ହେଡଲାଇନସ୍:

ପଞ୍ଚମ ପର୍ଯ୍ୟାୟରେ ଗୋଷାଣି ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହେଲା ନିର୍ବାଚନ : ୭୧.୧୧ % ମତଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣି ବ୍ଲକ୍ ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଛି।
ଏହି ନିର୍ବାଚନରେ ଗୋଷାଣି ବ୍ଲକର ୨ ଗୋଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୨୧ ଗ୍ରାମପଞ୍ଚାୟତର ୨୬୬ ମତଦାନ କେନ୍ଦ୍ରରେ ଜିଲ୍ଲା ପରିଷଦ ସଭ୍ୟ , ସମିତି ସଭ୍ୟ , ସରପଞ୍ଚ ଓ ୱାର୍ଡ଼ ମେମ୍ବର ପଦବୀ ନିମନ୍ତେ ସଫଳ ମତଦାନ ହୋଇଛି।
ଗୋଷାଣି ବ୍ଳକରେ ମୋଟ ଭୋଟରଙ୍କ ସଂଖ୍ୟା ୬୮୭୫୩ ରହିଛନ୍ତି। ୨୧ ଟି ଗ୍ରାମପଞ୍ଚାୟତର ୨୬୬ ମତଦାନ କେନ୍ଦ୍ରରେ ୪୮୮୯୧ ଭୋଟର ମାନେ ମତଦାନ କରିଛନ୍ତି । ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୨୪୪୬୫ , ମହିଳା ସଂଖ୍ୟା ୨୪୪୨୬। ଗୋଷାଣି ବ୍ଳକରେ ୭୧.୧୧ % ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।ପଞ୍ଚମ ପର୍ଯ୍ୟାୟରେ ଗୋଷାଣି ବ୍ଲକର ତାଟିପେଟ୍ଟି ଗ୍ରାମ ପଞ୍ଚାୟତରେ ସର୍ବନିମ୍ନ ୫୫% ଓ ରମ୍ପା ଗ୍ରାମ ପଞ୍ଚାୟତରେ ସର୍ବାଧିକ ୮୪.୮% ମତଦାନ ହୋଇଥିବା ଜଣାଯାଇଛି ।
ଶାନ୍ତିପୂର୍ଣ୍ଣ ଭାବେ ସଫଳ ମତଦାନ ଓ ବ୍ଲକବାସୀଙ୍କର ଆକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଜ୍ଞାପନ କରିଛନ୍ତି।

0
0
0
s2sdefault