ହେଡଲାଇନସ୍:

ବାଲେଶ୍ୱର ଜିଲାର ୧୨ ବ୍ଲକ ଅଧ୍ୟକ୍ଷ ନିର୍ବାଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର : ବାଲେଶ୍ୱର ଜିଲାର ୧୨ ଗୋଟି ବ୍ଲକର ଅଧ୍ୟକ୍ଷ ପଦ ନିର୍ବାଚନ ଅପରାହ୍ଣ ୨ଟା ସୁଦ୍ଧା ଶେଷ ହୋଇଯାଇଛି । ଖଇରା ଓ ସିମୁଳିଆ ବ୍ଳକର ଅଧ୍ୟକ୍ଷ ପଦ ବିଜେପି ହାତକୁ ଯାଇଥିବା ବେଳେ ବାକି ଗୋଟିଏରେ କଂଗ୍ରେସ, ଦୁଇଗୋଟି ବିଜେଡି ବିରୋଧୀ ମେଣ୍ଟକୁ ଓ ୭ ଗୋଟି ବ୍ଲକରେ ବିଜେଡି ସମର୍ଥିତ ପ୍ରାର୍ଥୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନୁସୂଚିତ ଜାତି ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ସଦର ବ୍ଲକର ଅଧ୍ୟକ୍ଷା ପଦରେ ବିଜେଡି ସମର୍ଥିତ ପ୍ରାର୍ଥୀ ଛାନୁଆ ପଞ୍ଚାୟତର ସମିତି ସଭ୍ୟା ସୁନୀତା ବେହେରା ଓ ବିଜେପି ସମର୍ଥିତ ପ୍ରାର୍ଥୀ ବର୍ଦ୍ଧନପୁର ପଞ୍ଚାୟତର ।ସମିତି ସଭ୍ୟା ଫାଲଗୁନୀ ବର୍ମନ ପ୍ରାର୍ଥୀ ହୋଇଥିଲେ । ୩୭ ପଞ୍ଚାୟତ ସମିତି ସଭ୍ୟଙ୍କ ମଧ୍ୟରୁ ବିଜେପି ସମର୍ଥିତ ପ୍ରାର୍ଥୀ ଶ୍ରୀମତୀ ବର୍ମନଙ୍କୁ ୧୭ ଓ ବିଜେଡି ପ୍ରାର୍ଥୀ ଶ୍ରୀମତୀ ବେହେରାଙ୍କୁ ୧୮ ଟି ଭୋଟ ମିଳିଥିଲା । ମାତ୍ର ଖଣ୍ଡିଏ ଭୋଟ ବ୍ୟବଧାନରେ ଶ୍ରୀମତୀ ବେହେରା ସଦର ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ବିଜୟକୁ ନେଇ ସଦର ନିର୍ବାଚନମଣ୍ଡଳୀ ବିଜେଡି ଶାଖାରେ ବେଶ ଖୁସୀର ଲହରୀ ଖେଳିଯାଇଛି । ଫଳାଫଳ ଘୋଷଣା ପରେ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳୀୟ କର୍ମକର୍ତ୍ତା ପଞ୍ଚାୟତସ୍ତରୀୟ କର୍ମୀମାନେ ସମ୍ବର୍ଦ୍ଧିତ କରିଥିଲେ । ସେହିଭଳି ରେମୁଣା ବ୍ଲକରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ରାଉତ, ଭୋଗରାଇ ବ୍ଲକର ବିଜେଡି ସମର୍ଥିତ ପ୍ରାର୍ଥୀ ପ୍ରବୀର ଗିରି, ଜଳେଶ୍ୱରର ବିଜେଡି ସମର୍ଥିତ ପ୍ରାର୍ଥୀ ମାନସ ଜେନା, ବସ୍ତା ବ୍ଳକର ବିଜେଡି ସମର୍ଥିତ ମେଣ୍ଟ ପ୍ରାର୍ଥୀ ଅଞ୍ଜଳି ଦାସ, ବାଲିଆପାଳ ବ୍ଲକର କଂଗ୍ରେସ ସମର୍ଥିତ ପ୍ରାର୍ଥୀ ରଞ୍ଜିତା ନାୟକ, ବାହାନଗା ବ୍ଳକ ବିଜେଡି ସମର୍ଥିତ ପ୍ରାର୍ଥୀ ବିଶ୍ୱନାଥ ମିଶ୍ର, ନୀଳଗିରି ବ୍ଲକ ବିଜେଡି ସମର୍ଥିତ ପ୍ରାର୍ଥୀ ଶୁଭଲକ୍ଷ୍ମୀ ମାଝୀ, ସୋର ବ୍ଲକ ବିଜେଡି ସମର୍ଥିତ ପ୍ରାର୍ଥୀ ଅନସୂୟା ନାୟକ, ସିମୁଳିଆ ବ୍ଲକ ବିଜେପିି ସମର୍ଥିତ ପ୍ରାର୍ଥୀ ବାବଜୀ ମଲିକ, ଖଇରା ବ୍ଲକ ବିଜେପି ସମର୍ଥିତ ପ୍ରାର୍ଥୀ ଅଭିଲିପ୍ସା ସାହୁ ଓ ଔପଦା ବ୍ଲକର କଂଗ୍ରେସ ସମର୍ଥିତମେଣ୍ଟ ପ୍ରାର୍ଥୀ ବିଶିବିର୍ଶା ପାତ୍ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

0
0
0
s2sdefault