ହେଡଲାଇନସ୍:

ମା’ ହରଚଣ୍ଡୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ; କଟିକଟା କ୍ରିକେଟ କ୍ଲବ ଓ ବିସିଏ ଜିଗ୍ନିପୁର କ୍ରିକେଟ ଟିମ୍ ଚାମ୍ପିୟନ୍

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

"ଗ୍ରାମାଞ୍ଚଳର କ୍ରିକେଟ ପ୍ରତିଭାକୁ ଅନ୍ୱେଷଣ କରିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ,ନିର୍ମଳ ଶାସନରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଅତୁଳନୀୟ"

ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗୀ):-ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମପଂଚାୟତ ମା’ ହରଚଣ୍ଡୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରିକେଟ ମ୍ୟାଚରେ ମୋଟ ୧୬ଟି ଟିମ ଯୋଗଦାନ କରିଥିଲେ । ସେଥିମଧ୍ୟରୁ ପ୍ରଥମ ୮ଗୋଟି କ୍ରିକେଟ ଟିମରୁ ଶିବଶକ୍ତି ଗରାମ ଓ ଭିଜେପି କଟିକଟା କ୍ରିକେଟ କ୍ଲବ ଫାଇନାଲ ମ୍ୟାଚ୍ କୁ ଉତ୍ତୀନ୍ନ ହୋଇଥିଲେ | ସେହିପରି ନରେନ୍ଦ୍ରପୁର କ୍ରିକେଟ ଟିମ ଓ ବିସିଏ ଜିଗ୍ନିପୁର କ୍ରିକେଟ ଟିମ୍ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଦଶ ଓଭର ବିଶିଷ୍ଟ ମ୍ୟାଚରେ ଗରାମ କ୍ରିକେଟ୍ ଟିମ୍ ୧୩୮ ରନ୍ ସଂଗ୍ରହ କରିଥିଲା ବେଳେ ଅପରପକ୍ଷରେ କଟିକଟା ୧୦ ଓଭରରେ ୧୩୯ରନ୍ ସଂଗ୍ରହ କରି ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲା । ସେହିପରି ଭାବେ ନରେନ୍ଦ୍ରପୁର କ୍ରିକେଟ ଟିମ୍ ୧୯୪ ରନ୍ ସଂଗ୍ରହ କରିଥିଲା ବେଳେ ବିସିଏ ଜିଗ୍ନୀପୁର ୧୯୪ ରନ ସଂଗ୍ରହ କରିଥିଲା ଫଳରେ ମ୍ୟାଚ୍ ଟାଏ ହୋଇଥିଲା । ପରବର୍ତ୍ତୀ ମୁଜୁର୍ତ୍ତରେ ସୁପରଓଭର ମ୍ୟାଚରେ ନରେନ୍ଦ୍ରପୁର କ୍ରିକେଟ ଟିମ୍‌କୁ ବିସିଏ ଜିଗ୍ନୀପୁର କ୍ରିକେଟ୍ ଟିମ୍ ହରାଇଥିଲା । ଫଳରେ ବିସିଏ ଜିଗ୍ନିପୁର କ୍ରିକେଟ କ୍ଲବ ସୁପରଓଭରରେ ବିଜୟ ଲାଭ କରିପାରିଥିଲା । ଏହି ମ୍ୟାଚରେ ମୁଖ୍ୟଅତିଥି ଭାବେ ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷା ରୋଜୀ ସେଠୀ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଯୁବନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, କେରିଲୋ ନବନିର୍ବାଚିତ ସରପଂଚ ଶୁଭ୍ରା ମହାନ୍ତି, ସମିତିସଭ୍ୟା ସୌରପ୍ରଭା ଜଗଦେବ,ଓରତି ସରପଂଚ ସରୋଜିନୀ ବେହେରା,୨୭ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ,ସମାଜସେବୀ ବ୍ରଜମୋହନ ପଣ୍ଡା,ତରତ ପଂଚାୟତ ସରପଂଚଙ୍କ ପ୍ରତିନିଧି ପ୍ରମୋଦ କୁମାର ପରିଡ଼ା, ଜ୍ୟୋତିପ୍ରକାଶ ସ୍ୱାଇଁ,ପ୍ରମୋଦ ସ୍ୱାଇଁ,କେରିଲୋ ପଂଚାୟତ ସଭାପତି ସୁରେନ୍ଦ୍ରନାଥ ଦାଶ, ପୂର୍ବତନ ସରପଂଚ ସୁଶାନ୍ତ ରଂଜନ ମଲିକ,ପୂର୍ବତନ ସମିତିସଭ୍ୟ ସୁତମ ଚରଣ ବେହେରା ଯୋଗଦାନ କରି ଏହି ମ୍ୟାଚ୍ କୁ ଉଦ୍‌ଘାଟନ କରିବା ସହ ଗ୍ରାମାଂଚଳରେ କ୍ରିକେଟ୍ ଖେଳର ବିକାଶ ପାଇଁ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଅଧିକ ଗୁରୁତ୍ୱ ଦେଉଥିବା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସମସ୍ତ ଖେଳାଳୀମାନଙ୍କ ପାଇଁ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଗ୍ରାମାଞ୍ଚଳରେ ମିନି ଷ୍ଟାଡ଼ିୟମ୍ ମାନ ଗଠନ କରାଯିବ ଯାହଦ୍ୱାରା କ୍ରିକେଟ ପ୍ରତିଭା ଅନ୍ୱେଷଣ କରାଯାଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହି କ୍ରିକେଟ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରତାପ ପଣ୍ଡା,ଦୀପକ ରାଉଳ, କ୍ରିକେଟ କ୍ଲବ ସଭାପତି ଆଶିଷରଂଜନ ପଣ୍ଡା,ସମ୍ପାଦକ ଉତ୍ତମ ରାଉଳ,ଟିମ୍ କୋଚ୍ ସଂଗ୍ରାମକେଶରୀ ରାଉତରାୟ,ମ୍ୟାନେଜର ଦୀପକ କର, ଦିଲ୍ଲିପ ରାଉଳ ଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଅତିଥି ମାନେ ଚାମ୍ପିୟନ ଓ ରନର୍ସଅପ କ୍ରିକେଟ୍ କ୍ଲବର ଅଧିନାୟକ ମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ ।

0
0
0
s2sdefault