ହେଡଲାଇନସ୍:

ହାଟରେ, ଖଟିରେ ବୁଲିଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମର୍ଥନ ଲୋଡ଼ିବା ସହ ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

ଭୁବନେଶ୍ୱର: ବିଏମସିର ବିଜେଡ଼ି ମେୟର ପ୍ରାର୍ଥୀ ସୁଲୋଚନା ଦାସ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ସାଧାରଣ ଲୋକଙ୍କୁ ଭେଟି ସମର୍ଥନ ଲୋଡିଥିଲେ । ଆଜି ପ୍ରାତଃ ସମୟରେ ଭିମେଶ୍ୱର ଫେଜ୍ ୧, ଫେଜ୍ ୨ ଓ ଭାସ୍କରେଶ୍ୱର ମନ୍ଦିରର ପାର୍କକୁ ଯାଇ ସାଧାରଣ ଲୋକଙ୍କୁ ସାକ୍ଷାତ କରିଥିଲେ । ପ୍ରାତଃଭ୍ରମଣରେ ଆସିଥିବା ମହିଳା ଓ ପୁରୁଷ ମାନଙ୍କୁ ସାକ୍ଷାତ କରି ନିର୍ବାଚନରେ ବିଜେଡ଼ିକୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ । ୟୁନିଟ୍ ୪ ସ୍ଥିତ ମଟ୍ଟକା ଚା' ଦୋକାନରେ ପହଁଚିଥିଲେ ମେୟର ପ୍ରାର୍ଥୀ ସୁଲୋଚନା ଦାସ । ସେଠାରେ ଉପସ୍ଥିତ ଲୋକମାନଙ୍କ ସହ ସାକ୍ଷାତ କରି ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ବିଜେଡ଼ିକୁ ପୂର୍ଣ୍ଣ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ୟୁନିଟ୍ ୪ ହାଟର ପରିବା ଓ ମାଛ ମାର୍କେଟରେ ବୁଲି ବ୍ୟବସାୟୀ ଓ ଗ୍ରାହକଙ୍କ ଆଶୀର୍ବାଦ ଲୋଡ଼ିଥିଲେ । ହାଟରେ ବୁଲିବା ସମୟରେ ବିଭିନ୍ନ ବର୍ଗର ଲୋକେ ସମର୍ଥନ ଦେବେ ବୋଲି ସଦ୍ଦିଛା ପ୍ରକାଶ କରିଥିଲେ ।
ବାସଭବନରେ ମଧ୍ୟ ପୌରାଞ୍ଚଳ ବସ୍ତି ମହାସଂଘର କର୍ମ କର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଂଗରେ ଆଲୋଚନା କରିଥିଲେ ଓ ଦଳକୁ ବହୁମତରେ ଜିତେଇବାକୁ ସହଯୋଗ ଲୋଡ଼ିଥିଲେ । ବିଭିନ୍ନ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ଭୋଟରଙ୍କ ସହ ସାକ୍ଷାତ କରି ସହଯୋଗ କାମନା କରିଥିଲେ । ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମଧ୍ୟ ଶ୍ରୀମତୀ ଦାସଙ୍କ ସହ ସାକ୍ଷାତ କରି ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ଦେବା ସହ ମସଜିଦକୁ ଆମନ୍ତ୍ରଣ କରିଥିଲେ ।
ଜ୍ୟୋତିର୍ମୟୀ ପ୍ରି ସ୍କୁଲ୍ ର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ । ସନ୍ଧ୍ୟାରେ ଶହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ମଧ୍ୟ ପହଁଚି ସନ୍ଧ୍ୟା ଆରତି କରିବା ସହ ଜନ ସଂପର୍କ ବଢ଼ାଇଥିଲେ । ସେଠୁ ବାହାରି ଶହୀଦ ନଗର ସ୍ଥିତ ତେଲୁଗୁ ବସ୍ତିର ବାସିନ୍ଦାଙ୍କୁ ଭେଟି ମେୟର ନିର୍ବାଚନରେ ଆଶୀର୍ବାଦ ଓ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ ।
ଏହା ସହିତ ଆଚାର୍ଯ୍ୟ ବିହାରର ଚା' ଖଟି ରେ ମଧ୍ୟ ଶ୍ରୀମତୀ ଦାସ ସାଧାରଣ ଲୋକଙ୍କ ସହ ଆଲୋଚନା କରିଥିଲେ । ସେଠାରେ ଉପସ୍ତିତ ଥିବା ଲୋକମାନେ ପୌର ନିର୍ବାଚନରେ ବିଜେଡ଼ିକୁ ସମର୍ଥନ ଦେବେ ବୋଲି ପ୍ରତିଶ୍ରୁତି ନେଇଥିଲେ । ଏହାପରେ କଳ୍ପନା ଛକ ଠାରେ ମଧ୍ୟ ଜନ ସମ୍ପର୍କ ଯୋଡ଼ିଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନର ଭୁବନେଶ୍ୱର ଗଢିବାର ଯୋଜନାକୁ ସାକାର କରିବା ପାଇଁ ବିଜେଡି କୁ ସମର୍ଥନ ଦେବାକୁ ଅନୁରୋଧ କରିଥିଲେ । ଶ୍ରୀମତୀ ଦାସଙ୍କ ଜନ ସମ୍ପର୍କ ଅଭିଯାନରେ ଦଳର ଅନ୍ୟାନ୍ୟ ନେତା, କର୍ମୀ ଓ ସାଧାରଣ ଜନତା ମଧ୍ୟ ଯୋଡ଼ି ହୋଇଥିଲେ ।

0
0
0
s2sdefault