ଜଗତସିଂପୁର/ ସୁମନ୍ତ କୁମାର ଦାସ : ସ୍ଥାନୀୟ ଜୟବଡ଼ ସ୍ଥିତ ସାଇ ଜ୍ଞାନ ପ୍ଲେସ୍କୁଲ ପରିସର ରେ ମୁରଲୀ ଧର ଦାସଙ୍କର ଅଧ୍ୟକ୍ଷତାରେ ସୁନାମ ଧନ୍ୟ କୃତି ଶିକ୍ଷକ ସ୍ବର୍ଗତ ରାହାସ ବିହାରୀ ମହାନ୍ତିଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟ ଗୀତା ପାଠ କରିବା ପରେ ଦିବଂଗତ ଆତ୍ମାର ସହଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ତତପରେ ଉପସ୍ଥିତ ତାଙ୍କର ଗୁଣ ମୁଗ୍ଧ ଛାତ୍ରଛାତ୍ରୀ ମାନେ ତାଙ୍କୁ ଜଣେ ଆଦର୍ଶ ଶିକ୍ଷକ ଭାବେ ମତବ୍ୟକ୍ତ କରିଥିଲେ l ସେ ଯେଉଁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୃଷ୍ଟି କରିଛନ୍ତି ତାହା କେବଳ ଓଡିଶା ବିଶ୍ୱ ଭାରତ ରେ ନୁହେଁ ବରଂ ବିଦେଶରେ ତାଙ୍କ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅବିସ୍ମରଣୀୟ ହୋଇ ରହିବେ l ତତ୍ପରେ ସର୍ବ ସହମତି କ୍ରମେ ତାଙ୍କର ସ୍ମୃତିକୁ ଉଦଜୀବିତ ରଖିବା ପାଇଁ ରାହାସ ବିହାରୀ ସ୍ମୃତି ପରିଷଦ ଗଠନ ପାଇଁ ପ୍ରସ୍ତାବ ଗୃହିତ ହେଲା l ମୁରଲୀଧର ଦାସ-ସଭାପତି, ନଳିନୀ କାନ୍ତ ମହାପାତ୍ର - ଉପସଭାପତି, ଅଭୟ କୁମାର ମଲ୍ଲିକ - ସମ୍ପାଦକ, ଆଇଯାକ ମହାନ୍ତି - ସହସଂପାଦକ, ବିବେକାନନ୍ଦ ଜେନା ଶେଷଦ୍ଧକ୍ଷ ରୂପେ ମନୋନୀତ ହେଲେ ଓ ବଂଶୀଧର ଆଚାର୍ଯ୍ୟ, ଉତ୍କଳ ରଞ୍ଜନ ମହାନ୍ତି, ରାଜେନ୍ଦ୍ର ପ୍ରସାଦ ମହାନ୍ତି ଲକ୍ଷ୍ମୀକାନ୍ତ ସାହୁ, ଉଦୟନାଥ ସ୍ୱାଇଁ, ଆଶିଷ ମାଣିଆ, ଚନ୍ଦ୍ର ଶେଖର ମହାନ୍ତି, ପ୍ରଜ୍ଞା ପାରମିତା ଚୌଧୁରୀ, ସଚିକାନ୍ତ ସାହୁଙ୍କୁ, ସୁକାନ୍ତ ଜେନାଙ୍କୁ ଉପଦେଷ୍ଟା ମଣ୍ଡଳୀ ରେ ରଖାଗଲା l ନିହାରିକା ମହାନ୍ତି, ନରେନ୍ଦ୍ର ନାଥ ରାଉତରାୟ, ଶୁଭମ ଦାସ, ସୁରଜ ଦାସ ଓ ନାତି ଆଶୁତୋଷ ମହାନ୍ତି ଉପସ୍ଥିତ ଥିଲେ l
ରାଜ୍ୟ
କୃତୀ ଶିକ୍ଷକ ରାହାସ ବିହାରୀ ମହାନ୍ତିଙ୍କର ଦ୍ଵିତୀୟ ଶ୍ରାଦ୍ଧବାର୍ଷିକୀ
- Hits: 316