ହେଡଲାଇନସ୍:

ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର : ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ସମାରୋହରେ ରାଜ୍ୟପାଳ

ନୟାଗଡ଼(ବିଶ୍ୱଜିତ ନାୟକ) – ଆଜି ପୂର୍ବାହ୍ନ ଘ.୧୧.୩୦ମି. ସମୟରେ ରାଜ୍ୟପାଳ ଶ୍ରୀଯୁକ୍ତ ପ୍ରଫେସର ଗଣେଶୀଲାଲ ଖଣ୍ଡପଡା ସ୍ଥିତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦ୍‌ଯାପନୀ ସମାରୋହରେ ଯୋଗ ଦେଇଥିଲେ । ଆମର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ ଉଶ୍ୟେରେ ଶ୍ରୀ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଗାନ କରି ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କ ଉଶ୍ୟେରେ ଉଦ୍‌ବୋଧନ ଆରମ୍ଭ କରିଥିଲେ । ବିଦ୍ୟା କଣ ତାହାକୁ ବୁଝାଇବାକୁ ଯାଇ କହିଥିଲେ ଯେ, ସା ବିଦ୍ୟା ୟା ବିମୁକ୍ତୟେ । ମାନବତା ହିଁ ପରମ ଧର୍ମ । ପ୍ରତ୍ୟେକ ମାନବ ଭିତରେ ସୁନ୍ଦରତା ଭରପୁର । ସେବା ହିଁ ସୌଭାଗ୍ୟ । ପ୍ରତ୍ୟେକ ବ୍ୟକ୍ତିର ସ୍ୱତନ୍ତ୍ରତା ଅଛି । ସଂଯମ ପ୍ରଚେଷ୍ଟା , ପରିଶ୍ରମ, ସହଜ ରହିବା, ସରଳ ରହିବା ସିଦ୍ଧି ଲାଭର ମୂଳମନ୍ତ୍ର । ଭଗବାନଙ୍କ ଦାନରେ ସନ୍ତୁଷ୍ଟ ରହିବା ଓ ବର୍ତମାନ ସମୟର ସଦ୍ ବ୍ୟବହାର କରିବା ପାଇଁ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ବିଧାୟକ ଖପଡ଼ା ଶ୍ରୀଯୁକ୍ତ ସୌମ୍ୟରଂଜନ ପନାୟକ ସଭାପତିତ୍ୱ କରିଥିଲେ ।

ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ବିଭୁତି ଭୂଷଣ ସିଂ ର୍ମରାଜ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡ. ପ୍ରଶନ୍ନ କୁମାର ଶତପଥୀ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଦାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ସଭା ଶେଷରେ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ବିଶେଶାଙ୍କ ସୁଧା ପତ୍ରିକାର ଉନ୍ମୋଚନ ମହାମହୀମ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଥିଲା । ଏଥିସହିତ ପୁସ୍ତକ ପ୍ଲାଟିନମ ପରିଚୟ-ପୂରାତନ ଛାତ୍ର ଦାଶ ବେନହୁର, ପେନ କିଲର-ପୂରାତନ ଛାତ୍ର ବିଶ୍ୱନାଥ ବେହେରା,କଥା କାଦମ୍ବରୀ - ପୂରାତନ ଛାତ୍ର କୁଳମଣି ଷଡ଼ଙ୍ଗୀଙ୍କ ଦ୍ୱାରା ରଚିତ ଉନ୍ମୋଚିତ ହୋଇଥିଲା । ବିଭୁତି ଭୂଷଣ ସିଂ ର୍ମରାଜଙ୍କ ଦ୍ୱାରା ଲିଖିତ ଖପଡ଼ା ଇତିହାସ ପୁସ୍ତକ ମହାମହୀମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା ।

0
0
0
s2sdefault