-
ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଓ ପକ୍ଷୀ ଚିହ୍ନଟ ଅଭିଯାନ
-
କମ୍ପାନୀର ପ୍ରତ୍ୟେକ ଖନନ କ୍ଷେତ୍ରରେ ପକ୍ଷୀ ବସା ପାଇଁ ୨୦୦ ବାକ୍ସ ସ୍ଥାପନ କରାଯିବ
ସୁକିନ୍ଦା(ଶାସକ ପ୍ରଶାସକ) : ଓଡ଼ିଶାର ଯାଜପୁର ଜିଲ୍ଲାରେ ଅବସ୍ଥିତ ଏହାର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍) ପକ୍ଷରୁ ପକ୍ଷୀଙ୍କ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଏବଂ ପକ୍ଷୀ ଚିହ୍ନଟ ଅଭିଯାନ ଆୟୋଜିତ ହୋଇଯାଇଛି । ପକ୍ଷୀମାନଙ୍କ ବିବିଧତା ଓ ସମଗ୍ର ପର୍ଯ୍ୟାବରଣ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରସିଦ୍ଧ ପକ୍ଷୀ ବିଶେଷଜ୍ଞ ଡଃ ଜସସ୍ ଜୁସାଙ୍କ ଦ୍ୱାରା ଏକ ସଚେତନତା ଅଧିବେସନର ଆୟୋଜନ କରାଯାଇଥିଲା । ଟାଟା ଷ୍ଟିଲ ମାଇନିଂର ୩୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହାବ୍ୟତୀତ ୧୦୦ ଜଣ ପକ୍ଷୀ ପ୍ରେମୀ, ପକ୍ଷୀମାନଙ୍କର ପ୍ରାକୃତିକ ବାସସ୍ଥଳୀରେ ସେମାନଙ୍କୁ ଚିହ୍ନଟ କରିବା ପାଇଁ ସୁକିନ୍ଦା କ୍ରୋମାଇଟ୍ ଖଣି ଏବଂ ରଗଡ଼ା ଡ୍ୟାମ୍ ନିକଟରେ ଥିବା ଜଙ୍ଗଲ ପରିଦର୍ଶନ କରିଥିଲେ ।
ଜୈବ ବିବିଧତା ପାଇଁ ପକ୍ଷୀମାନଙ୍କ ଗୁରୁତ୍ୱ ଉପରେ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ସ୍ଥାନୀୟ ଅଂଚଳରେ ଜୈବ ବିବିଧତାର ପୁନରୁଦ୍ଧାର ଓ ପୁନଃ ସଂସ୍ଥାପନ ଦିଗରେ ଟାଟା ଷ୍ଟିଲ ମାଇନିଂର ଦୀର୍ଘମିଆଦି ପଦକ୍ଷେପସ୍ୱରୁପ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଦୀର୍ଘସ୍ଥାୟୀ ଢଙ୍ଗରେ ଏକ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସାମୂହିକ ଉଦ୍ୟମରେ ପର୍ଯ୍ୟାବରଣର ପୁନଃ ସଂସ୍ଥାପନ ପାଇଁ ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଏହାର ଲକ୍ଷ୍ୟ । ଏଭଳି ଅନେକ ଅଧିବେସନ ଆୟୋଜନ କରାଯାଉଥିବାବେଳେ ଗତ ଦୁଇ ବର୍ଷ ମଧ୍ୟରେ ମହାମାରୀ ହେବା ପରଠାରୁ ପ୍ରଥମ ଥର ପାଇଁ ଏଭଳି ଅଧିବେସନର ଆୟୋଜନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇ ଏକ ସୁଦୃଢ ପର୍ଯ୍ୟାବରଣ ପାଇଁ ପକ୍ଷୀମାନଙ୍କ ଗୁରୁତ୍ୱକୁ ବର୍ଣ୍ଣନା କରି ଟାଟା ଷ୍ଟିଲ ମାଇନିଂର ବରିଷ୍ଠ ମହା ପ୍ରବନ୍ଧକ ସୁଶାନ୍ତ ମିଶ୍ର କହିଛନ୍ତି