ହେଡଲାଇନସ୍:

ବରପାଲିରେ ଚର୍ଚା : ବିଜେଡିକୁ ହରାଇଲା ବିଜେଡି

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ସ୍ୱାଧୀନ ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ବିଜେଡି ବିଧାୟିକାଙ୍କ ସମର୍ଥନ ଓ ଆଶ୍ଚର୍ଯ୍ୟଜନକ ନୀରବତା ପରାଜୟର କାରଣ !!!

                                                                          ବିଜୟୀ ସ୍ୱାଧୀନ ଅଧ୍ୟକ୍ଷଙ୍କ ସହ ବିଜେଡି ବିଧାୟିକା ରୀତା ସାହୁ

ବରଗଡ :- ବରଗଡ ଜିଲ୍ଲାର ବରଗଡ଼, ବରପାଲି, ବିଜେପୁର ଓ ପଦ୍ମପୁରରେ ପୌର ନିର୍ବାଚନ ହୋଇଥିଲା । ଏଥିମଧ୍ୟରୁ କେବଳ ବରପାଲି କୁ ଛାଡି ଅନ୍ୟ ସବୁ ଜାଗାରେ ଅଧ୍ୟକ୍ଷ ବିଜୁ ଜନତା ଦଳ ଦଖଲ କରିଥିବା ବେଳେ ବରପାଲିରେ ଜିତିଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଅତି ଆଶ୍ଚର୍ଯ୍ୟ ର ବିଷୟ ହେଲା ଯେ ଏଗାର ଗୋଟି ୱାର୍ଡ ବିଶିଷ୍ଟ ବରପାଲି ଏନଏସି ରେ ବିଜୁ ଜନତା ଦଳର ୧୦ ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ପ୍ରଦ୍ୟୁମ୍ନ ତ୍ରିପାଠୀ ପନ୍ଦର ଶହ ରୁ ଅଧିକ ଭୋଟରେ ପରାଜିତ ହୋଇଛନ୍ତି । ସ୍ଥାନୀୟ ବିଧାୟିକାଙ୍କ ଅସହଯୋଗ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଯୋଗୁ ବିଜେଡି ପ୍ରାର୍ଥୀଙ୍କ ପରାଜୟ ହେଲା ବୋଲି ଦଳର କର୍ମୀ ଓ ନେତାମାନେ ଖୋଲାଖୋଲି ଅଭିଯୋଗ କରିଛନ୍ତି | ଅପରପକ୍ଷରେ ବିଧାୟିକା ରୀତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟର ସୂତ୍ରଧର ସଫଳ ହୋଇଛନ୍ତି | ଆଜି ଫଳାଫଳ ପ୍ରକାଶ ପାଇବା ପରେ ବିଧାୟିକା ସ୍ୱାଧୀନ ଅଧ୍ୟକ୍ଷଙ୍କ ସହ ମିଶି ବିଜୟ ପର୍ବ ପାଳନ ସୂଚକ ଫୋଟୋ ଉଠାଇବା ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି |

                                                                       ବିଜୟୀ ସ୍ୱାଧୀନ ଅଧ୍ୟକ୍ଷଙ୍କ ସହ ବିଧାୟିକା ରୀତା ସାହୁଙ୍କ ପୁଅ

ମୂଳରୁ ଏହା ଜଣାପଡୁଥିଲା ଯେ ବିଧାୟିକା ଶ୍ରୀମତୀ ସାହୁ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କୁ ବିଲକୁଲ ସମ୍ମର୍ଥନ କରୁନଥିଲେ । ଅତୀ ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି ଯେ ନିର୍ବାଚନ ପୂର୍ବରୁ ବିଧାୟିକା ଶ୍ରୀମତୀ ସାହୁ ଙ୍କର କୁଆଡେ ପ୍ରବଳ ଇଚ୍ଛା ଥିଲା ନିଜ ପୁଅକୁ ଏନ ଏ ସି ଅଧ୍ୟକ୍ଷ କରେଇବାର | କିନ୍ତୁ ସେ ଆଶା ପୂରଣ ନ ହେବାରୁ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ଅନ୍ୟ ଜଣେ ବ୍ୟକ୍ତି ଙ୍କର ନାମ ଅଧ୍ୟକ୍ଷ ପଦ ପାଇଁ ଦଳୀୟ ହାଇକମାଣ୍ଡ ଙ୍କର ଅନୁମୋଦନ ପାଇଁ ସୁପାରିଶ କରିଥିଲେ । ବରପାଲି ଅଧ୍ୟକ୍ଷ ପଦ ପାଇଁ ପ୍ରଦ୍ୟୁମ୍ନ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ହେବା ପରେ ବିଧାୟିକା ଏବଂ ତାଙ୍କର ସମର୍ଥକମାନଙ୍କ ମଧ୍ୟରେ ଏକ ପ୍ରକାର ଭାଲେଣି ପଡିଥିଲା । ଦଳୀୟ ବିଧାୟିକା ଭାବରେ ଦଳୀୟ ପ୍ରାର୍ଥୀ ମାନଙ୍କର ପ୍ରଚାର କରିବା ତାଙ୍କର ଦାଇତ୍ୱ ଥିଲେ ସୁଦ୍ଧା ବିଧାୟିକା ଦିନେ ମଧ୍ୟ ବିଜେଡି ପ୍ରାର୍ଥୀ ପ୍ରଦ୍ୟୁମ୍ନ ଙ୍କର ସପକ୍ଷରେ ପ୍ରଚାର କରିନଥିଲେ । ଅନ୍ୟ ପଟେ ବିଧାୟିକା ଙ୍କର ପରିବାରର ସଦସ୍ୟ ମାନେ ପରୋକ୍ଷ ଭାବରେ ସ୍ୱାଧୀନ ପ୍ରାର୍ଥୀ ଙ୍କର ସପକ୍ଷରେ ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଲିଥିଲା । ଆଜି ଗଣତି କେନ୍ଦ୍ର ପାଖରେ ବିଧାୟିକାଙ୍କର ପୁତ୍ର ଙ୍କର ସହିତ ବିଜେତାଙ୍କର ଅନ୍ତରଙ୍ଗତା ଓ ବିଧାୟିକାଙ୍କର ସହିତ ସ୍ୱାଧୀନ ପ୍ରାର୍ଥୀ ଙ୍କର ବିଜୟ ପରର ଫୋଟୋ ଅନେକ କିଛି କହୁଛି ଓ ଆଗାମୀ ଦିନ ପାଇଁ ଅନେକ ପ୍ରଶ୍ନ ଛିଡା କରୁଛି । ମୁଖ୍ୟତଃ ବିଜୁ ଜନତା ଦଳ ଉପନିର୍ବାଚନରେ 98 ହଜାରରୁ ଉର୍ଧ ଭୋଟ ବ୍ୟବଧାନ ରେ ବିଜୟ ଲାଭ କରିଥିବା ବେଳେ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ତିନିଗୋଟି ଜିଲ୍ଲା ପରିଷଦ ଆସନ ହାରିବା, ବରପାଲି ଏନଏସି ଅଧ୍ୟକ୍ଷ ପଦ ହାରିବା ପଛରେ ଉତ୍ତରଦାୟୀ କିଏ ବୋଲି ଦଳର କର୍ମକର୍ତା ଓ ନେତା ମାନେ ପ୍ରଶ୍ନ କରିଛନ୍ତି ? ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ଶ୍ରୀ ନିରଞ୍ଜନ ପୂଜାରୀ ବରପାଲିରେ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କର ପାଇଁ ପ୍ରଚାର କରୁଥିବା ବେଳେ ସେ ସ୍ଥାନରେ ବିଧାୟିକା ଙ୍କର ଅନୁପସ୍ଥିତ ଅନେକ କଥା କହୁଥିଲା । ଏବେ ଏହା ଏକ ପ୍ରକାର ସ୍ପଷ୍ଟ ହୋଇଗଲା ଯେ ବରପାଲି ରେ ବିଜୁ ଜନତା ଦଳକୁ କେବଳ ବିଜୁ ଜନତା ଦଳ ହରେଇଛି । ବିଶ୍ୱସ୍ଥ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ ଆସନ୍ତା କିଛି ଦିନ ମଧ୍ୟରେ ବିଧାୟିକା ବିଜୟୀ ପ୍ରାର୍ଥୀଙ୍କୁ ନିଜେ ନବୀନ ନିବାସକୁ ନେଇ କୁଆଡେ ବିଜୁ ଜନତା ଦଳରେ ସାମିଲ କରେଇବା ଯୋଜନା କରୁଛନ୍ତି । ଦେଖିବାକୁ ବାକି ରହିଲା ଯେ ବିଜୁ ଜନତା ଦଳର ଶୀର୍ଷ ନେତୃତ୍ବ ବରପାଲି ବିଜୁ ଜନତା ଦଳର ବର୍ତ୍ତମାନ ଓ ଭବିଷ୍ୟତ ଉପରେ କଣ ନିଷ୍ପତ୍ତି ନେଉଛି । ଅବଶ୍ୟ ରାଜନୀତି ରେ କିଛି ବି ପୂର୍ବରୁ ଅନୁମାନ କରିବା କଷ୍ଟକର ।

0
0
0
s2sdefault