ହେଡଲାଇନସ୍:

ଚର୍ଚ୍ଚାରେ ଅସ୍ତରଙ୍ଗ ଥାନା ଅଧକାରୀ ବାମଦେବ ନନ୍ଦ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସ୍ତରଙ୍ଗ(ଦୁଃଶାସନ ନାୟକ): ପୁରୀ ଜିଲ୍ଲାର ଅସ୍ତରଙ୍ଗ ଥାନା ଅଞ୍ଚଳ ହେଉଛି ଏକ ସମ୍ବେଦନଶୀଳ ଅଞ୍ଚଳ । ଏହି ଥାନା ଅଧୀନରେ ଅତୀତରେ ଆଇନଶୃଙ୍ଖଳା ଦାୟିତ୍ୱରେ ଯେତେ ଥାନା ଅଧକାରୀ ଥିଲେ, ତା ଭିତରେ ବର୍ତ୍ତମାନ ଥାନା ଅଧକାରୀ ବାମଦେବ ନନ୍ଦଙ୍କ କାର୍ଯ୍ୟଶୈଳୀ ଓ ବ୍ୟକ୍ତିତ୍ୱ ବିରଳ । ଜଣେ ସଚୋଟ ମେଳାପୀ ତଥା ସାମାଜିକ ସମ୍ବେଦନଶୀଳ ମଣିଷ ଭାବେ ଜଣାଶୁଣା ଶ୍ରୀ ନନ୍ଦ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ତାଙ୍କର ଆଭିମୁଖ୍ୟ ପାଇଁ ବେଶ ପରିଚିତ ଓ ଲୋକଙ୍କ ଦ୍ୱାରା ପ୍ରସଂଶିତ | ସଦ୍ୟ ଅସ୍ତରଙ୍ଗ ବ୍ଲକ ଭଳି ରାଜନୈତିକ ସମ୍ବେଦଶନଶୀଳ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଥିବା ତ୍ରିସ୍ତରିୟ ପଞ୍ଚାୟତ ନିର୍ବାଚନ ବେଳେ ଯେଉଁଭଳି ଭାବେ ଶାନ୍ତି ଶୃଙ୍ଖଳା ରକ୍ଷା ଠାରୁ ଆରମ୍ଭ କରି,ଭୋଟଦାନ, ଭୋଟ ଗଣତି, ମୋବାଇଲ ପାଟ୍ରୋଲିଂ ଯେଉଁଭଳି ଭାବେ ନିଜ ବୁଦ୍ଧିମତ୍ତା ଓ ଦକ୍ଷତା ଦ୍ୱାରା ସମ୍ପନ୍ନ କଲେ ଏବଂ ପଂଚାୟତ ନିର୍ବାଚନର ସମସ୍ଥ କାର୍ଯ୍ୟକ୍ରମରେ ଚଳ ଚଞ୍ଚଳ ଥିବା ଅସ୍ତରଙ୍ଗ ବ୍ଲକ ର ମୁଖ୍ୟ ଫାଟକ ତଥା ପ୍ରବେଶ ପଥରେ ନିଜେ ସିକୁରୀଟି ହୋଇ ବ୍ଲକ ପରିସରକୁ ସୁରକ୍ଷା ଦେଇ ସର୍ବୋପରି ବ୍ଲକ ର ଅଧ୍ୟକ୍ଷ ଭୋଟ ଦିନ ହଜାର ହଜାର ଲୋକଙ୍କୁ ଆଦର ସହ ସାମ୍ନା ଓ ସମ୍ମାନ ଜଣାଇ ଯେଉଁଭଳି ଭାବେ ତାଙ୍କର ସହ ପୋଲିସ ସହକର୍ମୀ ଓ କର୍ମୀମାନଙ୍କ ସହ କାର୍ଯ୍ୟ ସମାପନ କରିଛନ୍ତି ସେଥି ପାଇଁ ଶ୍ରୀଯୁକ୍ତ ବାମଦେବ ନନ୍ଦ ଙ୍କୁ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ମହଲରୁ ପ୍ରଶଂସା ର ପାତ୍ର ପାଲଟିଛନ୍ତି । ଶ୍ରୀଯୁକ୍ତ ନନ୍ଦ ଯେତିକି ଦିନ ଅସ୍ତରଙ୍ଗ ଥାନାରେ ଥାଆନ୍ତୁ ନା କାହିଁକି, ଜନତାଙ୍କ ପ୍ରତି ତାଙ୍କର ଏପରି ସେବା ଅବ୍ୟହାତ ରଖିବେ ବୋଲି ସ୍ଥାନୀୟ ଜନସାଧାରଣଙ୍କ ଅଖଣ୍ଡ ବିଶ୍ୱାସ |

0
0
0
s2sdefault