ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଲା ଏନଇସିସି
ଭୁବନେଶ୍ୱର (ଶାସକ ପ୍ରଶାସକ ) କୁକୁଡ଼ା ଅଣ୍ଡାର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ଦାବି ପ୍ରସଙ୍ଗରେ କୃଷି, ମତ୍ସ୍ୟ ଓ ପଶୁପାଳନ ବିଭାଗ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଜାତୀୟ ଅଣ୍ଡା ସମନ୍ୱୟ କମିଟି (ଏନଇସିସି) ସହ ଆଲୋଚନା କରିଛନ୍ତି । ଅଣ୍ଡା ଚାଷୀ ମାନଙ୍କ ସହ ଆଲୋଚନା ପରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଅଣ୍ଡା ଦର ବୃଦ୍ଧି ହେବ ବୋଲି ପ୍ରତିଶ୍ରୁତି ଦେଇଛି ଏନଇସିସି ଏନଇସିସି । ଚାଷୀଙ୍କ କ୍ଷତି ଓ ୩ ଦଫା ଦାବି ସମ୍ପର୍କରେ ଏନଇସିସି ଓଡ଼ିଶା ପକ୍ଷରୁ ଉପରୋକ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସୂଚନାଯୋଗ୍ୟ ଏନଇସିସିର ମନମାନି ବିରୋଧରେ ଓ ୬ଦଫା ଦାବି ନେଇ ରାଜରାସ୍ତାରେ ଆଜି ଅଲ ଓଡ଼ିଶା ଲେୟର ଫାର୍ମର୍ସ ଆସୋସିଏସନ ପକ୍ଷରୁ ଧାରଣା ଦିଆଯାଇଥିଲା । ସଂଘର ଅଧ୍ୟକ୍ଷ ଶ୍ରୀ ମାନସ ମଙ୍ଗରାଜଙ୍କ ଏହି ଧାରଣାର ନେତୃତ୍ୱ ନେଇଥିଲେ । ରାଜ୍ୟରେ ଦିନକୁ ପ୍ରାୟ ୯୨ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ୨୦୦ ଚାଷୀ ନିଜ ଫାର୍ମରେ ୫୦ହଜାର ପ୍ରତ୍ୟକ୍ଷ ଓ ୨ଲକ୍ଷ ପରୋକ୍ଷ ନିଯୁକ୍ତି ଦେଇଛନ୍ତି । ହେଲେ ଦେଶରେ ଅଣ୍ଡାର ଦର ସ୍ଥିର କରୁଥିବା ଏନ୍ଇସିସିର ମନମାନି ଓ ପକ୍ଷପାତିତା ଯୋଗୁ ରାଜ୍ୟର ଲେୟର ଚାଷୀ ସଙ୍କଟରେ ପଡ଼ିଛନ୍ତି । ଅଣ୍ଡା ଉତ୍ପାଦନ ଖର୍ଚ୍ଚଠାରୁ କମ ଦରରେ ଅଣ୍ଡା ବିକ୍ରି ହେଉଛି । ଗୋଟିଏ ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ପ୍ରାୟ ୪ଟଙ୍କା ୭୦ ପଇସା ପଡୁଥିବା ବେଳେ ଚାଷୀଙ୍କଠାରୁ ବ୍ୟବସାୟୀ ଅଣ୍ଡା କିଣିବାର ଦର ହେଉଛି ମାତ୍ର ୩ ଟଙ୍କା ୭୦ ପଇସା । ସେପଟେ ଖାଉଟିଙ୍କୁ ବ୍ୟବସାୟୀ ସାଢ଼େ ୬ଟଙ୍କାରୁ ୭ଟଙ୍କାରେ ବିକୁଛନ୍ତି । ଉତ୍ପାଦନ ଖର୍ଚ୍ଚଠାରୁ କମ୍ ଦରରେ ଅଣ୍ଡା ବିକୁଥିବାରୁ ଚାଷୀ ଅଭାବୀ ବିକ୍ରିର ସାମ୍ନା କରୁଥିବା କହିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ । ଏଣୁ ଉଚ୍ଚିତ ପଦକ୍ଷେପ ନେବାକୁ ତୁରନ୍ତ ପଦକ୍ଷେପ ନେବାକୁ ଏନଇସିସି ସହ ଆଲୋଚନା ହୋଇଥିବା କହିଛନ୍ତି କୃଷି ମନ୍ତ୍ରୀ । ଅନ୍ୟପକ୍ଷରେ ପ୍ରତିଶ୍ରୁତି ପୂରଣ ନହୁଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବାକୁ ଚାଷୀ ମାନେ ଚେତାବନୀ ଦେଇଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏନଇସିସି ଓଡିଶା ସିଇଓ ଶୁଭେନ୍ଦୁ ସାହୁ , ଅଲ ଓଡିଶା ଲେୟର ଫାର୍ମର ଆସୋସିଏସନ ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ରଙ୍କ ସମେତ ଆସୋସିଏସନର ଅନ୍ୟ ପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |