ହେଡଲାଇନସ୍:

ପ୍ରଶାସନ ଘର ଭାଙ୍ଗି ଦେବାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ୨ ଦିନ ହେବ ବସିଛନ୍ତି  ଅସହାୟ ପରିବାର 

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ପ୍ରଶାସନ ଘର ଭାଙ୍ଗି ଦେବାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ à­¨ ଦିନ ହେବ ବସିଛନ୍ତି  ଅସହାୟ ପରିବାର  

ତିର୍ତ୍ତୋଲ/Ramesh Mohanty -ଜଗତସିଂହପୁର ଜିଲ୍ଲାରେ ଜବରଦଖଲ କିଛି ନୂଆ କଥା ନୁହେଁ ।ଅନେକ ଜବରଦଖଲ ମାମଲା ପ୍ରଶାସନର ଗ୍ୟାନ୍ତରେ ଥିଲେ ସୁଦ୍ଧା କାର୍ଯାନୁଷ୍ଠାନ ଗ୍ରହଣ କରାଯାଉନଥିବା ସ୍ଥଳେ ପାରାଦ୍ବୀପ ଗଡ ଉଦୟ ବିହାର ଅଞ୍ଚଳରେ ଦିର୍ଘ ବର୍ଷ ଧରି ବସବାସ କରୁଥିବା ଏକ ଭୂମିହୀନ ଦଳିତ ପରିବାରକୁ ଉଛେଦ କରିବା,ବୁଲ୍ଡୋଜର ଲଗାଯାଇ ଘରକୁ ମାଟିରେ ମିଶାଇ ଦିଆଯିବା ଭଳି ଘଟଣା କିଛିଟା ନୁଆ ବୋଲି ଅନୁମାନ କରାଯାଉଛି।ଅଭିଯୋଗନୁଯାୟୀ,ପାରାଦ୍ବୀପ ଗଡ଼ ଉଦୟ ବିହାର ଅଞ୍ଚଳର ରଞ୍ଜନ ବେହେରା ଏକ ଭୂମିହୀନ ଦଳିତ ପରିବାର ଅଟେ।ଦିର୍ଘ ୭୦ ବର୍ଷରୁ ଉର୍ଦ୍ଧ୍ୱ ହେବ ତାଙ୍କ ଅଜା ଅମଳରୁ ବର୍ଦ୍ଧମାନ ରାଜାଙ୍କ ଠାରୁ ପଟ୍ଟା ପାଇ ନିର୍ଦୋନ୍ଦରେ ସେହି ଯାଗାରେ ରହିଆସୁଥିଲେ।ଅଚାନକ ଗତ ମାସ ୨୭ ତାରିଖ ଦିନ ଅପରାହ୍ନ ୩ଟା ସମୟରେ ପାରାଦ୍ବୀପ ଗଡର ଜଣେ ଆରଆଇ ଆସି ତାଙ୍କ ବାପା ଗୋବର୍ଦ୍ଧନଙ୍କ ସହ ଆଲୋଚନା କରି ତୁମ ଯାଗା ତୁମ ନାମରେ ହୋଇଯିବ କହି ସାଙ୍ଗରେ ଡାକି ନେଇଯାଇଥିଲେ।ପରେ ଦିନ ୪ଟା ସମୟରେ ତିର୍ତ୍ତୋଲ ତହସିଲଦାର,ପାରାଦ୍ଵୀପ ଲକ୍ ଓ କୁଜଙ୍ଗ ପୋଲିସ ବିନା ନୋଟିସ୍ ରେ ତାଙ୍କ ଘରେ ପହଞ୍ଚି ପରିବାର ସଦସ୍ୟଙ୍କୁ ଘରୁ ବାହାର କରିଦେବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ।ଏହାପରେ ବୁଲ୍ଡୋଜର ଲଗାଇ ଘରକୁ ଭାଙ୍ଗିଦେଇଥିଲେ।ହାଇକୋର୍ଟଙ୍କ ନିର୍ଦ୍ଦେଶ କହି ଘର ଭାଙ୍ଗୁଥିବା ବେଳେ କାକୁତି ବିନତି ହେଉଥିବା ପରିବାର ସଦସ୍ୟଙ୍କ ଅନୁରୋଧକୁ କେହି ରଖିଲେ ନାହିଁ କି ହାଇକୋର୍ଟଙ୍କ ନିର୍ଦ୍ଦେଶର ନକଲ ଦିଆଗଲା ନାହିଁ।ଏପରିକି ଆରଆଇ ଡାକି ନେଇ ଯାଇଥିବା ତାଙ୍କ ବାପାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ଏସ୍ ପି ଙ୍କୁ ଅଭିଯୋଗ କରିଛନ୍ତି।ଏପରିକି ଘର ନଥିବାରୁ ରଞ୍ଜନ ଓ ତାଙ୍କ ଭାଇ ଉଭୟଙ୍କର ଛଅ ଜଣ ଶିଶୁ ଥିବା ପରିବାର ଏକ ରକମ  ଉଚ୍ଛନ୍ନ ହୋଇ ପଡିଛି।ଏହି ଅସହାୟ ପରିବାରର ଥଇଥାନ ସହ ସହାୟତା ପ୍ରଦାନ କରିବା ଓ ନିିିଖୋଜ ବାପାାଙ୍କୁ ଠାବ କରିବା ସହିତ ସମ୍ପପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ନିିିମିତ୍ତ ଜିଲ୍ଲାପାଳଙ୍କ ଦୃୃୃଷ୍ଟି ଆକର୍ଷଣ କରିବା ସହିତ ୨ଦିନ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ବସିରହିଛନ୍ତ।

0
0
0
s2sdefault