ନିର୍ମାଣଧୀନ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା
ରାଉରକେଲା,(ବସନ୍ତ କୁମାର ଜେନା) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (୫-ଟି) ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ ରାଉରକେଲା ଗ୍ରସ୍ତରେ ଆସି ବୀର୍ସା ମୁଣ୍ଡ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ର ନିର୍ମାଣ କାର୍ଯ୍ୟ ସହିତ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ହେମନ୍ତ ଶର୍ମା, କ୍ରିଡା ଏବଂ ଯୁବ ସେବା ବିଭାଗ ର ସଚିବ ଶ୍ରୀଯୁକ୍ତ ଆର ଭିନିଲ କ୍ରୀଷ୍ଣା ଏବଂ ଇଡକୋ ର ପରିଚାଳନା ନିର୍ଦେଶକ ଶ୍ରୀଯୁକ୍ତ ଭୁପିନ୍ଦର ସିଂ ପୁନିଆ ରାଉରକେଲା ଆସିଥିଲେ ।
ଏହି ଉଚ୍ଚ ସ୍ତରୀୟ ଟିମ ରାଉରକେଲା ରେ ପହଞ୍ଚି ପ୍ରଥମେ ବିପିୟୁଟି କ୍ୟାମ୍ପସ ରେ ନିର୍ମାଣଧୀନ ବୀର୍ସା ମୁଣ୍ଡ ଆନ୍ତର୍ଜାତୀୟ ହକି ଷ୍ଟାଡିୟମ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଭିତରେ ସେସ କରିବା ପାଇଁ ଏହି ଟିମ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ । ୨୦୨୩ ପୁରୁଷ ହକି ବିଶ୍ଵକପ ର ଆୟୋଜକ ରହିଛି ଓଡିଶା । ଏହି ବିଶ୍ଵ କପ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲା ରେ ହେଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମ ରେ ଆୟୋଜନ କରାଯିବ ।
ଏହି କ୍ରିଡା ଭିତିଭୂମି ଭାରତର ସବୁଠୁ ବଡ ଷ୍ଟାଡିୟମ ର ରୂପ ନେବାକୁ ଯାଉଛି । ଏଠାରେ ଆନ୍ତର୍ଜାତୀୟ ହକି ଫେଡରେଶନ ମନର ଅଷ୍ଟ୍ରୋଟର୍ଫ ପଡିଆ ନିର୍ମାଣ କରାଯାଉଛି । ଏହି ଷ୍ଟାଡିୟମ ରେ ଏକା ସାଙ୍ଗରେ ୨୦ ହଜାର ରୁ ଅଧିକ ଦର୍ଶକ ବସି ଖେଳ ଉପଭୋଗ କରି ପାରିବେ । ତା ଛଡା ଖେଳାଳି ଙ୍କ ପାଇଁ ଅଭ୍ଯାସ ପଡିଆ, ଅତ୍ୟାଧୁନିକ ଫୋଇଟ୍ଣେସ ସେଣ୍ଟର ସହିତ ରାତିରେ ମ୍ଯାଚ ଖେଳିବା ପାଇଁ ଆଧୁନିକ ସ୍ପୋର୍ଟ୍ସ ଲାଇଟ ର ବ୍ୟବସ୍ଥା କରା ଯାଉଛି । ରାଉରକେଲା ରେ ଏହି ଷ୍ଟାଡିୟମ ନିର୍ମାଣ ହେଲେ ହକିର ଗଡ ସୁନ୍ଦରଗଡ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ପରିଚୟ ପାଇପାରିବ ।
ରାଜ୍ୟ ଶର୍କାର ଙ୍କ ୫ ଟି କାର୍ଯ୍ୟକ୍ରମ ଅଧୀନ ରେ ସମସ୍ତ ଜିଲ୍ଲା ରେ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଚାଲିଛି । ସୁନ୍ଦରଗଡ ଜିଲ୍ଲା ରେ ପ୍ରଥମ ପର୍ଯାୟ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୬୭ ଟି ରୂପାନ୍ତରିତ ସରକାରୀ ହାଇସ୍କୁଲର ଲୋକାର୍ପଣ କରିଥିଲେ । ଦ୍ଵିତୀୟ ପର୍ଯାୟ ରେ ୧୦୦ ରୁ ଅଧିକ ସରକାରୀ ହାଇସ୍କୁଲ କୁ ସଂପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ଉଚ୍ଚ ସଚିବସ୍ତରୀୟ ପ୍ରତିନିଧି ଦଳ ରାଉରକେଲାର ଉଦିତନଗର ସରକାରୀ ହାଇସ୍କୁଲର ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ଏହି ଗ୍ରସ୍ତ ବେଳେ ମୁଖ୍ୟ ମନ୍ତ୍ରୀ ଙ୍କ ସଚିବ (୫-ଟି) ଶ୍ରୀଯୁକ୍ତ ଭି କେ ପାଣ୍ଡିୟାନ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ କ୍ରମ ଅଧୀନରେ ହୋଇଥିବା ସ୍ମାର୍ଟ କ୍ଳାସରୁମ, ଆଧୁନିକ ବିଜ୍ଞାନଗାର, ଇ-ଲାଇବ୍ରେରି, ଖେଳପଡିଆ ଓ ଅନ୍ୟାନ୍ୟ ଭିତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଲୁମବର୍ଗ – ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ରାଉରକେଲା ବିଶ୍ଵର ପ୍ରମୁଖ ୧୫ ସହର ଭିତରେ ସ୍ଥାନ ପାଇଛି । ସହରର କ୍ଷୁଦ୍ର ପନିପରିବା ଓ ଫଳ ବ୍ୟବସାୟୀ ମାନଙ୍କ ଜୀବିକାକୁ ସୁଦୃଢ କରିବା ପାଇଁ ଏହା ଅଧୀନରେ ଛେଣ୍ଡ ସ୍ଥିତ ଭି ଏସ ଏସ ମାର୍କେଟ ଠାରେ ୫ ମେଟ୍ରିକ ଟନ କ୍ଷମତା ବିଶିତ ଏକ ଶୀତଳ ଭଣ୍ଡାର ସ୍ଥାପନ କରାଯାଇଛି । ଏହାର ପରିଚାଳନା ଦାୟିତ୍ଵ ସ୍ଥାନୀୟ ଅଞ୍ଚଳର ମା ତାରିଣୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦିଆଯାଇଛି । ରାଉରକେଲା ଗ୍ରସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ଓ ପ୍ରତିନିଧି ଦଳ ଏହି ପ୍ରକଳ୍ପ ସ୍ଥଳକୁ ଯାଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ । ଏଭଳି ଅଣ ପାରମ୍ପରିକ କାର୍ଯ୍ୟର ସଫଳ ପରିଚାଳନା ପାଇଁ ସେମାନେ ମିସନ ଶକ୍ତି ର ମା ମାନଙ୍କ ଭୂମିକା କୁ ପ୍ରଶଂସା କରିଥିଲେ ।
ରାଉରକେଲା ସହର ର ଭିତିଭୂମି କୁ ସୁଦୃଢ କରିବା ପାଇଁ ସ୍ମାର୍ଟ ସିଟି ଅଧୀନ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ଏହାସହ ରାସ୍ତା ରାସ୍ତା ନିର୍ମାଣ ଏବଂ ସହରର ସୌନ୍ଦର୍ଜ୍ୟ କାରଣ କମ ଜାରି ରହିଛି। ଏହି ସବୁ ପ୍ରକଲ୍ପ ପରିଦର୍ଶନ କରି ଅଗ୍ରଗତି ସମୀକ୍ଷା କରିଥିଲେ ସଚିବସ୍ତରୀୟ ପ୍ରତିନିଧି ଦଳ । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିବା ପରେ ରାଉରକେଲା ବିମାନବନ୍ଦର ଠାରେ ରାଜ୍ୟ ସରକାର ଙ୍କ ଏହି ଉଚ୍ଚସ୍ତରୀୟ ଟିମ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ । ୨୦୨୩ ହକି ବିଶ୍ଵକପ ପୂର୍ବରୁ ରାଉରକେଲା ରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସେସ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦେଶ ଦେଇଥିଲେ ।
ଏହି ପରିଦର୍ଶନ ଓ ସମୀକ୍ଷା ବୈଠକ ବେଳେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟର ଅଧକ୍ଷ୍ୟ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ ଜିଲ୍ଲାପାଳ ଶ୍ରୀ ନିଖିଲ ପାଭନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ କମିଶନର ଡକ୍ଟର ଶୁଭଙ୍କର ମହାପାତ୍ର ଙ୍କ ସହିତ ରାଉରକେଲା ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।