ଯେ, “ପକ୍ଷୀଙ୍କ ସମ୍ପର୍କରେ ସଚେନତନା ଓ ଆଗ୍ରହ ବୃଦ୍ଧି କରିବା ଲକ୍ଷ୍ୟରେ ଜୈବ ବିବିଧତା ବିଶେଷଜ୍ଞଙ୍କ ସହାୟତାରେ ଏହି ପକ୍ଷୀ ଚିହ୍ନଟ ଓ ସେମାନଙ୍କ ବାସସ୍ଥଳୀ ପରିଦର୍ଶନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆମେ ଆଶା କରୁଛୁ ଯେ ଅଂଶଗ୍ରହଣକାରୀ ଏହି ଅଧିବେସନରୁ ପର୍ଯ୍ୟାପ୍ତ ଶିକ୍ଷା ନେବା ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଏଥି ପ୍ରତି ଆଗ୍ରହ ସୃଷ୍ଟି କରିବେ” ।
ପକ୍ଷୀମାନଙ୍କ ପାଇଁ ସ୍ୱତନ୍ତ୍ର ବସା ସ୍ଥାପନ ନିମନ୍ତେ ଏକ ପ୍ରସ୍ତାବିତ ପ୍ରକଳ୍ପ ରହିଛି । ଏହି ବସାକୁ ପକ୍ଷୀମାନେ ନିଜର ଖାଦ୍ୟ ଗ୍ରହଣ, ବିଶ୍ରାମ, ଶୟନ, ବସା ସ୍ଥାପନ, ପ୍ରଜନନ ପାଇଁ ବ୍ୟବହାର କରିପାରିବେ । ଏହା ସେମାନଙ୍କୁ ଏକ ସୁରକ୍ଷିତ ପରିବେଶ ପ୍ରଦାନ କରିବା ସହିତ ଅନ୍ୟ ପ୍ରଜାତିଙ୍କ ସହିତ ପ୍ରତିଦ୍ୱନ୍ଦିତାରୁ ମଧ୍ୟ ଦୂରେଇ ରଖିପାରିବ । ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ ଏହାର ଖନନ କ୍ଷେତ୍ରରେ ଏଭଳି ୨୦୦ଟି ବକ୍ସ ଆକାରର ବସା ସ୍ଥାପନ କରିବାକୁ ଯୋଜନା ପ୍ରସ୍ତୁତ କରିଛି । ଏଥିରେ ବିଭିନ୍ନ ଆୟତନ ଓ ଗର୍ତ୍ତ ଆକାରର ୨୦୦ଟି କୃତ୍ରିମ ବକ୍ସ ସ୍ଥାପନ କରାଯିବ । ଏହାଦ୍ୱାରା ଉଭୟ ପ୍ରାରମ୍ଭିକ ଓ ପରବର୍ତ୍ତୀ ଅବସ୍ଥାରେ ପକ୍ଷୀମାନଙ୍କ ନିମନ୍ତେ ଗର୍ତ୍ତ ଆକାରର ବାସସ୍ଥଳୀ ପରିମାଣରେ ବୃଦ୍ଧି କରାଯାଇପାରିବ । ଏହାସହିତ ସ୍ଥାନୀୟ ଅଞ୍ଚଳରେ ପକ୍ଷୀମାନଙ୍କ ବିବିଧତାରେ ମଧ୍ୟ ଏହା ସହାୟକ ହେବ ।
ଟାଟା ଷ୍ଟିଲ ମାଇନିଂ ନିଜର ସମସ୍ତ କାର୍ଯ୍ୟକ୍ଷେତ୍ରରେ ଜୈବ ବିବିଧତାକୁ ପୁନଃ ସଂସ୍ଥାପିତ ଓ ଏହାର ନବୀକରଣ ଦିଗରେ ନିଜର ବ୍ୟାପକ ଅଭିଜ୍ଞତା ଆଧାରରେ “ଜୈବ ବିବିଧତା କାର୍ଯ୍ୟାନ୍ୱୟନ ଢାଞ୍ଚା” ବିକଶିତ କରିଛି । ଏହି ଢାଞ୍ଚା ଖନନ କ୍ଷେତ୍ରରେ ଥିବା ସମସ୍ତ ହିତାଧିକାରୀ ତଥା ଯଥା ସମ୍ଭବ ପାଶ୍ୱର୍ବର୍ତ୍ତୀ ପ୍ରଭାବିତ ଅଞ୍ଚଳ ନିମନ୍ତେ ଏକ ପ୍ରଗତିଶୀଳ ପୁନଃ ସଂସ୍ଥାପନ ଓ ଜୈବ ବିବିଧତା ବୃଦ୍ଧି ଦିଗରେ ଏକ ବ୍ୟବହାରିକ ମାର୍ଗଦର୍ଶିକା ଭାବେ କାର୍ଯ୍ୟ କରିବ । ଯୋଜନାରେ ପ୍ରସ୍ତାବିତ ପଦକ୍ଷେପ ବାର୍ଷିକ ସମୀକ୍ଷା ଉପରେ ନିର୍ଭର କରୁଛି, ଯାହା ଏକ ନିରନ୍ତର ଏବଂ ଗ୍ରହଣୀୟ ସୁଧାର ପ୍ରଣାଳୀ ପାଇଁ ପ୍ରୟାସ କରିଥାଏ ।