ହେଡଲାଇନସ୍:

ବଢିଲା ସମର୍ଥନ, ତେଜିଲା କୋସଲି/ସମ୍ବଲପୁରିର ହକ ପାଇଁ ସତ୍ୟାଗ୍ରହ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

02-08-18-Day-4-1.jpg - 94.62 kB

ବୁରୋମୁଣ୍ଡା /ନୀଳ ଦୀପ : କୋସଲି/ସମ୍ବଲପୁରିର ସାମ୍ବିଧାନିକ ସ୍ୱୀକୃତି ଦାବୀ ନେଇ କୋସଲି କ୍ରିୟାନୁଷ୍ଠାନ  କମିଟୀ ତରଫରୁ ସତ୍ୟାଗ୍ରହ ଚତୁର୍ଥ ଦିନରେ ପଂହଚିଛି ।  ସତ୍ୟାଗ୍ରହକୁ ସମର୍ଥନ କରିବା ପାଇଁ ଆଜି ବଲାଂଗିର ଜିଲ୍ଲାର ସାସ୍କୃତିକ ସଂଗଠନ ତହଁକ କୁଟୁମ ଯୋଗଦାନ ଦେଇଥିଲେ । ସଂଗଠନ ତରଫରୁ ରାଜେଶ ଦଣ୍ଡସେନା, ଭରତ ମେହେର, ଅର୍ଜ୍ଜୁନ କୁମାର ସାହୁ, ଶ୍ରୀୟକାନ୍ତ ଦାଶ, ପ୍ରସନ୍ନ ସାହୁ, ବୈରାଗି ସାହୁ, ଯଦୁମଣି ସାହୁ, ଦିଲ୍ଲିପ ଜୋଷୀ ପ୍ରମୁଖ ଯୋଗଦେଇ କୋସଲିର ସାମ୍ବିଧାନିକ ସ୍ୱୀକୃତି ଦିଗରେ ଆଲୋଚନା କରିଥିଲେ ଓ ଏହା କେମିତି ଶୀଘ୍ର ହାସଲ ହେଇପାରିିବ ସେ ନେଇ ମତ ରଖିଥିଲେ । ସଭା ଶେଷରେ ଗଜପତି ସାହୁ ଧନ୍ୟବାଦ ଦେଇଥିଲେ । 

 

0
0
0
s2sdefault