ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର : ଚଳିତ ନିର୍ବାଚନ ରେ ଦେବଗଡ଼ ପୌର ପରିଷଦ ଆସନ ପାଇଁ ନିର୍ବାଚନ ଫଳାଫଳ ଘୋଷଣା ହୋଇଯାଇଛି। ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦ ରେ ପୌରାଧକ୍ଷ ଆସନ ବିଜେଡି ହାତକୁ ଯାଇଥିବା ବେଳେ ୪ଟି କାଉନସିଲର ବିଜେଡ଼ି ହାତକୁ ଯାଇଛି। ୬ଟି ଆସନ ବିଜେପି ନେଇଥିବା ବେଳେ ଗୋଟିଏ ଆସନ ରେ ସ୍ଵାଧୀନ ପାର୍ଥୀ ବିଜୟ ଲାଭ କରିଛନ୍ତି।
ପଞ୍ଚାୟତ ନିର୍ବାଚନ ରେ ବିପୁଳ ବିଜୟ ପରେ ଦେବଗଡ଼ ପୌର ପରିଷଦ ର ପୌରାଧ୍ୟକ୍ଷା ଆସନ ପାଇଁ ତିନି ପ୍ରମୁଖ ଦଳ ମଧ୍ୟରେ ଲଢେ଼ଇ ଜୋରଦାର ଚାଲିଥିଲା। ଶେଷରେ ଆଜି ତାର ଅନ୍ତ ଘଟି ବିଜେଡି ପ୍ରାର୍ଥୀନୀ ଶାନ୍ତି ମଞ୍ଜରୀ ଦେଇ ୪୨୮ଖଣ୍ଡ ଭୋଟ ଅଧିକା ପାଇ ବିଜୟ ଲାଭ କରିଛନ୍ତି। ସେ ୫୨୪୭ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପାର୍ଥିନି ମାଧବୀ ଦେବୀ ୪୮୧୯ଖଣ୍ଡ ଭୋଟ ପାଇଥିଲେ। କଂଗ୍ରେସ ପାର୍ଥିନି ପବନି ସାହୁ ୨୦୮୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ବିଜୟ ପରେ ନିଜର ପ୍ରତିକ୍ରିୟା ରେ ନବନିର୍ବାଚିତ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ସମସ୍ତଙ୍କୁ ସାଥିରେ ନେଇ ପୌରପରିଷଦ ର ବିକାଶ କରିବା ପାଇଁ ଦିନରାତି ପ୍ରୟାସ କରିବି ବୋଲି କହିଥିଲେ। ଏହି ବିଜୟ ଦଳର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଜୟ ବୋଲି କହିଥିଲେ ଓ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କ ପରିଶ୍ରମ ର ଫଳ ବୋଲି ପ୍ରକାଶ କରିଥିଲେ।
ସେହିପରି ୧୧ଟି ୱାର୍ଡ ବିଶିଷ୍ଟ କାଉନସିଲର ମଧ୍ୟରୁ ବିଜେଡି ହାତରେ ୪ ବିଜେପି ହାତରେ ୬ ଓ ଜଣେ ସ୍ଵାଧୀନ କାଉନସିଲର ବିଜୟ ହୋଇଛନ୍ତି। ୧ନ° ୱାର୍ଡ କାଉନସିଲର ଭାବରେ ବିଜେଡି ପର୍ଥିନି ପ୍ରମିଳା ବେହେରା ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପର୍ଥିନୀ ରେଣୁ ପ୍ରଭା ବେହେରା ଙ୍କୁ ୯୩ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟ ଲାଭ କରିଛନ୍ତି। ସେହିପରି ୨ନ°ୱାର୍ଡ ରେ ବିଜେଡି ପର୍ଥୀନୀ ସଂଯୁକ୍ତା ଆଚାର୍ଯ୍ୟ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ଶିଳ୍ପୀ ନାୟକ ଙ୍କୁ ୯୨ଖଣ୍ଡ ଭୋଟ ବ୍ୟବଧାନରେ, ୩ନ°ୱାର୍ଡ ରେ ବିଜେଡି ପର୍ଥୀନି ବାସନ୍ତୀମଣି ମାଝୀ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ସୌଦାମିନୀ ନାୟକ ଙ୍କୁ ୨୩୭ଖଣ୍ଡ ଭୋଟ ବ୍ୟବଧାନରେ, ୪ନ°ୱାର୍ଡ ରେ ବିଜେପି ପାର୍ଥି ପରଜିତ୍ କୁମାର ଭୋଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ନେତ୍ରାନନ୍ଦ ବେହେରା ଙ୍କୁ ୨୦୪ଖଣ୍ଡ ଭୋଟ ବ୍ୟବଧାନରେ, ୫ନ°ୱାର୍ଡ ରେ ବିଜେଡି ପାର୍ଥି ଯତୀନ କୁମାର ନାୟକ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ବିଜୟ କୁମାର ଦେହୁରୀ ଙ୍କୁ ୨୮୦ଖଣ୍ଡ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।
ସେହିପରି ୬ନ° ୱାର୍ଡ ରେ ସ୍ଵାଧୀନ ପାର୍ଥି ଧର୍ମେନ୍ଦ୍ର କୁମାର ଦେଵତା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ଚୁଡେନ୍ଦୁ କେରକେଟା ଙ୍କୁ ୩୮୮ଖଣ୍ଡ ଭୋଟ ବ୍ୟବଧାନରେ, ୭ନ°ୱାର୍ଡ ରେ ବିଜେପି ପାର୍ଥି ପିଙ୍କି ରାଣୀ ସାହୁ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ସବିତା ପ୍ରଧାନ ଙ୍କୁ ୫୭ଖଣ୍ଡ ଭୋଟ ବ୍ୟବଧାନରେ, ୮ନ°ୱାର୍ଡ ରେ ବିଜେପି ପାର୍ଥି ମଧୁସୂଦନ ବାଗ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ଭୁବନେଶ୍ଵରୀ ସାହୁ ଙ୍କୁ ୪୪ଖଣ୍ଡ ଭୋଟ ବ୍ୟବଧାନରେ, ୯ନ°ୱାର୍ଡ ରେ ବିଜେପି ପାର୍ଥିନୀ ସରୋଜିନୀ ମୁଣ୍ଡା ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ନିବେଦିତା ହର ଙ୍କୁ ୪୫୧ଖଣ୍ଡ ଭୋଟ ବ୍ୟବଧାନରେ,୧୦ ନ°ୱାର୍ଡ ରେ ବିଜେପି ପାର୍ଥିନୀ ଇତିଶ୍ରୀ ମିଶ୍ର ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ପ୍ରତିମା ମହାପାତ୍ର ଙ୍କୁ ୪୭ଖଣ୍ଡ ଭୋଟ ବ୍ୟବଧାନରେ ଓ ୧୧ନ° ୱାର୍ଡ ରେ ବିଜେପି ପାର୍ଥି କାର୍ତ୍ତିକ ମହାକୁଳ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ର ପ୍ରଦୀପ କୁମାର ଦେବ ଙ୍କୁ ୮୬ଖଣ୍ଡ ଭୋଟ ବ୍ୟବଧାନ ରେ ପରାଜିତ କରି ବିଜୟ ଲାଭ କରିଥିବା ଜଣାପଡିଛି।
ରାଜ୍ୟ
ଦେବଗଡ ପୌର ପରିଷଦ : ପୌରାଧ୍ୟକ୍ଷା ହେଲେ ବିଜେଡିର ଶାନ୍ତି ମଞ୍ଜରୀ ଦେଇ
- Hits: 528