ହେଡଲାଇନସ୍:

ଉପାନ୍ତ ଅଞ୍ଚଳରେ ସି ଆର ପି ଏଫ ର ସିଭିକ ଏକ୍ସନ ପ୍ରୋଗ୍ରାମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦେଶସେବା ସହିତ ଦେଶବାସୀଙ୍କ ସେବାରେ ସଦାସର୍ବଦା ସିଆରପିଏଫ

ବରଗଡ :- ଦିନ ଥିଲା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ମୁଖ୍ୟତଃ , ପଦ୍ମପୁର , ପାଇକମାଲ ଓ ଝାରବନ୍ଧ ବ୍ଲକ ର ଅନେକ ଅଂଚଳ ମାଓବାଦୀ ମାନଙ୍କ ଚରାଭୁଇଁ ପାଲଟି ଯାଇ ଥିଲା । କିଛି ଦିନ ଅନ୍ତର ରେ ମାଓବାଦୀ ମାନଙ୍କର ଦ୍ଵାରା କିଛି ନା କିଛି ଘଟଣା ଘଟୁଥିଲା । ମାଓବାଦୀ ମାନଙ୍କୁ ଦମନ କରିବା ପାଇଁ ଓ ସାଧାରଣ ଲୋକଙ୍କର ଧନ ଜୀବନ ରକ୍ଷା କରିବା ପାଇଁ ଉପଖଣ୍ଡ ର ଅଧିକାଂଶ ସ୍ଥାନରେ ସି ଆର ପି ଏଫ ର ଯବାନ ମାନଙ୍କୁ ମୁତୟନ କରା ଯାଇଥିଲା । ସି ଆର ପି ଏଫ ମୁତୟନ ହେବା ଦ୍ୱାର ଗତ କିଛି ବର୍ଷ ହେଲା ମାଓ ବାଦୀ ମାନଙ୍କର ଗତିବିଧି ଉପରେ ଅନେକଟା ଅଙ୍କୁଶ ଲାଗିଛି । ସି ଆର ପି ଏଫ ର ଯବାନ ମାନେ ଦେଶସେବା ସହିତ ଅନେକ ପ୍ରକାର ଜନସେବାରେ ନିଜକୁ ପ୍ରତକ୍ଷ ଭାବରେ ସାମିଲ କରାଇଥାନ୍ତି । ଆଜି ଜିଲ୍ଲା ର ଝାରବନ୍ଧ ବ୍ଲକ ଅନ୍ତର୍ଗତ ଜଗଦଲପୁର ଥାନାରେ 189 ବାଟାଲିଅନ ର କମାଣ୍ଡେଣ୍ଟ ଶ୍ରୀ ପବନ କୁମାର ତିବାରି ଙ୍କର ମାର୍ଗଦର୍ଶନ ଓ ନିର୍ଦେଶ ରେ 189 ବାଟାଲିଅନ ର ମୁତୟନ ଥିବା ଇକୋ (ଇ) କମ୍ପାନୀ ଦ୍ୱାରା ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ମୁତାବକ ରେଡ଼ିଓ ସେଟ ଓ ସୋଲାର ଲାଇଟ ପ୍ରଦାନ କରାଯାଇଥିଲା । ଏହା ସହିତ ଶହେରୁ ଉର୍ଦ୍ବ ବୟସ୍କ ଲୋକଙ୍କର 189 ବାଟାଲିଅନ ର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମ ରଘୁନାଥ ରାମ ଙ୍କର ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରା ଯାଇଥିଲା । ଏହି ଅବସରରେ ଅୟୋଜିତ ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ ନିଜେ 189 ବାଟାଲିଅନର ମୁଖ୍ୟ ଶ୍ରୀ ପବନ କୁମାର ତିବାରି ଯୋଗ ଦେଇ ଲୋକଙ୍କୁ ସି ଆର ପି ଏଫ ର ଏହି କାର୍ଯ୍ୟକ୍ରମ ବାବଦରେ କହିଥିଲେ । ଅନ୍ୟ ମାନଙ୍କର ମଧ୍ୟରେ 189 ବାଟାଲିଅନ ର ସେକେଣ୍ଡ ଇନ ଚାର୍ଜ ଶ୍ରୀ ପୀତବାସ ପଣ୍ଡା , ଜଗଦଲପୁର ଥାନା ଅଧିକାରୀ ସୁଷମା କୁଅଁର , ଡାକ୍ତର ଗାୟତ୍ରୀ ନନ୍ଦ , ଡାକ୍ତର ସୁନୀଲ ନାୟକ , ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ନାୟକ , ଫର୍ମାସିଷ୍ଟ ଲାଲ ବାହାଦୂର ସାହୁ ପ୍ରମୁଖ ଯୋଗ ଦେଇ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପରେ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶେଷରେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଶ୍ରୀ ସୁରେନ୍ଦ୍ର କୁମାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

0
0
0
s2sdefault