ହେଡଲାଇନସ୍:

ପ୍ରଗତିଶୀଳ ମହିଳାମଞ୍ଚ ପକ୍ଷରୁ ଅବକାରୀ କାର୍ଯ୍ୟାଳୟ ଘେରାଓ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧ ମାସ ମଧ୍ୟରେ ଦୋଳସାହି ମଦ ଦୋକାନ ସ୍ଥାନାନ୍ତର ହେବ 

 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)  : ତିହିଡି ବ୍ଳକର ଦୋଳସାହିରୁ ଗୁଆମାଳ ରାସ୍ତାରେ ଥିବା ସରାକରୀ ଠିପିବନ୍ଦ ମଦ ଦୋକାନ ସ୍ଥାନାନ୍ତର, ବେଆଇନ ଚୋରା ମଦ ରନ୍ଦା ବନ୍ଦ କରିବା, ଦୋଳସାହି ଅଞ୍ଚଳରେ ହେଉଥିବା ମଦ, ଗଞ୍ଜେଇ, ବ୍ରାଉନସୁଗାର ଭଳି ମାଦକ ଦ୍ରବ୍ୟ ଆଦି ବନ୍ଦ କରାଯିବା ଦାବି ନେଇ ଆଜି ପ୍ରଗତିଶୀଳ ମହିଳା ମଞ୍ଚ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଳା ଅବକାରୀ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା । ମଞ୍ଚର ଜିଲ୍ଳା ସଭାନେତ୍ରୀ ଟୁନିଲତା ଯେନାଙ୍କ ନେତୃତ୍ୱରେ ଆରତୀ ଯେନା, ଦିପ୍ତିମୟୀ ଯେନା, ରୁନୁ ଯେନା, ପ୍ରମିଳା ଯେନା, ବାସନ୍ତୀ ଯେନା, ଟୁକୁନା ଯେନା, ବାସନ୍ତୀ ବେହେରା, ଅନ୍ନପୂର୍ଣ୍ଣାଯେନା ହେମଲତା ଯେନା ପ୍ରମୁଖ ପୂର୍ବରୁ ଜିଲ୍ଳାପାଳ, ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ଏ ନେଇ ଦାବୀ ଜଣାଇଥିଲେ । ଏହି ଦାବୀ ସହିତ ତିହିଡି ବ୍ଳକର ଅଚକ, ମୁକୁନ୍ଦପୁର, ଗୁଆମାଳ ଆଦି ପଞ୍ଚାୟତ ଅଞ୍ଚଳରେ ବେଆଇନ ଭାବେ ରନ୍ଧା ଯାଉଥିବା ଦେଶୀ ମଦ ବନ୍ଦ କରିବା, ତିହିଡି ଅଞ୍ଚଳରେ ନାବାଳିକାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବନ୍ଦ କରିବା, ଭଦ୍ରକ ଧାମରା ରେଳରୁ କୋଇଲା ଚୋରି ବନ୍ଦ କରିବା ସହ କୋଇଲା ମାଫିଆଙ୍କ ବିରୁଦ୍ଧରେ କଡା କାର୍ଯାନୁଷ୍ଠାନ  ଗ୍ରହଣ କରାଯିବା ଭଳି ଦାବୀ ଆଗତ କରାଯାଇଥିଲା । ତେବେ ମଦ ଦୋକାନ ସ୍ଥାନାନ୍ତର ଓ ମଦ ରନ୍ଦା ବନ୍ଦ କରାଯିବାକୁ ଅଧିକ ଗୁରୁତ୍ୱ ଦିଆଯାଇ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ସମୟରେ ବିଭାଗ ପକ୍ଷରୁ ଦୋକାନ ଉଠାଇ ଦିଆଯିବାର ପ୍ରତିଶୃତିକୁ ମଞ୍ଚ ପକ୍ଷରୁ ସ୍ୱୀକାର କରାଯାଇ ନ ଥିଲା । ପରେ ଅବକାରୀ ବିଭାଗ ପକ୍ଷରୁ ସଂପୃକ୍ତ ଦୋକାନୀଙ୍କ ଏକମାସ ସମୟ ଦିଆଯିବା ସହ ଲିଖିତ ପ୍ରତିଶୃତି ଦେବା ପରେ ଆନେ୍ଦାଳନ ପ୍ରତ୍ୟାହୃତ ହୋଇଥିଲା ।  

 

0
0
0
s2sdefault