ସମସ୍ତ ସମିତି ସଭ୍ୟ , ବିଧାୟକ ଓ ନେତୃ ବୃନ୍ଦ ଙ୍କୁ ଜଣାଇଲେ ଧନ୍ୟବାଦ
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଆଜି ପଂଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ରହିଥିବା ବେଳେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ପଂଚାୟତ ସମିତି ର ନୂତନ ଅଧ୍ୟକ୍ଷା ଭାବରେ ଆଜି ବିଜୁ ଜନତା ଦଳ ସମ୍ମର୍ଥୀତ ପ୍ରାର୍ଥୀ ଶ୍ରୀମତୀ ଭାବନା ସିଂ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଶ୍ରୀମତୀ ସିଂ ପାଇକମାଲ କେଛୋଦାଦର ଗ୍ରାମ ପଞ୍ଚାୟତ ରୁ ରେକର୍ଡ ୭୦%ଭୋଟ ପାଇ ସମିତି ସଭ୍ୟ ଭାବରେ ନିର୍ବାଚନ ରେ ବିଜୟ ଲାଭ କରିଥିବା ବେଳେ ଆଜି ନିର୍ବିରୋଧ ରେ ପାଇକମାଲ ପଞ୍ଚାୟତ ସମିତି ର ଅଧ୍ୟକ୍ଷା ଭାବରେ ନିର୍ବାଚିତ ହୋଇଛନ୍ତି । ସୂଚନା ମୁତାବକ ଆଜି ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମତୀ ସିଂ , ନିଜର ପ୍ରସ୍ତାବକ ଓ ସମ୍ମର୍ଥକ , ଶ୍ରୀ ସଂଜୀବ ବାରିହା ( ସମିତି ସଭ୍ୟ କଂସଡା ଗ୍ରାମପଞ୍ଚାୟତ ) ଶ୍ରୀ ମହେନ୍ଦ୍ର ସିଂ ବାରିହା ( ସମିତି ସଭ୍ୟ ଭେଙ୍ଗରାଜପୁର ) ଙ୍କର ସହିତ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । ନାମାଙ୍କନ ପାଇଁ ସମୟ ସକାଳ ସାଢେ ଦଶ ରୁ ସାଢ଼େ ଏଗାର ନିର୍ଦ୍ଧାରିତ ହୋଇଥିବା ବେଳେ କେବଳ ଶ୍ରୀମତୀ ସିଂ ଏକମାତ୍ର ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କରିଥିଲେ । ନୂତନ ଭାବରେ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥିବାରୁ ,ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ , ପଦ୍ମପୁର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ରାଜ୍ୟ ସରକାର ଙ୍କର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଜୁ ଜନତା ଦଳର ବ୍ଲକ ଅଧ୍ୟକ୍ଷ ଶ୍ରୀ ରଜେନ୍ଦ୍ର ରାଉତ ,ଯୁବନେତା ଶ୍ରୀ ଭୋଜରାଜ ସିଂ ବାରିହା , ବିଜୁ ଜନତା ଦଳର ସମର୍ପିତ କର୍ମୀ , ଓ ଜନସାଧାରଣ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ସରକାର ଙ୍କର ସମସ୍ତ ଯୋଜନା ସବୁ ତୃଣମୂଳ ସ୍ତରକୁ ପହଞ୍ଚାଇବା ସହିତ ବ୍ଲକର ଉଁନ୍ନତି ଦିଗରେ ସବୁପ୍ରକାର ପ୍ରୟାସ କରିବେ ବୋଲି ଶ୍ରୀମତି ସିଂ କହିଛନ୍ତି ।