ରାୟଗଡରୁ ସରୋଜ କୁମାର ସାହୁ: କାଶୀପୁର ବ୍ଲକର "ଗ" ଜୋନର ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ମାଝୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି |
ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ଆଦେଶ ମୁତାବକ ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ନବନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାଙ୍କୁ ଜିଲ୍ଲାପାଳ ବିଧିବଦ୍ଧ ଭାବରେ ଶପଥପାଠ କରାଇଥିଲେ । ଏହା ପରେ ଜିଲ୍ଲା ପରିଷଦ ସଭାପତି ପଦବୀ ନିମନ୍ତେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । କାଶୀପୁର ବ୍ଲକର "ଗ" ଜୋନର ୫ନମ୍ବର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ମାଝୀ ଏକମାତ୍ର ଵ୍ୟକ୍ତି ଯିଏକି ନାମାଙ୍କନ ଦାଖଲ କରିଥିଲେ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବିନାରାୟଣ ତ୍ରିପାଠୀ ଜିଲ୍ଲା ପରିଷଦ ସଭାପତିଙ୍କ ନାମ ସରକାରୀ ଭାବେ ଘୋଷଣା କରିଥିଲେ । ଆଜିର ଏହି ଶପଥ ଗ୍ରହଣ ଉତ୍ସବ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ନିମନ୍ତେ ଅନୁଷ୍ଠିତ ନିର୍ବାଚନ କାର୍ଯ୍ୟକ୍ରମରେ, ଜିଲ୍ଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ଉପଖଣ୍ଡ ପଂଚାୟତ ଅଧିକାରୀ ସୂର୍ଯ୍ୟନାରାୟଣ ମହାରଣା, ବଡ଼ବାବୁ ଅରୁଣ କୁମାର ପାଢୀ , ବରିଷ୍ଠ ରାଜସ୍ୱ ସହାୟକ ସୂର୍ଯ୍ୟନାରାୟଣ ନାୟକ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
ରାଜ୍ୟ
ସରସ୍ୱତୀ ମାଝୀ ରାୟଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ
- Hits: 474