ହେଡଲାଇନସ୍:

ସ୍ଥାନୀୟ ସମସ୍ୟାର ଆଶୁ ସମାଧାନ ନହେଲେ ଅଗଷ୍ଟ କ୍ରାନ୍ତି ଦିବସରୁ ବିଶାଳ ଜନ ସତ୍ୟାଗ୍ରହ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଯାଜପୁର ଏକତା ମଞ୍ଚ ପକ୍ଷରୁ ପ୍ରଶାସନକୁ ଚେତାବନୀ 

01-08-18-EKATA1.jpg - 49.34 kB

ଯାଜପୁର ରୋଡ଼ରୁ ସୁବାଷ ଚନ୍ଦ୍ର ନାୟକଙ୍କ ରିପୋର୍ଟ : ଯାଜପୁରରୋଡ଼ ସ୍ଥି’ତ ରୟାଲ କଳିଙ୍ଗ ହୋଟେଲ ପ୍ରକୋଷ୍ଠରେ ଯାଜପୁର ଏକତା ମଞ୍ଚ ତରଫରୁ ଯାଜପୁର ଜିଲ୍ଲାର ସାମଗ୍ରୀକ ବିକାଶ ଶିର୍ଶକ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ମଞ୍ଚର ଉପଦେଷ୍ଟା  ମନୋଜ ଜେନା, ସଭାପତି ଗୟାଧର ମଲ୍ଲିକ ଓ ସମ୍ପାଦକ ଅକ୍ଷୟ ଜେନାଙ୍କ ନେତୃତ୍ୱରେ ଏହି ମଞ୍ଚର କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।  ଜିଲ୍ଲାର ବିକାଶପାଇଁ ୨୦ଦଫା ଦାବି ସମ୍ବଳିତ ଏକ ମାନପତ୍ର ଜିଲ୍ଲାପାଳ ଯାଜପୁରଙ୍କ ଉଦେ୍ଧଶ୍ୟରେ  ପ୍ରେରଣ କରିବା ପାଇଁ ଆନୁଷ୍ଠାନିକ  ଭାବେ ନିଷ୍ପତି ନିଆଯାଇ ଏହାର ଆଶୁ  ସମାଧାନ ଓ କାର୍ଯାନୁଷ୍ଠାନ  ପାଇଁ ଦାବି କରାଯାଇଥିଲା । ବିଶ୍ୱ ମାନଚିତ୍ରରେ ଯାଜପୁର ଜିଲ୍ଲା ଏକ ଶୀଳ୍ପ ବିକାଶ ଜିଲ୍ଲା ଭାବରେ ପରି ଗଣିତ । ଏହି ଜିଲ୍ଲାରେ ଖଣିଜ ସଂପଦର ଅଭାବ ନାହିଁ । ମାତ୍ର ଏହି ଜିଲ୍ଲା ଅଧିବାସୀଙ୍କ ଆଶା ଓ ମୈାଳିକ ସୁବିଧାକୁ ବାରମ୍ବାର ଉପେକ୍ଷା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଏକତା ମଞ୍ଚ ଜିଲ୍ଲାବାସୀଙ୍କର ବିକାଶ ଓ ଜିଇବାର ଉନ୍ନତ  ମାନ ନିର୍ଦ୍ଧାରଣ ପାଇଁ ସରକାର ଓ ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା  ପାଇଁ ପ୍ରୟାସ ଜାରି ରଖିଛି ଓ ରଖିବ  । ପ୍ରମୁଖ ସମସ୍ୟା ଦାବୀ  ଓ ଦାବୀ ଗୁଡ଼ିକ ମଧ୍ୟରୁ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ନିଯୁକ୍ତି ଡ଼ି.ଏମ୍.ଏଫ୍ ର ସୁବିନିଯୋଗ , ଭୁମିହୀନ ପରିବାରକୁ  ଜମି ପ୍ରଦାନ,ଚାଷ ଓ ଚାଷୀ ର ସମସ୍ୟା, ପାଣିକୋଇଲି ଠାରେ ହସ୍ପିଟାଲ ଓ କଲେଜ ନିର୍ମାଣ, ପରିବେଶ ଓ ପାନୀୟ ଜଳ ସମସ୍ୟା , ଗୁଣାତ୍ମକ ଶିକ୍ଷାବୃତ୍ତି ଇତ୍ୟାଦି ଇତ୍ୟାଦି ପ୍ରମୁଖ ଅଟେ । ଏହି ସଭାରେ ବୁଦ୍ଧିଜୀବି, ସାମାଜିକ କର୍ମୀ,ରାଜନୈତିକ ନେତୃବୃନ୍ଦ, ମହିଳା ଛାତ୍ର ନେତୃବୃନ୍ଦ, ସାମ୍ବାଦିକ ଓ ମଞ୍ଚର କର୍ମକର୍ତ୍ତା ଯୋଗଦାନ କରି ନିଜର ମତାମତ ରଖିଥିଲେ । ପରିଶେଷରେ ଏହି ସମସ୍ୟାର ଆଶୁ ସମାଧାନ ନହେଲେ ଆସନ୍ତା ଅଗଷ୍ଟ କ୍ରାନ୍ତି ଦିବସରୁ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ବିଶାଳ ଜନ ସତ୍ୟାଗ୍ରହ ହେବ ବୋଲି ଏକତା ମଞ୍ଚର ସମ୍ପାଦକ ଅକ୍ଷୟ କୁମାର ଜେନା ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।    

 

 

0
0
0
s2sdefault