ରଣପୁର/ପ୍ରସନ୍ନ ସାମନ୍ତରାୟ : ଆଜି ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି | ଏହି ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ସମ୍ମାନିତ ଅତିଥି ଭାବେ ଉପ-ବ୍ଲକ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ରସାନନ୍ଦ ପ୍ରଧାନ, ଉପ-ବ୍ଲକ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ଦେଇ ପ୍ରମୁଖ ଯୋଗ ଦେଇଥିଲେ | ରଣପୁର ବ୍ଲକ ଶିକ୍ଷା ଅଧିକାରିଣୀ ବନଲତା ବେହେରାଙ୍କ ସଭାପତିତ୍ୱରେଏହି ସଭା ପରିଚାଳିତ ହୋଇଥିଲା | ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ନୟାଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଜ୍ୟୋତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ | ଅତିଥିମାନେ କୁନି କୁନି ବୈଜ୍ଞାନିକମାନଙ୍କୁ ବର୍ତ୍ତମାନ ଦୈନ ଦିନ ଜୀବନ ରେ ବିଜ୍ଞାନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବୁଝାଇବା ସହ ବିଜ୍ଞାନ କୁ ନେଇ କିଭଳି ଆଗକୁ ବଢିବାକୁ ହେବ ସେଥିପାଇଁ ପ୍ରେରଣା ଯୋଗାଇ ଥିଲେ | ଏହାପରେ ମୁଖ୍ୟ ଅତିଥି ଫିତା କାଟି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ | ଏହାପରେ ଅତିଥିମାନେ ବୁଲି କୁନି ବୈଜ୍ଞାନିକମାନେ ଆଣିଥିବା ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ | ଏହାପରେ ବିଚାରପତିମାନେ ପ୍ରକଳ୍ପଗୁଡିକୁ ବୁଲି ଦେଖିବା ସହ ପ୍ରକଳ୍ପର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ତାହାର ଉପକାରିତା ସମ୍ବନ୍ଧରେ ପଚାରି ବୁଝିବା ସହ ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ କରିଥିଲେ |
ଅପରାହ୍ନ ସମୟରେ ବିଜ୍ଞାନ ମେଳର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା | ଏହି ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ରଣପୁର ବିଜ୍ଞାପିତ ପରିଷଦ ସଭାପତି ରଙ୍ଗୀନ ମହାନ୍ତି, ସମ୍ମାନିତ ଅତିଥି ଭାବେ ଉପ-ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ପ୍ରଧାନ ଓ ଶାନ୍ତିଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ.| ସଭା କାର୍ଯ୍ୟ ପ୍ରାରମ୍ଭ ରୁ ଶିକ୍ଷକ ଜ୍ୟୋତି ରଞ୍ଜନ କର ଅତିଥି ପରିଚୟ ପ୍ରଦାନ କରିଥିଲେ | ବରିଷ୍ଠ ଶିକ୍ଷକ ଜ୍ୟୋତି ରଞ୍ଜନ ଦାଶ ମଞ୍ଚ କାର୍ଯ୍ୟ ପରିଚାଳନା କରିଥିଲେ | ସଭା ଶେଷରେ ଶିକ୍ଷକ ଶକ୍ତି ପ୍ରସାଦ ଆଚାର୍ଯ୍ୟ ଓ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ କୁନି ବୈଜ୍ଞାନିକମାନଙ୍କୁ ସାର୍ଟିଫିକେଟ ଓ କପ୍ ଦେଇ ପୁରସ୍କୃତ କରାଯଇଥିଲା | ଏହି ବିଜ୍ଞାନ ମେଳାରେ ଉପ-କନିଷ୍ଠ ବିଭାଗରେ ୩୦ଟି , କନିଷ୍ଠ ବିଭାଗରେ ୫୧ ଟି ଏବଂ ବରିଷ୍ଠ ବିଭାଗରେ ୩୨ ଟି ପ୍ରକଳ୍ପ ଭାଗ ନେଇଥିଲେ |
ଚଳିତ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପିଲାମାନଙ୍କ ପାଈଁ ଥଣ୍ଡା ପାଣିର ସୁବିଧା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସମସ୍ତ ସି.ଆର.ସି.ସି, ଶିକ୍ଷକ ଶିକ୍ଷୟତ୍ରୀ, ସମସ୍ତ ସଙ୍ଘର କର୍ମ କର୍ତ୍ତା ଏବଂ ସ୍କାଉଟ ଗାଇଡ଼ର ଛାତ୍ରଛାତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ |