ହେଡଲାଇନସ୍:

ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ଅପରାହ୍ନ ୪ଘଟିକା ସମୟରେ ନୟାଗଡ଼ ପୁରୁଣା ସହରରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଦକ୍ଷିଣକାଳୀଙ୍କ ପଣା ସଂକ୍ରାନ୍ତି ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇାଇଛି । ଏହି ଯାତ୍ରା ଆସନ୍ତା ୧୪.୦୪.୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୨୦.୦୪.୨୦୨୨ରିଖ ପର୍ଯ୍ୟନ୍ତ ୭ଦିନ ଧରି ପାଳନ କରାଯିବ ବୋଲି ନିଷ୍ପତି ହୋଇଛି । ଏହି ଯାତ୍ରା କିପରି ସୁପରିଚାଳନା ଓ ଶୃଙ୍ଖଳିତ ଭାବେ ପାଳନ କରାଯିବ ଏହା ଉପରେ ନବ ନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମା ଦକ୍ଷିଣକାଳୀ ଯାତ୍ରା ପରିଚାଳନା କମିଟିର ସଂପାଦକ ଶ୍ରୀ କିଷାନ୍ କୁମାର ଦାଶ ଠାକୁରାଣୀଙ୍କ ଦୈନନ୍ଦିନ ନିତିକାନ୍ତି ଓ କାର୍ଯ୍ୟକ୍ରମ ସଂପର୍କରେ ସମସ୍ତଙ୍କୁ ଜଣାଇଥିଲେ । ପୂର୍ବ ବର୍ଷର ବିବରଣୀ ଦେବୋତର ପରିଚାଳକ ଶ୍ରୀ ତାପସ ରଂଜନ ପନାୟକ ପାଠ କରିଥିଲେ । ଚଳିତ ବର୍ଷ ପଣା ସଂକ୍ରାନ୍ତି ଯାତ୍ରା ଶୃଙ୍ଖଳିତ ଭାବେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ମହୋଦୟ ଉପସ୍ଥିତ ସଦସ୍ୟମାନଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରାଯାଇଥି

0
0
0
s2sdefault