ହେଡଲାଇନସ୍:

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ଓଡ଼ିଶାରେ ଖୁଚୁରା ଋଣ ଆବଂଟନ ୫,୨୦୦ କୋଟି ଟଙ୍କାରେ ପହଂଚାଇବାକୁ ଲଖ୍ୟ ରଖିଛି ଆଇସିଆଇସିଆଇ ବ୍ୟାଙ୍କ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଗ୍ରାହକମାନଙ୍କ ଲାଗି ସାମଗ୍ରିକ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବ

  • ବିଭିନ୍ନ ଡିଜିଟାଲ୍ ଅଭିଯାନ ସହ ଓଡ଼ିଶାରେ ରିଟେଲ୍ ଫ୍ରାଂଚାଇଜିର ସୁଦୃଢ଼ୀକରଣ

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ବିଭିନ୍ନ ଡିଜିଟାଲ୍ ଅଭିଯାନ ଓ ଗ୍ରାହକ କୈନ୍ଦ୍ରୀକ ବ୍ୟବସ୍ଥା ଜରିଆରେ ଓଡ଼ିଶାରେ ରିଟେଲ୍ ଫ୍ରାଂଚାଇଜିକୁ ଏହା ସୁଦୃଢ଼ କରିବା ଜାରି ରଖିବ । ଏହି ଅଭିଯାନଗୁଡ଼ିକ ଯୋଗୁଁ ରାଜ୍ୟରେ ବ୍ୟାଙ୍କର ଖୁଚୁରା ଋଣ ଆବଂଟନ ଗତବର୍ଷ ତୁନଳାରେ ଚଳିତ ଆର୍ଥିକ ବର୍ଷ (୨୦୨୧-୨୨ ଆର୍ଥିକ ବର୍ଷ)ରେ ୨୫% ବୃଦ୍ଧି ପାଇ ୫,୨୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି ।
ଗଣମାଧ୍ୟମ ସହିତ ଆଲୋଚନା କରି ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀଯୁକ୍ତ ଅନୁପ ବାଗ୍ଚୀ କହିଛନ୍ତି ଯେ, “ଆମ ପାଇଁ ଓଡ଼ିଶା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ବଜାର । ନିକଟରେ ଥିବା ଚାରିଟି ରାଜ୍ୟରେ ଆମର ରିଟେଲ୍ ବ୍ୟାଙ୍କିଙ୍ଗ ପରିଚାଳନା ପାଇଁ ଭୁବନେଶ୍ୱରକୁ ମୁଖ୍ୟାଳୟ କରାଯାଇଥିବା ଏହି ଗୁରୁତ୍ୱ ପ୍ରତି ମାନ୍ୟତା ସଦୃଶ । ଓଡ଼ିଶାରେ ବିଭିନ୍ନ ପ୍ରକାର ଡିଜିଟାଲ୍ ଅଭିଯାନ ଜରିଆରେ ଆମେ ଆମର ଫ୍ରାଚାଂଇଜି, ଡେଲିଭରି ଓ ସେବା ପ୍ରଦାନ ଦକ୍ଷତାକୁ ସୁଦୃଢ଼ କରିବା ଜାରି ରଖିବୁ । ୩୬୦ ଡିଗ୍ରି ଗ୍ରାହକ କୈନ୍ଦ୍ରୀକ ବ୍ୟବସ୍ଥା ଏବଂ କ୍ଲାଏଂଟ୍, କ୍ଷେତ୍ର ବ୍ୟବସ୍ଥା ଓ ଅଣୁ-ବଜାରରେ ଥିବା ସୁଯୋଗ ଉପରେ ଗୁରୁତ୍ୱାରୋପ କରି ଆମର ଗ୍ରାହକମାନଙ୍କ ଲାଗି ସାମଗ୍ରିକ ମୂଲ୍ୟ ଉପସ୍ଥାପନା ସୃଷ୍ଟି କରିବାକୁ ଆମେ ଉଦ୍ୟମ କରୁଛୁ । ସବୁ ଗ୍ରାହକଙ୍କ ନିକଟରେ ସମଗ୍ର ବ୍ୟାଙ୍କକୁ ପହଂଚାଇବା ଲାଗି ଆମେ କ୍ରସ୍-ଫଙ୍କସନାଲ୍ ଟିମ୍ ଗଠନ କରିଛୁ ।’’
ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଗତିରେ ଏହାର ଖୁଚରା ଋଣ ବ୍ୟବସାୟକୁ ବିସ୍ତାର କରିବା ଲାଗି ବ୍ୟାଙ୍କ ଏହାର ପ୍ରଯୁକ୍ତି ଶକ୍ତିକୁ ବ୍ୟବହାର କରୁଛି । ମଡ୍ଗେଜ୍ (ବନ୍ଧକ) ଋଣ ଆବଂଟନ ରାଜ୍ୟରେ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ବେଳେ ମୁଖ୍ୟତଃ ବ୍ୟକ୍ତିଗତ ଋଣ ଓ ଯାନ ଋଣକୁ ନେଇ ଗଠିତ ଉପଭୋକ୍ତା ଋଣ ୪୦%ରୁ ଅଧିକ ବୃଦ୍ଧି ପାଇ ୧୮୦୦ କୋଟି ଟଙ୍କା ହେବ ବୋଲି ଆଶା କରାଯାଉଛି । ବ୍ୟାଙ୍କ ଏହାର ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ଆବଂଟନକୁ ୩୫% ବଢ଼ାଇ ୧୩୦୦ କୋଟିରୁ ଅଧିକ କରିବାକୁ ଲକ୍ଷ୍ୟ ରଖିଛି ।
ବନ୍ଧକ ଋଣ ସମ୍ପର୍କରେ ଶ୍ରୀଯୁକ୍ତ ବାଗ୍ଚୀ କହିଛନ୍ତି ଯେ, “ଡିଜିଟାଲ୍, ତୁରନ୍ତ ଋଣ ମଂଜୁର ଏବଂ ଅଣୁ ବଜାରରେ ସମ୍ପ୍ରସାରଣ ଯୋଗୁଁ ଓଡ଼ିଶାରେ ଆମର ବନ୍ଧକ ଋଣ ଆଗକୁ ବଢ଼ିଛି । ଦେଶରେ ପ୍ରଥମ ଆମର ତକ୍ରାଳ ଗୃହ ଋଣ ବ୍ୟବସ୍ଥା ଆମର ଲକ୍ଷାଧିକ ପ୍ରାକ୍-ମୁଜର ଗ୍ରାହକଙ୍କୁ ତୁରନ୍ତ ମଂଜୁରି ପତ୍ର ହାସଲ କରିବାରେ ସହାୟକ ହୋଇଛି । ଆମର ଡିଜିଟାଲ୍ ପ୍ରକ୍ରିୟା ଯୋଗୁଁ ବିଶେଷ କରି ଗତ ଦୁଇ ବର୍ଷରେ ଆମ ଗ୍ରାହକମାନେ କୌଣସି ଶାଖା ପରିଦର୍ଶନ ନକରି ଋଣ ସୁବିଧା ପାଇପାରିଛନ୍ତି । ପୁନଶ୍ଚ, ଆମେ ନୂତନ ବର୍ଗଙ୍କୁ ବନ୍ଧକ ଋଣ ଦେଉଛୁ । ପାଣ୍ଠି ପ୍ରଦାନ ତାଲିକାରେ ଥିବା କାର୍ଯ୍ୟରେ ରହିଛି ଜମି ଓ କାରଖାନା ବିକାଶ ପାଇଁ ପାଣ୍ଠି, ନର୍ସିଂ ହୋମ୍ସ ଓ ମେଡିକାଲ୍ କ୍ଲିନିକ୍ ନିର୍ମାଣ ସମେତ ଉଚ୍ଚ ମାଧ୍ୟମିକ ସ୍କୁଲ । ଏହା ବ୍ୟତୀତ, ଗ୍ରାମାଂଚଳରେ ଥିବା ଶାଖା ସମେତ ସମସ୍ତ ଶାଖାରେ ଗୃହ ଋଣ ସୁବିଧା ଉପଲବ୍ଧ କରାଇ ଆମେ ଆମର ଭୌଗୋଳିକ ଉପସ୍ଥିତିର ସମ୍ପ୍ରସାରଣ କରିଛୁ । ଆମେ ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, କଟକ, ଝାରସୁଗୁଡ଼ା, ଅନୁଗୁଳ, ବରଗଡ଼, ବଲାଙ୍ଗୀର ଓ ଯାଜପୁର ଭଳି ଉଦୀୟମାନ ପ୍ରମୁଖ ସ୍ଥାନଗୁଡ଼ିକ ଉପରେ ଧ୍ୟାନ ଦେଉଛୁ । ଆମର ଏହି ସବୁ ଅଭିଯାନ ଯୋଗୁଁ ବନ୍ଧକ ଋଣ ଆବଂଟନ ଓଡ଼ିଶାରେ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷ ୨୦୨୨ରେ ପ୍ରାୟ ୩୦% ବୃଦ୍ଧି ପାଇ ୧,୨୫୦ କୋଟି ଟଙ୍କା ହେବ ।’’
ବ୍ୟବସାୟ ଋଣ ଓ ଓଭରଡ୍ରାଫ୍ଟ ସମ୍ପର୍କରେ ଶ୍ରୀଯୁକ୍ତ ବାଗ୍ଚୀ କହିଛନ୍ତି ଯେ, “ବ୍ୟବସାୟ ଓ ସ୍ୱାବଲମ୍ବୀ ବ୍ୟକ୍ତି ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ବୋଲି ଆମେ ବିଶ୍ୱାସ କରୁ । ବ୍ୟବସାୟର ପ୍ରତିଟି ସ୍ତର ପାଇଁ ଆମେ ବିଭିନ୍ନ ସେବାର ଡିଜିଟାଲ୍କରଣ କରିଛୁ । ଏହି ତାଲିକାରେ ସାମିଲ ରହିଛି ତକ୍ରାଳ ଚଳନ୍ତୀ ଖାତା, ତକ୍ରାଳ ଓଭରଡ୍ରାଫ୍ଟ ସୁବିଧା, ଫିକ୍ସଡ ଡିପୋଜିଟ୍ ଉପରେ ଓଭରଡ୍ରାଫ୍ଟ, ଜିଏସ୍ଟି ରିଟର୍ଣ୍ଣ ଆଧାରରେ ବ୍ୟବସାୟ ଋଣ, ବ୍ୟବସାୟ ପାଇଁ ଇନଷ୍ଟାବିଜ୍ ଭଳି ଡିଜିଟାଲ୍ ପ୍ଲାଟଫର୍ମ, ବ୍ୟବସାୟ ଓ କର୍ପୋରେଟ୍ ପାଇଁ ଇଟଂରନେଟ୍ ବ୍ୟାଙ୍କିଙ୍ଗ, ରପ୍ତାନି-ଆମଦାନି କାରବାର ସମ୍ପାଦନ କରିବା ଲାଗି ଏକ ଟ୍ରେଡ୍ ଅନ୍ଲାଇନ୍ ପ୍ଲାଟଫର୍ମ । ଆମେ ବ୍ୟବସାୟ ଋଣର ଏକ ନୂଆ ବର୍ଗ ଆରମ୍ଭ କରିଛୁ ଯେଉଁଥିରେ ସଡ଼କ, ପୋଲ ଓ ଡ୍ୟାମ୍ ନିର୍ମାଣ କରୁଥିବା ଠିକାଦାରମାନଙ୍କୁ ବ୍ୟବସାୟ ଋଣ ଦେଉଛୁ ଯାହା ଦ୍ୱାରା ରାଜ୍ୟରେ ଭିତିଭୂମି ଅଭିବୃଦ୍ଧିକୁ ସହାୟତା ମିଳୁଛି । ଆମର ବିଶ୍ୱାସ ରହିଛି ଯେ ଆମର ସମସ୍ତ ଡିଜିଟାଲ୍ ସୁବିଧା ବ୍ୟବସାୟୀମାନଙ୍କୁ ନିରବଚ୍ଛିନ୍ନ କାରବାର କରିବା ଏବଂ ସେମାନଙ୍କ ସର୍ବାଧିକ ସୁଯୋଗ ଅନୁସାରେ ଆଗକୁ ବଢ଼ିବାରେ ସହାୟକ ହେବ ।’’
