ବରଗଡ :- ନିଜ ଘର ଠାରୁ ବହୁତ ଦୂରରେ ଦେଶ ବାସୀଙ୍କୁ ସୁରକ୍ଷା ଦେବା ପାଇଁ ଦିନରାତି ସଜାଗ ରହୁଛନ୍ତି ସି ଆର ପି ଏଫ ର ଯବାନ ମାନେ । ମାଓ ଅଧୁସିତ ଅଂଚଳର ଅନେକ ସ୍ଥାନରେ ମୁତୟନ ଅଛନ୍ତି ସି ଆର ପି ଏଫ ଯବାନ । ଆମେ ସମସ୍ତେ ଜେକୋଣସି ପର୍ବ ପର୍ବାଣି ରେ ନିଜ ଘର କିମ୍ବା ନିଜ ଗାଁ ରେ ରହିବାକୁ ପସନ୍ଦ କରୁ କିନ୍ତୁ ଦେଶ ବାସୀ ଙ୍କର ସୁରକ୍ଷା ପାଇଁ ଓ ଦେଶ କୁ ସର୍ବସ୍ବ ମନେ କରୁଥିବା ଏହି ବୀର ଯବାନ ମାନେ ପର୍ବ ପର୍ବାଣି ସମୟରେ ମଧ୍ୟ ସଜାଗ ରହି ନିଜର କାର୍ଯ୍ୟ ସମ୍ପାଦନ କରିଥାନ୍ତି । ନିଜର ସହକର୍ମୀ ଓ ଅଧିକାରୀ ମାନଙ୍କୁ ନିଜର ପରିବାର ଭାବି ତାଙ୍କରି ସହିତ ସୁଖଦୁଃଖ ବାଣ୍ଟି ଥାନ୍ତି । ଯେ କୋଣସି ପର୍ବପର୍ବାଣି ହେଉକି ବ୍ୟକ୍ତିଗତ ଉତ୍ସବ କର୍ମ ବ୍ୟସ୍ତତା ଭିତରେ ନିଜ ପାଇଁ ବାହାର କରନ୍ତି କିଛି ଖୁସିର ମୁହୂର୍ତ୍ତ । ନିଜେ ଖୁସି ମନେଇବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଖୁସି କରିବାର ପ୍ରୟାସ କରିଥାନ୍ତି ବୀର ଯବାନ ମାନେ ।
ଆଜି ହୋଲି ଅବସରରେ , ବରଗଡ ଜିଲ୍ଲା ପାଇକମାଲ ଥାନା ପରିସରରେ ଥିବା 189 ବାଟାଲିଅନ ର ଥିବା ସି ଆର ପି ଏଫ ର ସି କମ୍ପାନୀ ଓ ଜଗଦଲପୁର ଥାନା ରେ ଥିବା ଇ କମ୍ପାନୀ ତରଫରୁ ଅତ୍ୟନ୍ତ ହର୍ଷଉଲ୍ଲାସ ର ସହିତ ହୋଲି ପର୍ବ ପାଳନ କରାଯାଇଥିଲା । ପାଇକମାଲ ଠାରେ କମ୍ପାନୀ ର ମୁଖ୍ୟ ମିନା ଶର୍ମା ଓ ଜଗଦଲପୁର ଥରେ ସୁରେନ୍ଦ୍ର କୁମାର ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ପବିତ୍ର ହୋଲି ପର୍ବ ଅବସରରେ ରେ ହୋଲି ମିଳନ ର ଆୟୋଜନ କରାଯାଇଥିଲା । ଏହି ଅବସରରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ସବ ଇନ୍ସପେକ୍ଟର ଚୁମିକି ପ୍ରଭା ନାଥ ଙ୍କର ସହିତ ପାଇକମାଲ ଥାନା ର କର୍ମଚାରୀ ଓ ଜଗଦଲପୁର ଠାରେ ମଧ୍ୟ ଥାନା କର୍ମଚାରୀ ମାନେ ସାମିଲ ହୋଇ ହୋଲି ପାଳନ କରିଥିଲେ । ଗୀତ ନାଚର ଆସର ସହିତ ପରସ୍ପର କୁ ରଙ୍ଗ ଓ ଅବିର ଲଗାଇ ଆନନ୍ଦର ସହିତ ହୋଲି ପାଳନ କରିଥିଲେ ।
ରାଜ୍ୟ
ସି ଆର ପି ଏଫ କେମ୍ପରେ ହୋଲିର ଧୁମ: ହୋଲି ଗୀତ ଗାଇ ମହୋଲ ବନାଇଲେ କମ୍ପାନୀ କମାଣ୍ଡର
- Hits: 1600