ହେଡଲାଇନସ୍:

ନିଶ୍ଚିନ୍ତକୋଇଲି ପି.ପି.କଲେଜରେ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ ଗଣନାବୁଥ୍ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣନା ପ୍ରକିୟା ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ୍ଡାକଡ଼ି ; ଗଣନାକାର୍ଯ୍ୟରେ ୧୫୭ କର୍ମଚାରୀ ନିୟୋଜିତ

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଡ଼ଙ୍ଗୀ : ନିଶ୍ଚିନ୍ତକୋଇଲି ବ୍ଲକ ଅଧିନରେ ଥିବା ୫ ଟି ଜୋନ୍ ତଥା ୪୧ ଟି ପଂଚାୟତର ଭୋଟ ଗଣତି କାର୍ଯ୍ୟ ପି.ପି. କଲେଜ ପରିସରରେ ଆସନ୍ତା ୨୬ ତାରିଖ ପୂର୍ବାହ୍ନ ୮ ଟାରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବ । ପ୍ରଥମ ଦିନରେ ୨୪ ନଂ ଜୋନ୍‌ର ୮ ଟି ପଂଚାୟତର ଗଣନା କାର୍ଯ୍ୟ କରାଯିବା ପାଇଁ ସ୍ଥିର ହୋଇଥିଲା ବେଳେ ୨୭ ତାରିଖରେ ୨୫ ଓ ୨୬ ନଂ ଜୋନ୍ ଏବଂ ୨୮ ତାରିଖରେ ୨୭ ଓ ୨୮ ନଂ ଜୋନ୍ ଗଣତି କରାଯିବ ବୋଲି ଜଣାଯାଇଛି । ଭୋଟ ଗଣନା କାର୍ଯ୍ୟ ନିରପେକ୍ଷ ଓ ସୁରକ୍ଷିତ ହେବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବୁଧବାର ଅପରାହ୍ନରେ କଟକ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ପି.ପି. କଲେଜରେ ହୋଇଥିବା ଗଣନା ବୁଥ୍ ଗୁଡିକୁ ପରିଦର୍ଶନ କରିଛନ୍ତି । ପ୍ରତ୍ୟେକ ପଂଚାୟତ ପାଇଁ ଗୋଟିଏ ଲେଖାଏଁ ଗଣତି ଟେବୁଲ ରହିବା ସହିତ ଗୋଟିଏ ଟେବୁଲରେ ୪ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ । ଏହି ଗଣତି କାର୍ଯ୍ୟରେ ମୋଟ ୧୪୬ ଜଣ ଗଣନାକରୀ ଓ ସହାୟକ ଏବଂ ୧୧ ଜଣ ତଦାରଖକାରୀଙ୍କ ସମେତ ମୋଟ ୧୫୭ ଜଣ ନିୟୋଜିତ ହୋଇଛନ୍ତି । ବୁଥ୍ ମଧ୍ୟକୁ କୌଣସି କର୍ମଚାରୀ କିମ୍ବା ପ୍ରାର୍ଥୀମାନଙ୍କର ଏଜେ ମୋବାଇଲ ଫୋନ୍ ନେଇପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଛି ।

ଗଣତି ସମୟରେ ସୁରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ କରାଯିବ ଯଦି ଗଣତି ସମୟରେ କୌଣସି ଗଣ୍ଡଗୋଳ ପରିସ୍ଥିତି ଉପୁଜେ ତାହାହେଲେ ଗଣ୍ଡଗୋଳ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପ୍ରତ୍ୟେକ ପ୍ରାର୍ଥୀମାନେ ଗଣତି ବୁଥ୍‌ରେ ସେମାନଙ୍କର ଏଜେ ଦେଇ ପାରିବେ ଯେଉଁମାନଙ୍କର ଦୁଇ ପାନ କୋରନା ପ୍ରତିଶେଧକ ଟୀକା ପ୍ରମାଣପତ୍ର ଥିବ । ଗୋଟିଏ ୱାର୍ଡର ଭୋଟ ଗଣତି ପରେ ବାହାରେ ଥିବା ଲୋକମାନଙ୍କୁ ତାହାର ଫଳାଫଳ ଜଣାଇ ଦିଆଯିବ ବୋଲି ବ୍ଲକ ନିର୍ବାଚନ ଅଧିକାରୀ କର୍ଣ୍ଣଦେବ ସମାଦ୍ଦାର ଏବଂ ଗଣତି ପରିଚାଳକ ଜିପିଓ ଜନ୍ମେଜୟ ରାଉତ ପ୍ରକାଶ କରିଛନ୍ତି ।

0
0
0
s2sdefault