ଭୁବନେଶ୍ୱର : ଓଡିଶା କ୍ୟାଡରର ଯୁବ ତଥା ଦକ୍ଷ ଆଇଏଏସ ଅଫିସର ଡକ୍ଟର କ୍ରିଷନ କୁମାର ଯିବେ କେନ୍ଦ୍ରୀୟ ଡେପୁଟେସନରେ । ତାଙ୍କୁ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଯୁଗ୍ମ ସଚିବ ଭାବେ ମିଳିଛି ନିଯୁକ୍ତି । ବର୍ତ୍ତମାନ ପୂର୍ତ୍ତ ସଚିବ ଥିବା ୨୦୦୨ ବ୍ୟାଚ୍ ର ଆଇଏଏସ ଅଧିକାରୀ ଡକ୍ଟର କୁମାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି ।
କ୍ୟାବିନେଟର ନିଯୁକ୍ତି ସମ୍ପର୍କିତ କମିଟି (ଏସିସି) ଡ଼ କ୍ରିଷନ କୁମାରଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି | ଏସିସିପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ଏହି ପଦବୀ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଡ଼ କୁମାର ବାଣିଜ୍ୟ ବିଭାଗର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିବେ |