ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଶେଷ ପର୍ଯ୍ୟାୟରେ ଫେବୃୟାରୀ ୨୪ ତାରିଖରେ ଏରସମା ଓ ନାଉଗାଁରେ ମତଦାନ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଭୋଟ ଗଣନା ବୁଥ୍ ସ୍ତରରେ ନହୋଇ ବ୍ଲକ ସ୍ତରରେ ଅନୁଷ୍ଠିତ ହେବ ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ପ୍ରତ୍ୟେକ ବ୍ଲକରେ ଭୋଟ ଗଣନା ଜିଲ୍ଲା ପରିଷଦ ଜୋନ୍ ଓାରୀ କରାଯିବ । ପ୍ରତ୍ୟେକ ବ୍ଲକର ଭୋଟ ଗଣତି ତିନିଦିନ ମଧ୍ୟରେ ଶେଷ ହେବ ଜଗତସିଂହପୁର ଜିଲ୍ଲାରେ ବିରିଡି, ରଘୁନାଥପୁର ଓ ନାଉଗାଁରେ ୨ଟି ଲେଖାଏ ଜିଲ୍ଲା ପରିଷଦ ଜୋନ୍ ଥିବାରୁ ଏଠାରେ ଦୁଇଦିନରେ ଭୋଟଗଣତି ଶେଷ ହେବ । ଅର୍ଥାତ୍ ଫେବୃୟାରୀ ୨୬ ତାରିଖରେ ଜୋନ୍-୧ ଓ ୨୭ ତାରିଖରେ ଜୋନ୍-୨ ଭୋଟ ଗଣତି ହେବ । ସେହିପରି ବାଲିକୁଦା, ଜଗତସିଂହପୁର, କୁଜଙ୍ଗ, ତିର୍ତ୍ତୋଲ ଓ ଏରସମା ବ୍ଲକରେ ୪ଟି ଲେଖାଏ ଜିଲ୍ଲା ପରିଷଦ ଜୋନ୍ ରହିଥିବାରୁ ଜୋନ୍-୧ ଫେବୃୟାରୀ ୨୬, ଜୋନ୍ ୨, ଫେବୃୟାରୀ ୨୭ ଏବଂ ଜୋନ୍ ନଂ ୩ ଓ ୪ ଫେବୃୟାରୀ ୨୮ ତାରିଖରେ କାଉଣ୍ଟିଂ ଅନୁଷ୍ଠିତ ହେବ । ଯେଉଁ ଜୋନ୍ରେ ଯେତୋଟି ଗ୍ରାମ ପଂଚାୟତ ରହିଛି ସେହି ଜୋନ୍ର କାଉଣ୍ଟିଂ ପାଇଁ ସେତିକି ଟେବୁଲ କରାଯିବ । ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ୨ଜଣ କାଉଣ୍ଟି ଆସିଷ୍ଟାଣ୍ଟ ଏବଂ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ହେବେ । ଓଡିଆ ବର୍ଣମାଳା ଅନୁଯାୟୀ ପଂଚାୟତ ଗୁଡିକୁ ଟେବୁଲ ଦିଆଯିବ। କାଉଣ୍ଟି ଟିମ୍ କେଉଁ ଟେବୁଲରେ ଗଣତି କରିବେ ଲଟେରୀ କରାଯାଇ ସ୍ଥିର କରାଯିବ । ପ୍ରତି ପଂଚାୟତର ପ୍ରତ୍ୟେକ ବୁଥ୍ ଗୋଟିଏ ଟେବୁଲରେ ଭୋଟ ଗଣତି କରାଯିବ ।ଷ୍ଟ୍ରଙ୍ଗ ରୁମରୁ ଭୋଟ ବାକ୍ସ ଅଣାଯାଇ ଉଦ୍ଦିଷ୍ଟ ଟେବୁଲକୁ ଦିଆଯିବ ଓ ଭୋଟ ଗଣତି କରାଯିବ । ଭୋଟ ଗଣତିର ହିସାବ କେନ୍ଦ୍ରିୟ ଟେବୁଲକୁ ଦିଆଯାଇ ସେଠାରେ ପୂର୍ଣ୍ଣାଙ୍ଗ ହିସାବ କରାଯିବ ଏବଂ ପ୍ରତ୍ୟେକ ରାଉଣ୍ଡର ଫଳାଫଳ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା କରାଯିବ ପ୍ରଥମେ ଓାର୍ଡମେମ୍ବର ଗଣତି ଓ ପରେ ପରେ ସରପଂଚ,ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଗଣତି କରାଯିବ ଗଣତି କାର୍ଯ୍ୟର ସମସ୍ତ ପ୍ରକ୍ରିୟାର ଭିଡିଓ ଗ୍ରାଫି କରାଯିବ ଏବଂ ସିସିଟିଭି ବ୍ୟବସ୍ଥା କରାଯିବ। ଜଗତସିଂହପୁର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ ପଟାୱରୀ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ କାଉଣ୍ଟିଂ ହଲ୍ର ସୁପରିଚାଳନା ଦାୟିତ୍ବ ପ୍ରଦାନ କରିଛନ୍ତି । ଜଗତସିଂହପୁର ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ,ପ୍ରଶାସନ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ତିର୍ତ୍ତୋଲ ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ବ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,କୁଜଙ୍ଗ ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର, ନାଉଗାଁ ବ୍ଳକ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ,ଡି.ଆର୍.ଡି.ଏ ଶ୍ରୀ ସରୋଜକାନ୍ତ ମହାନ୍ତି,ବିରିଡି ବ୍ଳକ ପାଇଁ ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଏରସମା ବ୍ଲକ ପାଇଁ ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତି,ବାଲିକୁଦା ବ୍ଲକ ପାଇଁ, ଡେପୁଟୀ କଲେକ୍ଟର ନିର୍ବାଚନ ଶ୍ରୀମତୀ ବିନୀତା ଦାଶ, ରଘୁନାଥପୁର ବ୍ଲକ ପାଇଁ ଡେପୁଟୀ କଲେକ୍ଟର,ଜରୁରୀ ବିଭାଗ ଶ୍ରୀମତୀ ଯଶଶ୍ବିନୀ ପୋଥାଳଙ୍କୁ କାଉଣ୍ଡିଂ ସୁପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି କାଉଣ୍ଟିଂ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା ନିମନ୍ତେ ସଂପୃକ୍ତ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧୁକାରୀ ଦାୟିତ୍ବରେ ଥିଲେ ହେଁ ଉପରୋକ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ତଦାରଖ ଦାୟିତ୍ବ ପ୍ରଦାନ କରାଯାଇଛି । ୱାର୍ଡମେମ୍ବର, ସରପଂଚ ଓ ସମିତୀସଭ୍ୟ ପ୍ରାର୍ଥୀମାନେ ଭୋଟଗଣତି ନିମନ୍ତେ ଜଣେ ଜଣେ ଏଜେଣ୍ଟ ଦେଇପାରିବେ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସଂପୃକ୍ତ ଜୋନ୍ର ପ୍ରତ୍ୟେକ ପଂଚାୟତ ପାଇଁ ଜଣେ ଲେଖାଏ ଏଜେଣ୍ଟ୍ ଦେଇ ପାରିବେ ବୋଲି ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଚକ୍ରଧର ମାହାଳି ସୂଚନା ପ୍ରଦାନ କରିଛନ୍ତି ।
ରାଜ୍ୟ
ଫେବୃୟାରୀ ୨୬,୨୭ ଓ ୨୮ ତାରିଖରେ ଭୋଟ ଗଣତି
- Hits: 495