ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ ପକ୍ଷରୁ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ସ୍ଥାନ ଢିଙ୍କିଆରେ ପୁନଶ୍ଚ ଜନଶୁଣାଣି କରିବା ପାଇଁ ହାଇକୋର୍ଟ ଦେଇଥିବା ଆଦେଶକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯାଇଛି । ଆଜିର ଆଦେଶନାମାରେ ମାନ୍ୟବର କୋର୍ଟ କହିଛନ୍ତି ଯେ, ଜନଶୁଣାଣିରେ କିଭଳି ଢିଙ୍କିଆର ସାଧାରଣ ଲୋକ ଅଧିକରୁ ଅଧିକ ସଂଖ୍ୟାରେ ଭାଗ ନେଇପାରିବେ ଏବଂ ଜନଶୁଣାଣି ସ୍ୱଚ୍ଛ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ ସମ୍ପୂର୍ଣ୍ଣ ହୋଇପାରିବ ଏହାକୁ ନିଜେ ଜଗତସିଂହପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହି ନିଶ୍ଚିତ କରିବାକୁ ମାନ୍ୟବର କୋର୍ଟ ଆଦେଶ ଦେଇଛନ୍ତି ।
ମାନ୍ୟବର କୋର୍ଟଙ୍କର ଏହି ଆଦେଶ ଅଶାନ୍ତ ଢିଙ୍କିଆର ସାଧାରଣ ଲୋକଙ୍କ ପାଇଁ ଏକ ସଞ୍ଜିବନୀ ସଦୃଶ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ପ୍ରକାଶ କରିବା ସହିତ ହାଇକୋର୍ଟଙ୍କ ଏହି ଆଦେଶକୁ ସ୍ୱାଗତ କରିଛନ୍ତି । ଢିଙ୍କିଆବାସୀ ନିର୍ଭୟରେ ଉକ୍ତ ଜନଶୁଣାଣିରେ ବହୁ ସଂଖ୍ୟାରେ ଯୋଗଦେଇ ନିଜର ସର୍ବନମ୍ନ ମାନବିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଶ୍ରୀ ବେହେରା ଢିଙ୍କିଆବାସୀ ଓ ଢିଙ୍କିଆବାସୀଙ୍କ ମାନବିକ ଅଧିକାର ପାଇଁ ସଂଗ୍ରାମ କରୁଥିବା ରାଜନୈତିକ ଓ ଗଣସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି ।
ରାଜ୍ୟ
ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ନେଇ ମାର୍ଚ୍ଚ ୫ ପୁନଶ୍ଚ ଜନଶୁଣାଣିକୁ ସମାଜବାଦୀ ପାର୍ଟିର ସ୍ୱାଗତ
- Hits: 540