ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀଙ୍କୁ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ବିକାଶର ଚିତ୍ରକର ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଜୟ ପରେ ବିଜୟ ଟୀକା ପିନ୍ଧୁଛି"

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ):- ନିଶ୍ଚିନ୍ତକୋଇଲି ବ୍ଲକ ଓରତି ଗ୍ରାମପ ।ୟତର ବିଜେଡ଼ି ସମର୍ଥିତ ସମିତିସଭ୍ୟା ପ୍ରାର୍ଥିନୀ ତଥା ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୋଜି ସେଠୀଙ୍କୁ ଏକ ଅଭିନବ ଉପାୟରେ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଛାତ୍ର ଜନତା ଦଳ ତରଫରୁ ପୁଷ୍ପଗୁଚ୍ଛ ଓ ଉ ରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟଜିତ୍ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ନାୟକ ଯୋଗଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଭଳି ଶୁଭଙ୍କର ବିଧାୟକ ପାଇଁ ବିଜେଡ଼ି ବିଜୟ ପରେ ବିଜୟର ଟୀକା ପିନ୍ଧିବା ସମ୍ଭବ ହେଉଛି ବୋଲି ମତପ୍ରକାଶ କରିଥିଲେ । ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ପ୍ରିୟବ୍ରତ ସାହୁ, ଡ଼ିଜିଟାଲ ସେକ୍ରେଟାରୀ ଏମଡ଼ି ଅମିନ ଖାନ୍‌, ଶୁଭେନ୍ଦୁ କୁମାର ରଥ,ଉପସଭାପତି ସୁଶାନ୍ତ ରାଉତ, ସୋସିଆଲ ମିଡ଼ିଆ ସଂଯୋଜକ ଶୁଭମ୍ ଦାସ, ବୁବୁ ସାହୁ, ସୁଶିଲ ମଲିକ, ତାରଣତଥାଗତ ଦାସ ପ୍ରମୁଖ ଯୋଗଦାନ କରି ବ୍ଲକ ଅଧ୍ୟକ୍ଷାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସମସ୍ତ ଯୁବ ଛାତ୍ରର କର୍ମକ ।ର୍ଙ୍କୁ ଅନନ୍ତରରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

0
0
0
s2sdefault