ହେଡଲାଇନସ୍:

ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ଓଡ଼ିଆଙ୍କ ନିରାପଦ ଲେଉଟାଣି ପାଇଁ ତତ୍ପରତା ଦେଖାଇଲେ ମୁଖ୍ୟମନ୍ତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 
  • କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ କଲେ ଆଲୋଚନା: ଗସ୍ତ ଖର୍ଚ ବହନ କରିବେ ରାଜ୍ୟ ସରକାର

  • ସମନ୍ୱୟ ରକ୍ଷା କରିବା ପାଇଁ ଉନ୍ନୟନ କମିଶନର ପ୍ରଦୀପ ଜେନାଙ୍କୁ ଦାୟିତ୍ୱ

  • କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ରଖିବେ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର

ଭୁବନେଶ୍ୱର : ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପରିପ୍ରେକ୍ଷୀରେ ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଏବଂ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ପ୍ରଦର୍ଶନ ପ୍ରଦର୍ଶନ କରିଛନ୍ତି । ଆଜି ସକାଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରି ସେଠାରେ ଫସିଥିବା ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଆଲୋଚନା କରିଥିବା ବେଳେ ୟୁକ୍ରେନ୍ ରୁ ସମସ୍ତ ଓଡ଼ିଆଙ୍କୁ ଜନ୍ମମାଟି ଫେରାଇ ଆଣିବା ପାଇଁ ଯେତେ ଅର୍ଥ ଯାତାୟତବାବଦରେ ଖର୍ଚ ହେବ ସେ ସବୁ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ୟୁକ୍ରେନ୍ ରେ ଫସିଥିବା ଓଡ଼ିଆଙ୍କୁ ଜନ୍ମମାଟି ଫେରାଇ ଆଣିବା ପ୍ରସଙ୍ଗରେ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ଆବାସିକ କମିସନର କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର ସେଲ ଖୋଲାଯିବ ସହ ଆବାସିକ କମିଶର ରବି କାନ୍ତ(ଆଇପିଏସ୍) ଙ୍କୁ ନୋଡାଲ୍ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି | ସେ ଭାରତ ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବେ । ୟୁକ୍ରେନ୍ ରେ ଥିବା ଓଡ଼ିଆଙ୍କ ତଥ୍ୟ ସଂଗ୍ରହ ପାଇଁ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସଙ୍କଟ ସମୟରେ ଏଠାରେ ଥିବା ସେମାନଙ୍କ ପରିବାର ସହ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ୟୁକ୍ରେନରେ ଥିବା ଓଡ଼ିଆଙ୍କ ନିରାପଦ ଲେଉଟାଣୀର ସାମଗ୍ରିକ ସମନ୍ୱୟ ରକ୍ଷା ପାଇଁ ଉନ୍ନୟନ କମିଶନର ଶ୍ରୀ ଜେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

0
0
0
s2sdefault