ସୁଵର୍ଣପୁର(ପ୍ରକାଶ ହାତୀ) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ବାଙ୍କୀପାଲି ପଂଚାୟତ ଉଚ୍ଚବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଶିକ୍ଷା ଅଧିକାରୀ ଗଣେଶ କିଶନ ବିଜ୍ଞାନ ସମ୍ବଳିନୀକୁ ଉଦଘାଟନ କରିଥିଲେ।ଡୁଙ୍ଗୁରିପାଲି ବ୍ଳକ ର ୧୫ଟି କ୍ଳଷ୍ଟର ରୁ ପ୍ରାଥମିକ ସ୍ଥରରୁ ୧୯ଟି ପ୍ରକଳ୍ପ,ଉଚ୍ଚ ପ୍ରାଥମିକ ସ୍ଥରରେ ୧୧୯ଟି ପ୍ରକଳ୍ପ ,ଉଚ୍ଚବିଦ୍ୟାଳ ସ୍ତରରେ ୩୯ଟି ସ୍ଥାନିତ ହୋଇଥିଲା। ବ୍ଳକ ଶିକ୍ଷା ଅଧିକାରୀ ଗଣେଷ କିଷାନଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଯାପନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଅହଲ୍ୟା ସାହୁ, ସମ୍ମାନିତ ଅତିଥି ଭାବରେବ୍ଳକ ଉପାଧ୍ୟକ୍ଷା ବେଳାର ସାହୁ,ସରପଞ୍ଚ ଲକ୍ଷ୍ମୀ ପାଣ୍ଡେ,ବିଦ୍ୟାଳୟ ର ସଭାପତି ଆନନ୍ଦ ନାଏକ,ଏବିଓ ଦିଲୀପ ମେହେର,ବିଜ୍ଞାନ ମେଳା କନଭେନର ବୈଶାଖ ପଧାନ ଯୋଗ ଦେଇଥିଲେ। ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ହୃଷିକେଶ ଡାଙ୍ଗ ମଞ୍ଚ ପରିଚାଳନା କରିଥିବା ବେଳେ,ପ୍ରଧାନ ଶିକ୍ଷକ ନବୀନ ପାଢୀ ବାର୍ଷିକ ବିବରଣୀ ପଠନ କରିଥିଲେ। ଝାର ତାରଭା ର ବିଜ୍ଞାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା ବିଚାରକ ଭାବେ ଯୋଗ ଦେଇଥିଲେ। ବାଙ୍କୀପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ହରପ୍ରସାଦ କୁମ୍ଭାର,ଦୁଂ ରାଧାକୃଷ୍ଣ ବାଳିକା ବିଦ୍ୟାଳୟ ର ସନ୍ଧାରାଣୀ ମେହେର,ରାମପୁର ଉଚ୍ଚ ବିଦ୍ୟାଳୟ ର ଜୋସ୍ନାମୟୀ ନାଗ,ଆଦିବାସୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସହଲା ର ରତନ ମେହେର, ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଜଗବନ୍ଧୁ ର ରିନୁ ପଧାନ, ଚନ୍ଧଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ସାର୍ଥକ ପଧାନ, ବଡ଼କଲେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶୁଭମ ପଧାନ ଓ ଶ୍ୱେତା ସଂଘମଂ ଶିଖା,ଲୁଡୁକିବେଡା ଉଚ୍ଚ ବିଦ୍ୟାଳୟ ର ମନୀଷା ଜାଲ, ପଣ୍ଡିକିଟାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଚନ୍ଦନ ପଧାନ ଙ୍କ ପ୍ରକଳ୍ପ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟ ରେ ସ୍ଥାନ ପାଇଁ ଜିଲ୍ଲା ସ୍ତର ରେ ଆସନ୍ତା ୭ ତାରିଖ ସୋନପୁର ମହାରାଜା ଉଚ୍ଚ ବିଦ୍ୟାଳୟ ରେ ହେବା କୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା କୁ ମନୋନୀତ ହେବା ସହ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଆଗାମୀ ବର୍ଷ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା ରାଜୀବ ଗାନ୍ଧୀ ମେମୋରିଆଲ ବାଳିକା ଉଚ୍ଚ ବିଦ୍ୟାଳୟ ଚେରୁପାଲି ରେ ହେବା କୁ ସ୍ଥିର କରାଯାଇଥିବାରୁ ପ୍ରଧାନ ଶିକ୍ଷକ ହିଂମାଶୁ ଶେଖର ଦାସ ଙ୍କୁ ବିଜ୍ଞାନ ପତାକା ପ୍ରଦାନ କରାଯାଇଥିଲା । ଶେଷ ରେ ସ୍ଥାନୀୟ ସି.ଆର.ସି.ସି. ହାରାଧନ ବେରୀଆ କୃତଜ୍ଞତା ଅର୍ପଣ କରିଥିଲେ। ଅଞ୍ଚଳର ବିଭିନ୍ନ ଗ୍ରାମ ରୁ ବିଜ୍ଞାନ ପ୍ରେମୀ ଛାତ୍ରଛାତ୍ରୀ ଓ ଅଭିଭାବକ ମେଳା ପରିପ୍ରଦଶନ କରିଥିଲେ। ବ୍ଲକ ବିଜ୍ଞାନ କମିଟି ର ବ୍ଲକ ବିଜ୍ଞାନ କମିଟିର ବିଶିଷ୍ଟ ସଦସ୍ୟ ପ୍ରାଣବନ୍ଧୁ ହୋତା,ପଞ୍ଚାନନ ବାରିକ,ଜିଲ୍ଲା ରେଡ଼କ୍ରସ ଅଫିସରେ ରାବିଚନ୍ଦ୍ର ପସାୟତ,ଦିବ୍ୟରଂଜନ ପଧାନ,ବ୍ଳକ ର ସମସ୍ତ ସିଅର ସିସି ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପୁରାତନ ଛାତ୍ର ଛାତ୍ରୀ ଏହି ମେଳକୁ ସହଯୋଗ କରିଥିଲେ।
ରାଜ୍ୟ
ବାଙ୍କୀପାଲି ପଂଚାୟତ ଉଚ୍ଚବିଦ୍ୟାଳୟ ଠାରେ ବ୍ଳକ ସ୍ତରୀୟ ବିଜ୍ଞାନ ମେଳା
- Hits: 313