ପଦ୍ମପୁର,(ନୀଳ ଦୀପ)- ପଦ୍ମପୁର ବିଜ୍ଞାପିତ ଅଂଚଳ ପରିଷଦର ଆସନ୍ତା ନିର୍ବାଚନ ପାଇଁ ସରକାରୀ ସ୍ତରରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ନିର୍ବାଚନ କମିଶନ ତରଫରୁ ବିଭିନ୍ନ ୱାର୍ଡ ପାଇଁ ପ୍ରାର୍ଥୀ ହେବା ସକାଶେ ବିଭିନ୍ନ ଜାତି ତଥା ଲିଙ୍ଗ ଅନୁଯାୟୀ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ଏଥି ସହିତ ଏହାର ପୁର୍ନବିଚାର ପାଇଁ ସାଧାରଣ ଲୋକଙ୍କ ଠାରୁ ଏନଏସି କାର୍ଯ୍ୟାଳୟ ମାଧ୍ୟମରେ ଆବେଦନ ତଥା ଅଭିଯୋଗ ଗ୍ରହଣ କରାଯାଇଥିଲା । ଏ ସଂକ୍ରାନ୍ତରେ ପଦ୍ମୁପୁର ଏନଏସି କାର୍ଯ୍ୟାଳୟରେ ମଧ୍ୟ କିଛି ଅଭିଯୋଗପତ୍ର ଦାଖଳ ହୋଇଥିଲା ଏବଂ ଏହି ଅଭିଯୋଗପତ୍ରକୁ ଭିତି କରି ଗତ ବୁଧବାର ଦିନଠାରୁ ପଦ୍ମପୁର ଏନଏସି କାର୍ଯ୍ୟାଳୟର କର୍ମ•ରୀମାନେ ଓଡିଶା ସରକାରଙ୍କ ନଗର ଉନ୍ନୟନ ବିଭାଗ ତରଫରୁ ଆସିଥିବା କିଛି ନୋଟିସ ବଣ୍ଟନ କରୁଛନ୍ତି । ପ୍ରତ୍ୟେକ ୱାର୍ଡରୁ ୧୫ ରୁ ୨୦ ଜଣଙ୍କ ନାମରେ ସହି ନୋଟିସ ଆସିଥିବା ବେଳେ ଏହି ନୋଟିସରେ ଏମାନଙ୍କୁ ଭୂବନେଶ୍ୱର କାର୍ଯ୍ୟାଳୟକୁ ଆସି ଅଗଷ୍ଟ ୩ ତାରିଖ ଦିନ ହେବାକୁ ଥିବା ଶୁଣାଣୀରେ ଉପସ୍ଥିତ ରହିବା ପାଇଁ ନିଦେ୍ର୍ଧଶ ଦିଆଯାଇଛି । କିନ୍ତୁ ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ମୃତ୍ୟୁବରଣ କରିସାରିଛନ୍ତି ଏବଂ ଅନେକ ନିର୍ବାଚନ ସଂକ୍ରାନ୍ତ କୌଣସି ଅଭିଯୋଗ କରି ନ ଥାଇ ମଧ୍ୟ ତାଙ୍କ ପାଖକୁ ନୋଟିସ ଆସିଥିବା ପ୍ରକାଶ କରିଛନ୍ତି । ଏପରିକି ଏହି ନୋଟିସ୍ କୁ ବୁଝିନପାରି ଅନେକ ଲୋକ ପୋଲିସଠାରୁ ନେଇ ଆଇନଜିବୀ ମାନଙ୍କ ପାଖକୁ ଜାଇ ବୁଝିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମଳିଥିଲା । ଲୋକଙ୍କ ଅଜାଣତରେ ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ କିପରି ଭାବେ ଜାଲ ଦସ୍ତଖତ କରାଯାଇ ଅଭିଯୋଗ ପତ୍ର ଏନଏସି କାର୍ଯ୍ୟାଳୟରେ ଦାଖଲ ହେଲା ଏହା ପଦ୍ମପୁର ସହରରେ ଚର୍ଚ୍ଚାର ବିଷୟ ହେବା ସହିତ ଭୁତଙ୍କ ନାମରେ ନୋଟିସ ଆସିବା ନେଇ ନିର୍ବାଚନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ରାଜ୍ୟ
ଭୁତଙ୍କ ନାମରେ ସରକାରୀ ନୋଟିସ୍
- Hits: 623








