ଭୁବନେଶ୍ୱର : ବାଜିଲା ପୌର ନିର୍ବାଚନ ପାଇଁ ବିଗୁଲ | ରାଜ୍ୟ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ ଓଡିଶାରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ବା ପୌର ନିର୍ବାଚନର ତାରିଖ ଘୋଷଣା କରିଛି। ତାରିଖ ଘୋଷଣା କରି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ ୧୦୬ ମ୍ୟୁନିସିପାଲିଟି / ଏନଏସି ଏବଂ ତିନୋଟି ମ୍ୟୁନିସିପାଲ କର୍ପୋରେସନକୁ ନିର୍ବାଚନ ୨୪ ମାର୍ଚ୍ଚ ରେ ଅନୁଷ୍ଠିତ ହେବ।
୧୦୬ ମ୍ୟୁନିସିପାଲିଟି / ଏନଏସି ଏବଂ ତିନୋଟି ମ୍ୟୁନିସିପାଲ କର୍ପୋରେସନ (ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ୍ , କଟକ ମ୍ୟୁନିସିପାଲ କର୍ପୋରେସନ୍ ଓ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ୍ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ |
ଆସନ୍ତା 28 ରେ ହେବାକୁ ଥିବା ମତଦାନ ପାଇଁ ବିଜ୍ଞପ୍ତି ଜାରି କରାଯିବ। ଏହି ଘୋଷଣା ସହିତ ଆଦର୍ଶ ଆଚରଣ ସଂହିତା ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହେବ।
କର୍ପୋରେସନ୍ ଅଞ୍ଚଳରେ ମେୟର ପଦବୀ ଏବଂ ପୌର ସଂସ୍ଥା / ଏନଏସି ରେ ଚେୟାରମ୍ୟାନ ପଦ ପାଇଁ ସିଧାସଳଖ ନିର୍ବାଚନ ହେବ | ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ୍ ବ୍ୟବହାର କରାଯିବ- ଗୋଟିଏ ମେୟର ବା ପୌରାଧ୍ୟକ୍ଷ ବାଛିବା ପାଇଁ ଏବଂ ଅନ୍ୟଟି କର୍ପୋରେଟର ଏବଂ କାଉନସିଲରଙ୍କ ପାଇଁ | ଇଭିଏମ୍ ଗୁଡିକରେ ଭୋଟରଙ୍କ ପାଇଁ ନୋଟା ବିକଳ୍ପ ରହିବ |
କାର୍ଯ୍ୟସୂଚୀ:
ବିଜ୍ଞପ୍ତିର ଜାରି ହେବ : ଫେବୃଆରୀ ୨୮ |
ନାମାଙ୍କନପତ୍ର ଦାଖଲ - ମାର୍ଚ୍ଚ ୨ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ |
ଯାଞ୍ଚ: ମାର୍ଚ୍ଚ ୯
ନାମାଙ୍କନପତ୍ର ପ୍ରତ୍ୟାହାର: ମାର୍ଚ୍ଚ ୧୪ ପର୍ଯ୍ୟନ୍ତ |
ମତଦାନ: ମାର୍ଚ୍ଚ ୨୪
ଭୋଟ୍ ଗଣନା: ମାର୍ଚ୍ଚ ୨୬ |
ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୮
ଉପାଧ୍ୟକ୍ଷ ନିର୍ବାଚନ: ଏପ୍ରିଲ୍ ୭