ହେଡଲାଇନସ୍:

୨୮ ନଂ ୱାର୍ଡ଼ରେ ସ୍ୱାଧୀନପ୍ରାର୍ଥୀ ଗୀତାଶ୍ରୀଙ୍କ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର,: ପୌର ନିର୍ବାଚନ ପାଇଁ ବାଲେଶ୍ୱର ପୌରାଞ୍ଚଳରେ ଧୀରେ ଧୀରେ ପ୍ରଚାର ଜମିବାରେ ଲାଗିଛି । ପ୍ରମୁଖ ରାଜନୈତିକ ଦଳ ସମେତ କାଉନସିଲର ପ୍ରାର୍ଥୀମାନେ ନିଜ ନିଜର ସହଯୋଗୀଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଏହି ପରିପ୍ରେକ୍ଷୀରେ ୨୮ ନଂ ୱାର୍ଡ଼ ପାଇଁ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଥିବା ଗୀତିଶ୍ରୀ ଚାଟାର୍ଜୀଙ୍କ ଟିମ ବେଶ ଆଗରେ ଥିବା ଲକ୍ଷ୍ୟ କରାଯାଇଛି । ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ସମ୍ପୃକ୍ତ ୱାର୍ଡ଼ର ଘର ଘର ବୁଲି ପ୍ରଚାର କରିବା ସାଙ୍ଗକୁ ଛୋଟମୋଟ ନିର୍ବାଚନୀ ସଭା ବି ଆୟୋଜନ କରୁଛନ୍ତି । ରବିବାର ସକାଳଠାରୁ ଦର୍ଜିିପୋଖରୀ ଅଞ୍ଚଳରେ ଘରକୁ ଘର ବୁଲିବା ପରେ ଆୟୋଜିତ ବୈଠକରେ ସ୍ଥାନୀୟ ଲୋକଙ୍କ ସହ ସେଠାକାର ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଶ୍ରୀମତୀ ଚାଟାର୍ଜୀ ଓ ତାଙ୍କର ସହଯୋଗୀମାନେ ପ୍ରତିଶ୍ରୁତି ବି ଦେଇଛନ୍ତି । ଆଜିର ପ୍ରଚାରରେ ଅରୁଣ ଚାଟାର୍ଜୀ, ଅନୁପ ଚାଟାର୍ଜୀ, ଦେବାନନ୍ଦ ରାଉତ, ଦୀଲିପ କୁମାର ଭୂୟାଁ, କୌସିକ ପଣ୍ଡା, ସଞ୍ଜୟ କୁମାର ଲେଙ୍କା, ଦେବାଶିଷ ରାଉତ, ବସନ୍ତ ଦାସ, ଦୀନେଶ ବର୍ଦ୍ଧନ, ରାଧାକୃଷ୍ଣ ସେନ ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault