ହେଡଲାଇନସ୍:

୬ ମାସ ହେଲା ମିଳୁନାହିଁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜମନକିରା -(ସୁଢଳ ଦେବ ସୁନାନୀ ) ଜମନକିରା ବ୍ଲକ କେନଢ଼ିପା ପଞ୍ଚାୟତ ବିଜାଗୁଡା ଗ୍ରାମର ଚନ୍ଦ୍ରାବତୀ ବାଘ 65 ଙ୍କୁ 6 ମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ମିଳୁନାହିଁ l ଚନ୍ଦ୍ରାବତୀ ପ୍ରାୟ 5ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ l ଦିନେ ପଞ୍ଚାୟତ ଅଧିକାରୀ ତମପଇସା ବ୍ୟାଙ୍କ ଅକାଉଣ୍ଟ କୁ ଜୀବକହିଥିଲେ l 6 ମସାହେବ ତାଙ୍କୁ ଏହି ଟଙ୍କା ଆଉ ମିଳିନାହିଁ l ପ୍ରତିମାସରେ ଚନ୍ଦ୍ରାବତୀ ନିଜ ଖାତା ଧରି ବ୍ୟାଙ୍କ କୁ ଟଙ୍କାନେବା ପାଇଁ ଯାଇଥାନ୍ତି l ହେଲେ ବ୍ୟାଙ୍କ କର୍ମଚାରୀ ଟଙ୍କାଆସିନାହିଁ କହିବାରୁ ଫେରିଆସିଥାନ୍ତି l ଚନ୍ଦ୍ରାବତୀଙ୍କ ସ୍ୱାମୀ ସ୍ବର୍ଗତଃ କାଠି ବାଘ ଙ୍କ ନିଧନ ପ୍ରାୟ 2ବର୍ଷ ପୂର୍ବରୁ ହୋଇଥିଲା l ଭତ୍ତା ବନ୍ଦ ହେବାରୁ ଚନ୍ଦ୍ରାବତୀ ଭାଂଗିପଡିଛନ୍ତି l ଚନ୍ଦ୍ରାବତୀ ପାଉଥିବା ଭତ୍ତା ଟଙ୍କା ହିଁ ଏକମାତ୍ର ସହଭରସା ଥିଲା l ଚନ୍ଦ୍ରାବତୀ ବି ଡି ଓ ଜମନକିରା ଟୁନୁମେହେର ଙ୍କୁ ଭେଟି କହିବାରୁ ବ୍ୟବସ୍ତା କରାଯିବ କହିଥିଲେ ମଧ୍ୟ ଆଜିପର୍ଯନ୍ତ କିଛି ଫଳ ମିଳିନାହିଁ ବୋଲି ଚନ୍ଦ୍ରାବତୀ କହିଛନ୍ତି l ତାଙ୍କ ସ୍ୱାମୀ ଙ୍କ ମୃତ୍ୟୁ ପରେ ସମ୍ପୂର୍ଣ ବେସାହାରା ହୋଇ ବଡକଷ୍ଟ ରେ ଜୀବନ କାଟୁଥିବା ସେ କାନ୍ଦି କାନ୍ଦି କହିଛନ୍ତି l

0
0
0
s2sdefault