍‌ର ଇଆଣ୍ଡ୍‌ପି ଡିଭିଜନ୍ ପକ୍ଷର ଏହାର ଲଜିଷ୍ଟିକ୍ସ ଦକ୍ଷତା ବଢ଼ାଇବା ଲାଗି ମଲ୍‌ଟି ମୋଡାଲ ଲଜିଷ୍ଟିକ୍ସ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି । ସଡ଼କ ପଥରରେ ପଡ଼ୁଥିବା ଭିତିଭୂମି ପ୍ରତିବନ୍ଧକଗୁଡ଼ିକୁ ଏଡାଇ, ସଡ଼କରେ ଭିଡ଼କୁ କମ୍ କରି ଏହା ଲଜିଷ୍ଟିକ୍ ପ୍ରତିବନ୍ଧକକୁ ଦୂର କରୁଛି ଫଳରେ ସକ୍ଷକ ସୁରକ୍ଷା ବୃଦ୍ଧି ପାଉଛି ଓ ଅନ୍ତର୍ଦେଶୀୟ ଜଳପଥ, ଉପକୂଳ ଚଳପ୍ରଚଳ ଓ ସଡ଼କ ପଥ ପରିବହନର ମିଶ୍ରଣ ଜରିଆରେ ଆମର ପ୍ରକଳ୍ପକୁ ଭାରତର ବିଭିନ୍ନ ବନ୍ଦ ସହ ଯୋଡ଼ି ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଜାହାଜର ନମନୀୟ ବିକଳ୍ପ ପ୍ରଦାନ କରାଯାଉଛି ।
ଏହି ଜଳପଥ ମାଧ୍ୟମ ସଡ଼କ କଟକଣା ସହିତ ଜଡ଼ିତ ଥିବା ଭବିଷ୍ୟତର ଆହ୍ୱାନ ଓ ଅନିଶ୍ଚିତତାଗୁଡ଼ିକୁ ଦୂର କରି ସୁପର ଓଡିସି ପ୍ରକଳ୍ପ ପଣ୍ୟର ପରିବହନ ପାଇଁ ନୂଆ ମାଧ୍ୟମ ଖୋଲିଛି । ପ୍ରକଳ୍ପ କ୍ଷେତ୍ରକୁ ସିଧାସଳଖ ବଡ଼ ଆକାରର ଆସେମ୍ବଲ୍‌ଡ ଉପକରଣ ଆମଦାନି କରିବା ଦ୍ୱାରା କାର୍ଯ୍ୟ କ୍ଷେତ୍ରରେ ଫେବ୍ରିକେସନ୍‌, ଆସେମ୍ବ୍‌ଲି, କାର୍ଯ୍ୟର ନିରୀକ୍ଷଣ ଆଦି ହ୍ରାସ ପାଉଛି ।

 

0
0
0
s2sdefault