ହେଡଲାଇନସ୍:

ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଏରସମା ଓ ନାଉଗାଁ ବ୍ଳକରେ ପଂଚାୟତ ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ପଂଚମ ତଥା ଅନ୍ତିମ ପର୍ଯ୍ୟାୟରେ ଆସନ୍ତା ଫେବୃୟାରୀ ୨୪ ତାରିଖରେ ଏରସମା ଓ ନାଉଗାଁ ବ୍ଲକରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ ଆଜି ଜିଲ୍ଲା ପ୍ରଶାସନର ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଏରସମା ବ୍ଳକ ନିମନ୍ତେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ କୋଠି ଏବଂ ନାଉଗାଁ ବ୍ଲକ ପାଇଁ ସରକାରୀ ପଲିଟେକନିକ, କଣିପଡା ଠାରେ ପୋଲିଂ ଅଧୁକାରୀ ଓ ପୋଲିସ୍ କର୍ମଚାରୀଙ୍କ ନିମନ୍ତେ ବିତରଣ କେନ୍ଦ୍ର ଖୋଲାଯାଇଛି ଏରସମା ବ୍ଲକ ପାଇଁ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ଵୀପ ଶ୍ରୀ କାହ୍ନୁଚରଣ ଧୀର ଓ ନାଉଗାଁ ବ୍ଳକ ନିମନ୍ତେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ନିର୍ବାଚନ ସୁପରିଚାଳନା ଓ ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀ ଭାବେ ନିୟୋଜିତ ହୋଇଛନ୍ତି । ଏରସମା ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ୍‌ର ୨୫ଟି ପଂଚାୟତର ୪୬୧ ଟି ବୁଥ୍‌ରେ ମୋଟ୍ ୧,୧୭,୫୧୪ ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ । ଏରସମା ବ୍ଳକରେ ୫୫ଟି ସମ୍ବେଦନଶୀଳ ଓ ୯୪ ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି ଏରସମା ବ୍ଲକରେ ୧୩୪୩ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥ୍ ମଧ୍ୟରୁ ୭୫ଟି ମହିଳା ବୁଥ୍ ନିମନ୍ତେ ୨୨୫ ମହିଳା କର୍ମଚାରୀ ରହିଛନ୍ତି । ଏରସମା ବ୍ଲକରେ ୧୮ଟି ଜିଲ୍ଲା ପରିଷଦ,୭୯ଟି ସମିତି ସଭ୍ୟ, ୯୫ଜଣ ସରଫଚ ଓ ୮୦୯ ଜଣ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ଏରସମା ବ୍ଳକର ଢିଙ୍କିଆ ଗ୍ରାମ ପଂଚାୟତର କାର୍ଯ୍ୟକାଳ ୨୦୨୪ ରେ ପୁରୁଥୁବାରୁ ଢିଙ୍କିଆ ଗ୍ରାମ ପଂଚାୟତର ସରପଂଚ ଓ ୨୩ଟି ୱାର୍ଡମେମ୍ବର ପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେଉନାହିଁ । ଏରସମା ବ୍ଲକ ନିମନ୍ତେ ୨୪ଟି ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି ସେମାନେ ପୋଲିଂ ପାର୍ଟିମାନଙ୍କୁ ସଂପୃକ୍ତ ବୁଥରେ ପହବା ସହିତ ଭୋଟ ପରେ ରିସିଭିଂ ସେଣ୍ଟରରେ ସୁରକ୍ଷିତ ଭାବରେ ପହଟିଂବା ଦାୟିତ୍ବରେ ରହିବେ । ସେହିପରି ନାଉଗାଁ ବ୍ଳକର ୨ଟି ଜିଲ୍ଲା ପରିଷଦ ଜୋନ୍‌ର ୧୬ଟି ପଂଚାୟତର ୨୬୩ ଟି ବୁଥରେ ମୋଟ୍ ୭୦,୬୦୪ ଜଣ ଭୋଟର ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିବେ । ନାଉଗାଁ ବ୍ଲକରେ ୮୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ୨୬୩ଟି ବୁଥ୍ ପାଇଁ ୭୮୯ ଜଣ ପୋଲିଂ ଅଧିକାରୀ ଓ ୨୬୩ ଜଣ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେଥି ମଧ୍ୟରୁ ୫୪ଟି ମହିଳା ଚୁଥ୍‌ରେ ୧୬୨ ଜଣ ମହିଳା ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି । ନାଉଗାଁ ବ୍ଳକରେ ୬ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ୫୦ ଜଣ ସମିତି ସଭ୍ୟ, ୬୩ ଜଣ ସରପଂଚ ଓ ୪୪୫ ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧୁକାରୀ ଶ୍ରୀମତୀ ପାରୁଲ୍ ପଟାଓ୍ବାରୀଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଅତିରିକ୍ତ ଜିଲ୍ଲାପାଳ,ପାରାଦ୍ୱୀପ ଶ୍ରୀ କାହ୍ନୁଚରଣ ଧୀର, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସରୋଜ କାନ୍ତମହାନ୍ତି, ଏରସମା ବି.ଡି.ଓ ଶ୍ରୀ କୈଳାସ ଚନ୍ଦ୍ର ବେହେରା,ତହସିଲଦାଗ ଶ୍ରୀ ପ୍ରଜ୍ଞାନନ୍ଦ ଦାସ ନାଉଗାଁ .ବି.ଡି.ଓ ରଶ୍ମୀରେଖା ମଲ୍ଲିକ, ତହସିଲଦାର ଜେ.କଳ୍ପନା ବିତରଣ କେନ୍ଦ୍ରରେ ଉପସ୍ଥିତ ରହି ନିର୍ବାଚନ କାର୍ଯ୍ୟ ସୁଚାରୁରୂପେ ପରିଚାଳନାର ତଦାରଖ କରିଛନ୍ତି। ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିମଳେନ୍ଦୁ ରାୟ ମଧ୍ୟ ଉଭୟ ବ୍ଲକର ବିତରଣ କେନ୍ଦ୍ର ପରିଦର୍ଶନ କରି ସେକ୍ଟର ଅଫିସର,ବି.ଡି.ଓ,ତହସିଲଦାର, ପୋଲିସ ଅଧିକାରୀମାନଙ୍କୁ ନିର୍ବାଚନ ସୁପରିଚାଳନା ସଂପର୍କରେ ପରାମର୍ଶ ଦେଇଥିଲେ ।

0
0
0
s2sdefault