ଭୁବନେଶ୍ୱର(ଶାସକ ପ୍ରଶାସକ): ଖୋର୍ଦ୍ଧା ଜିଲ୍ଲାରେ 5 ମ ପର୍ଯ୍ୟାୟ ମତଦାନଶାନ୍ତି ଶୃଙ୍ଖଳାର ସହିତ ସମାପ୍ତ ହୋଇଛି । ଏଥି ସହ ଖୋର୍ଦ୍ଧା ଜିଲ୍ଲାରେ5ଟି ଯାକ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାର ସହିତ ସଂଗଠିତ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ସମସ୍ତ ସଚେତନ ଓ ଶୃଙ୍ଖଳିତ ଭୋଟର ଭାଇ ଓ ଭଉଣୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି । ତତ୍ ସହିତ ଜିଲ୍ଲାପାଳ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ଯୋଡି ହୋଇଥିବା ସମସ୍ତ ପୁଲିଂ ଅଧିକାରୀ, ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ପୁଲିସ୍ ଅଧିକାରୀ ଏବଂସମସ୍ତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଏକ ଭିଡିଓ ବାର୍ତ୍ତାରେଏ ସଂପର୍କରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ଏବଂ ଶୃଙ୍ଖଳିତ ନିର୍ବାଚନ ଅନୁଷ୍ଠିତ ହେବା ନିଶ୍ଚିତ ଭାବେ ଆମ ଜିଲ୍ଲାପାଇଁ ଏକ ଉଲ୍ଲେଖନୀୟ ସଫଳତା । ଏଥିପାଇଁ ଜିଲ୍ଲାପାଳ ପୁନର୍ବାର ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶାନ୍ତିପ୍ରିୟ ଓ ସଚେତନ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାଜ୍ୟ
ଧନ୍ୟବାଦ ଜଣାଇଲେ ଜିଲ୍ଲାପାଳ
- Hits: 592