ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ଶାସକପ୍ରଶାସକ) - ଫସଲ ବୀମା ପାଇଁ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ । ପଦ୍ମପୁର ଉପଖଣ୍ଡ ଏକ ମରୁଡି ପ୍ରପିଡିତ ଅଂଚଳ , ଏଠାକାର ଚାଷୀ ମାନେ ବର୍ଷାଝଳ ଉପରେ ଭରସା କରି ଚାଷ କରିଛନ୍ତି । ୨୦୨୦ ଖରିଫ ସମୟରେ ମଧ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିଲା । ପ୍ରାକୃତି ଦୁର୍ବିପାକର କ୍ଷତି ପୂରଣ ପାଇବା ପାଇଁ ଚାଷୀ ମାନେ ସମବାୟ ସମିତି ଠାରେ ଫସଲ ବୀମା କରିଥିଲେ ଏବଂ ୫୭.୩୯ ପ୍ରତିଶତ କ୍ଷତି ପୂରଣ ପାଇବା ପାଇଁ ସରକାର ଧାର୍ଯ୍ୟ କରିଥିଲେ । ହେଲେ ଦୀର୍ଘ ଦିନ ହୋଇ ଯାଇଥିଲେ ମଧ୍ୟ ଚାଷୀଙ୍କୁ ତାଙ୍କ କ୍ଷତି ପୂରଣ ମିଲି ପାରି ନାହିଁ । ଚାଷୀ ମାନେ ବାରମ୍ବାର ଉପଜିଲ୍ଲାପାଲ ,ବିମା କମ୍ପାନୀକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଲ ମିଲିନଥିଲା । ତେଣୁ ଚାଷୀ ମାନେ ଆଜକି ଏକତ୍ରିତ ହୋଇ ପଦ୍ମପୁର ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟକୁ ଅନିର୍ଦିଷ୍ଟ କାଲ ପର୍ଯ୍ୟନ୍ତ ତାଲା ବନ୍ଦ କରିଛନ୍ତି । ଆଜିର ଏହି ତାଲାବନ୍ଦ ସମୟରେ ଚାଷୀନେତା ଅଶୋକ ସାହୁ,ରମେଶ ମହାପାତ୍ର , ଅଜିତ ଶତପଥୀ, କୈଳାଶ ବାରିକ,ବିଜୟ ସାହୁ ତଥା ଚାଷୀ ମାନେ ଥିଲେ।

0
0
0
s2sdefault