ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନବ ନିର୍ମିତ ସୁବିଧା କେନ୍ଦ୍ର ଲୋକାର୍ପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

01-08-18-PATHAPRANTA.jpg - 83.38 kB

ବୈାଦ୍ଧ(ସିମୁନ୍ ନାଏକ) ; ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନବ ନିର୍ମିତ ପଥପାଶ୍ୱର୍ ସୁବିଧା କେନ୍ଦ୍ର ଆଜି ଭିଡିଓ କନଫେରେସିଙ୍ଗ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି । ବୈାଦ୍ଧ ଠାରେ ଏହି ଯୋଜନାର ମଧ୍ୟ ଶୁଭାରମ୍ଭ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଭରେସିଙ୍ଗ ଜରିଆରେ ଉଦଘାଟନ କରିଥିଲେ । ପ୍ରାୟ ୧ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ବୈାଦ୍ଧ ମହାନଦୀ ବି୍ରଜ ଛକ ନିକଟରେ  ଏହି ନବ ନିର୍ମିତ ପଥପାଶ୍ୱର୍ ସୁବିଧା କେନ୍ଦ୍ରକୁ ଜିଲ୍ଲାରେ ବାଚସ୍ପତି ପ୍ରଦିପ ଅମାତ ଫିତାକାଟି ଏହାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଅକ୍ରୁର ସେଠୀ,ବୈାଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ,ପୁର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋଜ କୁମାର ତ୍ରୀପାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଏହି ନବ ନିର୍ମିତ ପଥପାଶ୍ୱର୍ ସୁବିଧା କେନ୍ଦ୍ର ପରିସରରେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ପରେ ଏକ ସଭାରେ ପ୍ରତ୍ୟେକ ପଞ୍ଚାୟତରେ ଆଇନ ସହାୟତା ପାଇଁ ୬୯ ଜଣ ଆଇନ ଜୀବୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ସହାୟତା ,୧୭ ଜଣ ଚୁକ୍ତିଭିତିକ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବିଜୁ ଶିଶୁ ସୁରକ୍ଷା ଯୋଜନାରେ ୩ ଜଣ ଛାତ୍ରଛାତ୍ରୀଙ୍କୁ ୨୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।

 

0
0
0
s2sdefault