ହେଡଲାଇନସ୍:

ସିପିସି କର୍ପୋରେସନ ଅଧ୍ୟକ୍ଷ ଲି ଶୁନ୍ ଚିନ୍, ତାଇୱାନ ପେଟ୍ରୋକେମିକାଲ ଏଲାୟନ୍ସ ପ୍ରତିନିଧିଙ୍କର ପାରାଦୀପ ଗସ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

01-0818-Taiwan-Petrochemica.jpg - 73.69 kB

ପାରାଦୀପ,୧ା୮ ସିପିସି କର୍ପୋାରେସନ ଅଧ୍ୟକ୍ଷ ଲି ଶୁନ୍ ଚିନ୍, ତାଇୱାନ ପେଟ୍ରୋକେମିକାଲ ଏଲାୟନ୍ସର ପ୍ରତିନିଧିଙ୍କ ସହିତ ଇଡ଼କୋ ଅଧ୍ୟକ୍ଷ ସଞ୍ଚୟ କୁମାର ସିଂ, ଆୟୋଗୀ ଓ ସଚିବ, କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ଓଡିଶା ସରକାର, ଇପିକଲର ବରିଷ୍ଠ ଅଧିକାରୀମାନେ ପାରାଦୀପସ୍ଥିତ ରିଫାଇନାରୀ ଗସ୍ତ କରିଛନ୍ତି ।  ଗତକାଲି ନୂଆଦିଲ୍ଲୀ  ଠାରେ ଭାରତ ସରକାରଙ୍କ ଇନଭେଷ୍ଟ ଇଣ୍ଡିଆ ତରଫରୁ ତାଇୱାନ ସରକାରଙ୍କ ପ୍ରତିନିଧି ଓ ତାଇୱାନ ପେଟ୍ରୋଲିୟମ କମ୍ପାନୀ ପିସିସିର ପ୍ରତିନିଧିଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିଥିଲେ । ଆଗାମୀ ଦିନରେ ଉପରୋକ୍ତ ତାଇସ୍ୱାନ ସଂସ୍ଥାର ଇଣ୍ଡିଆନ ଅଏଲ କର୍ପୋରେସନ ସହ ମିଳିତ ଉଦ୍ୟମରେ ଓଡିଶାରେ ନିବେଶ ପାଇଁ ଲକ୍ଷ୍ୟ ରହିଛି । ଏନେଇ ଯଦି ସହମତି ହୋଇପାରିବ ତା ହେଲେ ୬.୬ ବିଲିୟନ ଡଲାର ଅର୍ଥାତ ୪୩ହଜାର କୋଟି ଟଙ୍କା ନିବେଶ ସମ୍ଭାବନା ଓଡିଶାରେ ସୃଷ୍ଟି ହୋଇପାରିବ ବୋଲି ଭାରତୀୟ ତୈଳ ନିଗମ ପକ୍ଷରୁ କୁହାଯାଇଛି । ଏଥିଯୋଗୁଁ ରାଜସ୍ୱ ବୃଦ୍ଧି ହେବା ସହ ରୋଜଗାର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଓଡିଶାକୁ ପୂର୍ବ ଭାରତର ଉଦ୍ୟୋଗୀ କେନ୍ଦ୍ର ଭାବେ ପ୍ରତିଷ୍ଠା  କରିବା ପାଇଁ ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି । ଶ୍ରୀ ଲି ଶୁନ ଚିନ୍ ଅଧ୍ୟକ୍ଷ ସିପିସି କର୍ପୋରେସନ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରଣାଳୟର ବରିଷ୍ଠ  ଅଧିକାରୀ ଏବଂ ସଂଜିବ ସିଂ, ଅଧ୍ୟକ୍ଷ ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ତୈଳ ନିଗମର ଅଧିକାରୀ ମାନଙ୍କ ସହିତ ବିସ୍ତାର ରୂପରେ ଆଲୋଚନା କରିଥିଲେ ଏବଂ ଭାରତର ପୂର୍ବ କ୍ଷେତ୍ରରେ ବିଶେଷ ରୂପରେ ଓଡିଶାର କ୍ରାକର ଏବଂ ଡାଉନଷ୍ଟ୍ରିମ ୟୁନିଟ୍ ପାଇଁ ନିବେଶ କରାଯିବାର ସମ୍ଭାବନା ଦେଖିଥିଲେ । ଆଲୋଚନା ସମୟରେ ଇଣ୍ଡିଆନ ଅଏଲ କର୍ପୋରେସନର ପାରଦୀପ ରିଫାଇନାରୀ ଠାରେ ଫିଲ୍ଡ କ୍ରାକର  ଏବଂ ଡାଉନଷ୍ଟ୍ରିମ୍ ୟୁନିଟra ନିବେଶ ପାଇଁ ସମ୍ଭାବନା ଥିବାର ଲକ୍ଷ  ରଖିଥିଲେ । ପ୍ରସ୍ତାବିତ କ୍ରାକର ୟୁନିଟ୍ ବିଭିନ୍ନ ଫିଡ୍ ଷ୍ଟକ୍ ନେଇ, ବିଭିନ୍ନ ପ୍ରକାର ଡାଉନଷ୍ଟି୍ରମ ପେଟ୍ରୋକେମିକାଲ ୟୁନିଟ୍ ବନାଇବାରେ  ସହାୟତା କରିବ । ସମସ୍ତ ପ୍ରତିନିଧିଙ୍କୁ  ପାରଦୀପ ରିଫାଇନରୀ ସମ୍ବଧରେ ବିସ୍ତୃତ ଉପସ୍ଥାପନା କରିବାପରେ ପାରାଦୀପ ରିଫାଇନରୀ ର ମେନ୍ କଣ୍ଟେ୍ରାଲ ରୁମ୍ ତଥା ଅନ୍ୟ ୟୁନିଟକୁ  ପରିଦର୍ଶନ କରିଥିଲେ । 

0
0
0
s2sdefault