ହେଡଲାଇନସ୍:

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

01-08-18-indepebence.jpg - 45.71 kB

ବୈାଦ୍ଧ(ସିମୁନ୍ ନାଏକ) ;  ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟସ୍ଥିତ ସଦଭାବନା  ଗୃହରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ହୋଇଯାଇଛି ।  ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶିଶିର କୁମାର ସାହୁ ଉପସ୍ଥିତ ସମସ୍ତ ଅଧିକାରୀ, ଶିକ୍ଷକ/ଶିକ୍ଷୟିତ୍ରୀ, ସାମ୍ବାଦିକ ଓ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ସ୍ୱାଗତ ଜଣାଇଥିଲେ । ସ୍ୱାଧୀନତା ଦିବସକୁ ଜିଲ୍ଲାସ୍ତରରେ ସୁଚାରୁରୂପେ ପାଳନ  କରିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ବର୍ଗରେ ଆୟୋଜିତ ହେବ ।  ପ୍ୟାରେଡ ପଡିଆରେ କୌତୁକ ପୋଷାକ ପ୍ରତିଯୋଗିତା, ଶାରୀରିକ କ୍ରୀଡା ଅନୁଷ୍ଠିତ ହେବ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ, ଉପକାରାଗାରର  ଅନ୍ତେବାସୀ ଓ କୁଷ୍ଠଶ୍ରମରେ ଫଳବଣ୍ଟନ କରାଯିବ । ବୈଠକରେ ସିଡିଏମଓ ଦିପିକା ଦତ୍ତରାୟ,ନିଜାରତ ଅଫିସର ଖଦାଳ ପା୍ରତ୍ର ପ୍ରମୁଖ  ଉପସ୍ଥିତ ଥିଲେ   ।   ଏହି ପ୍ରସ୍ତୁତି ବୈଠକରେ ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ସରକାରୀ ଅଧିକାରୀ,  ଶିକ୍ଷକ ଶିକ୍ଷୟିତ୍ରୀ ଓ ବରିଷ୍ଠ ନାଗରିକ ଯୋଗଦେଇ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । 

 

 

0
0
0
s2sdefault