ହେଡଲାଇନସ୍:

ସୁସ୍ଥ ହୋଇ ଫେରିଲେ, ବିଭୁ ଆଶୀର୍ବାଦ ନେଇ କାମ ଆରମ୍ଭ କଲେ ଜିଲ୍ଲାପାଳ -ଉପଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

01-08-18-jillapaal.jpg - 62.00 kB

ଯାଜପୁର, (ଜୟଶଙ୍କର ଦାଶ):ହୃଦଘାତରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିବା ଜିଲ୍ଲାପାଳ ରଂଜନ କୁମାର ଦାସ ଓ କିଡନୀ ଷ୍ଟୋନ ଅପରେସନ ହୋଇଥିବା ଉପଜିଲ୍ଲାପାଳ  ନାରାୟଣ ଚନ୍ଦ୍ର ଧଳ ସୁସ୍ଥ ହେବାପରେ ବୁଧବାର କାର୍ଯ୍ୟରେ ଯୋଗ ଦେଇଚ୍ଥନ୍ତି ।ଜିଲ୍ଲା ରେ ପହଂଚିବା ପରେ ଉଭୟ ଜିଲ୍ଳ୍ାପାଳ ଓ ଊପଜିଲ୍ଲାପାଳ ବିରଜା ମନ୍ଦିରକୁ ଯାଇ ମା’ ଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ ।   ମା’ ଙ୍କ ଆଶିର୍ବାଦରୁ ସୁସ୍ଥ ହୋଇଥିବାରୁ ମା’ ଙ୍କୁ ପ୍ରଣତି ଜଣାଇଥିଲେ ଉଭୟ ଅଧିକାରୀ  ।  ପରେ କାର୍ଯ୍ୟାଳୟରେ ପହଂଚି କାର୍ଯ୍ୟ ଆରମ୍ଭ କରିଥିଲେ ।  ଏହି ସୁସ୍ଥତା ପାଇଁ ସମସ୍ତ ଜନସାଧାରଣ, ଜନ ପ୍ରତିନିଧି, ବିଭିନ୍ନ ଅଧିକାରୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଚ୍ଥାସେବୀ ପ୍ରମୁଖ ଯେପରି ଭଲପାଇବା, ସ୍ନେହ ଓ ସଦିଚ୍ଚ୍ଥା ପ୍ରଦର୍ଶନ କରିଚ୍ଥନ୍ତି  ।  ସେଥିପାଇଁ ଉଭୟ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଚ୍ଥନ୍ତି ।  

 

 

 

0
0
0
s2sdefault