ହେଡଲାଇନସ୍:

ତିତିଲିରେ ଅନାଥ ହୋଇଥିବା କୃତି ଛାତ୍ରକୁ ପୁରସ୍କୃତ କଲା ଜିଲ୍ଲା ପ୍ରଶାସନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମୟର କାଳ ଚକ୍ରରେ ତିତିଲି ମହାବାତ୍ୟା ସିନା ପିଲାମାନଙ୍କୁ ଅନାଥ କରି ଚାଲିଗଲା କିନ୍ତୁ ଗଜପତି ଜିଲ୍ଲା ପ୍ରଶାସନ ପିଲାମାନଙ୍କର ଦାୟିତ୍ବ ନେବା ପାଇଁ ତିତିଲି ପରଠାରୁ ଅହରହ ଉଦ୍ୟମ ଜାରି ରଖିଛି । ତାହାର ବଡ଼ ନଜର ଦେଖିବାକୁ ମିଳିଛି ଆଜି ଯାହାକି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ସେହି ସମୟର ଅନାଥ ହୋଇଥିବା ଗୋଟିଏ ଛାତ୍ର ଶ୍ରୀମାନ ରାମ ଭୂୟାଁଙ୍କୁ ଜିଲ୍ଲାପାଳଙ୍କ କକ୍ଷରେ ସମ୍ମାନିତ କରିଛନ୍ତି, ଯିଏକି ଆଜି ତୃତୀୟ ଶ୍ରେଣୀରେ ଜିଲ୍ଲା ସ୍ତରୀୟ ବୃତ୍ତି ପାଇ କୃତିତ୍ବ ଅର୍ଜନ କରିଛନ୍ତି ।
ସେହି ଛାତ୍ର ଆଉ କେହି ନୁହନ୍ତି ଯିଏକି ତିତିଲି ମହାବାତ୍ୟାରେ ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମରେ ନିଜ ବାପା, ମା ଏବଂ ଭଉଣୀଙ୍କୁ ହରାଇଥିଲେ । ଠିକ୍ ତା ପରଠାରୁ, ସେହି ପରିବାରରେ ବଞ୍ଚିଯାଇଥିବା ତିନି ଭାଇଙ୍କୁ ଆଣି ଜିଲ୍ଲା ପ୍ରଶାସନ ଏକ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ବିବେକାନନ୍ଦ ରେସିଡେନ୍ସିଆଲ୍ ସ୍କୁଲ, ଏସ୍.ଉରୁଡ଼ା, ଗୋଷାଣୀରେ ରଖି ସେମାନଙ୍କର ସମସ୍ତ ଦାୟିତ୍ବ ବହନ କରିଆସୁଛି । ଏପରିକି ସେମାନଙ୍କର ଶିକ୍ଷାର ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଟ୍ୟୁସନ ଶିକ୍ଷକ ଏବଂ ଶାରିରୀକ ଏବଂ ମାନସିକ ବିକାଶ ପାଇଁ ବିଭିନ୍ନ ଘର ବାହାର ଏବଂ ଘର ଭିତରର ଖେଳ ପାଇଁ ପ୍ରୋତ୍ସାହନ ଦେଇଆସୁଛି । ତତ୍ ସହ କୋଭିଡ଼ ସମୟରେ ପିଲାମାନେ କିପରି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ଆବଶ୍ୟକ କମ୍ପ୍ୟୁଟର ଟାବଲେଟ୍ ଯୋଗାଇ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଯୋଗାଇ ଆସୁଛି ତାହାର ଫଳ ସ୍ବରୁପ ଆଜି ଛାତ୍ରଟି ତୃତୀୟ ଶ୍ରେଣୀରେ ଜିଲ୍ଲାସ୍ତରୀୟ ବୃତ୍ତି ପାଇବା ସହ ଏବଂ ତାହର ଜଣେ ଭାଇ ଶ୍ରୀମାନ୍ ସୀମାଞ୍ଚଳ ଭୂୟାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ପରୀକ୍ଷାରେ କୃତୀତ୍ବ ଅର୍ଜନ କରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଲିଙ୍ଗିପୁର ଠାରେ ଅଧ୍ୟୟନ କରୁଛି।
ଆଜିର ଦିନରେ ଜିଲ୍ଲା ପ୍ରଶାସନ, ଗଜପତି ଠାରୁ ପ୍ରତିଶ୍ରୁତି ମିଳୁଛି ଯେ ତିତିଲିରେ ଅନାଥ ହୋଇଥିବା ପ୍ରତି ପିଲା କିପରି ସମାଜରେ ଭଲ ମଣିଷ ହେବେ ଏବଂ ସେମାନଙ୍କର ଭବିଷ୍ୟତ କିପରି ଉଜ୍ବଳ ହେବ ସେଥିପାଇଁ ଅହରହ ଉଦ୍ୟମ ଜାରି ରହିବ।

0
0
0
s2sdefault