ହେଡଲାଇନସ୍:

ଗୋଷ୍ଠୀ ସହାୟିକାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ କୁନ୍ତୀ ପ୍ରଧାନ ନିର୍ଦ୍ୱନ୍ଦ ରେ ନିର୍ବାଚିତ।।

ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥୀ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ କୁନ୍ତୀ ପ୍ରଧାନ ଆଜି ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି।
ଟାଙ୍ଗର ପାଲି ବ୍ଲକ ‘ଖ’ ଜୋନ ର ଜିଲ୍ଲା ପରିଷଦ ସଦସ୍ୟ କୁନ୍ତୀ ପୂର୍ବରୁ ଗୋଷ୍ଠୀ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ପରେ ମିଶନ ଶକ୍ତିରେ ମଧ୍ୟ ସକ୍ରିୟ ଥିଲେ। ରବିବାର ଦିନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଲାଗି ନିର୍ବାଚନ ହୋଇଥିଲା। କୁନ୍ତୀ ପ୍ରଧାନ ଅଧ୍ୟକ୍ଷ ଲାଗି ପ୍ରାର୍ଥୀପତ୍ର ଦାଖଲ କରଥିବାବେଳେ ଅନ୍ୟ କେହି ଦାଖଲ କରିନଥିଲେ। ଫଳରେ କୁନ୍ତୀ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଥିଲା। ଜିଲ୍ଲା ପରିଷଦ ପଦଭାର ସମ୍ଭାଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଧନା ଦିଆଯାଇଥିଲା। ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

0
0
0
s2sdefault