ଲଘୁ ବଜାର ଯଥା ଝାରସୁଗୁଡ଼ାର ଶିଳ୍ପ ହବ୍, ସୁନ୍ଦରଗଡ଼ ଜିଲ୍ଲାର ଲୁହା ଓ ଇସ୍ପାତ ହବ୍, ଗଂଜାମର କୃଷିଜାତ ସାମଗ୍ରୀ କାରବାର ହବ୍, କେନ୍ଦୁଝରରେ ଖଣି ହବ୍, ସମ୍ବଲପୁର, କୋରାପୁଟ, ବ୍ରହ୍ମପୁର, କଳାହାଣ୍ଡି, ଭବାନୀପାଟଣା, ମୟୂରଭଞ୍ଜ ଓ ବରଗଡ଼ରେ ରେ କୃଷି ସାମଗ୍ରୀ ଯଥା ଖାଦ୍ୟଶସ୍ୟ ଓ ଡାଲି ହବ୍ ଆଦିରେ ସମ୍ପ୍ରସାରଣ ଉପରେ ବ୍ୟାଙ୍କ ଗୁରୁତ୍ୱ ଦେଉଛି । ଏହି ଅଭିବୃଦ୍ଧିକୁ ।ଗକୁ ବଢ଼ାଇବା ଲାଗି ବ୍ୟାଙ୍କ ଏହାର ଅଧିକାଂଶ ଶାଖାରେ ବ୍ୟବସାୟ ଋଣ ସୁବିଧା ଦେଉଛି, ଦୁଇଟି ନୂଆ କ୍ରେଡିଟ୍ ହବ୍ ଖୋଲିଛି ଏବଂ ବିଗତ ଦୁଇ ବର୍ଷରେ ଏହାର ଟିମ୍ରେ ତିନି ଗୁଣା ସମ୍ପ୍ରସାରଣ କରିଛି ।
ଉପଭୋକ୍ତା ଋଣ ସମ୍ପର୍କରେ ଶ୍ରୀଯୁକ୍ତ ବାଗ୍ଚୀ କହିଛନ୍ତି ଯେ, “ଆମେ ଗ୍ରାହକମାନଙ୍କୁ ଡିଜିଟାଲ୍ ଓ ତକ୍ରାଳ ଉପଭୋକ୍ତା ଋଣ ପ୍ରଦାନ କରୁଛୁ । ଆମର ତକ୍ରାଳ ବ୍ୟକ୍ତିଗତ ଋଣ ସମାଧାନ ଜରିଆରେ ପ୍ରାକ୍ ମଂଜୁର ହୋଇଥିବା ଗ୍ରାହକମାନେ ଇଟଂରନେଟ୍/ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମ ଜରିଆରେ ଆବେଦନ କରିବା ପରେ ଅର୍ଥରାଶିକୁ ନିଜ ବ୍ୟାଙ୍କ ଖାତାରେ ତୁରନ୍ତ ହାସଲ କରୁଛନ୍ତି । ବର୍ତମାନ ରାଜ୍ୟରେ ଆମର ୯୫% ଉପଭୋକ୍ତା ଋଣ ଡିଜିଟାଲ୍ ମାଧ୍ୟମରେ ଆବଂଟନ କରାଯାଉଛି । ଆମେ ସମ୍ବଲପୁର ଓ ବ୍ରହ୍ମପୁରରେ ଦୁଇଟି ନୂଆ ଋଣ ପ୍ରକ୍ରିୟାକରଣ କେନ୍ଦ୍ର ସ୍ଥାପନ କରିଛୁ ଯାହା ଫଳରେ ଏଭଳି କେନ୍ଦ୍ର ସଂଖ୍ୟା ଚାରିରେ ପହଂଚିଛି । ଉଭୟ ବେତନଭୋଗୀ ଓ ସ୍ୱାବଲମ୍ବୀ ବ୍ୟକ୍ତିମାନଙ୍କ ଠାରୁ ବ୍ୟକ୍ତିଗତ ଋଣରେ ବୃଦ୍ଧି ଆମେ ଦେଖୁଛୁ । ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମରେ ଆମର ପ୍ରାକ୍-ମଂଜୁର ଗ୍ରାହକମାନଙ୍କୁ କାର୍ ଋଚ୍ଚର ତୁରନ୍ତ ଚୂଡ଼ାନ୍ତ ମଂଜୁରି ଓ ଆବଂଟନ ଜରିଆରେ ଆମର ଲକ୍ଷାଧିକ ଗ୍ରାହକଙ୍କୁ ସଶକ୍ତ କରିବା ଲାଗି ଆମେ ତକ୍ରାର କାର୍ ଋଣ ଆବଂଟନର ଶୁଭାରମ୍ଭ କରିଛୁ । ବାଧାହୀନ ପ୍ରକ୍ରିୟା ସହିତ କାମ୍ କାଗଜପତ୍ରରେ ଏହି ଉତ୍ପାଦଗୁଡ଼ିକ ଆସିଛି ।
ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ରାଜ୍ୟର ନାଗରିକମାନଙ୍କୁ ଡିଜିଟାଲ୍ ସେବା ପ୍ରଦାନ କରିବା ଲାଗି ବିଭିନ୍ନ ସରକାରୀ ବିଭାଗ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏଥିରେ ଡିଜିଟାଲ୍ ସମାଧାନରେ ସାମିଲ ରହିଛି ଟ୍ରେଡ୍ ଲାଇସେନ୍ସ ସଂଗ୍ରହ, ହୋଲ୍ଡିଂ ଟିକସ, ଟେଣ୍ଡର ଫି’, ସମ୍ପତି ଆବଂଟନ ଫି, ବିଦୁ୍ୟତ ଓ ଜଳ ଭଳି ୟୁଟିଲିଟି ବିଲ୍, ଟିକଟର ଅନଲାଇନ୍ ବୁକିଂ, ଟ୍ରାନ୍ଜିଟ୍ ପାସ୍ ସେବା ଏବଂ ବିଭିନ୍ନ ବିଭାଗର ଇ-ଗଭର୍ଣ୍ଣର ଆପ୍ଲିକେସନ୍ ପାଇଁ ଏକ ୱେବ୍ ପୋର୍ଟାଲ୍ ଲାଗି ପେମେଂଟ୍ ଗେଟ୍ୱେ ।
ରାଜ୍ୟରେ ୪୫୦ ଟଚ୍ ପଏଣ୍ଟ -ଯେଉଁଥିରେ ରହିଛି ୧୬୦ ଶାଖା ଓ ୨୯୦ ଏଟିଏମର ଏକ ନେଟ୍ୱର୍କ ବ୍ୟାଙ୍କର ରହିଛି । ୧୬୦ଟି ଶାଖା ମଧ୍ୟରୁ ପ୍ରାୟ ୭୦% ଶାଖା ଅର୍ଦ୍ଧସହରାଚଂଳ ଓ ଗ୍ରାମାଚଂଳରେ ରହିଛି ।
ଓଡ଼ିଶାରେ ଗ୍ରାମାଂଚଳର ସଶକ୍ତୀକରଣ
ରାଜ୍ୟର ଗ୍ରାମୀଣ ଲୋକମାନଙ୍କୁ ସଶକ୍ତ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏହାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) କାର୍ଯ୍ୟକ୍ରମ, ଯାହା ରାଜ୍ୟର ଘରୋଇ ଋଣ ପ୍ରଦାନକାରୀମାନଙ୍କ ମଧ୍ୟରେ ଏକ ପ୍ରମୁଖ ଅଭିଯାନ ତାହା ଜରିଆରେ ବ୍ୟାଙ୍କ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତା ଭାବକୁ ସହାୟତା ପ୍ରଦାନ କରୁଛି । ରାଜ୍ୟରେ ପ୍ରାୟ ୫୦,୦୦୦ ମହିଳାଙ୍କୁ ନେଇ ଗଠିତ ୪,୨୦୦ ଏସଏଚଜିଙ୍କୁ ବ୍ୟାଙ୍କ କ୍ରମବର୍ଦ୍ଧିଷ୍ଣୁ ଭାବେ ଋଣ ଆବଂଟନ କରିଛି । ଏହି ଏସଏଚ୍ଜିଗୁଡ଼ିକ ଉଦ୍ୟମ କୃଷି, ଛେଳି ଓ ଗୋପାଳନ, ଶାଢ଼ି, ଛତୁ ଚାଷ, ହସ୍ତକଳା, ଧୂପକାଠି, ଖାଦ୍ୟ ଉତ୍ପାଦ ଓ ପ୍ରକ୍ରିୟାକରଣ ଭଳି ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ସେବା ପ୍ରଦାନ କରିବା ଲାଗି ଏସ୍ଏଚଜି ସଦସ୍ୟମାନଙ୍କୁ ବିଜନେସ୍ କରେସପଣ୍ଡେଂଟ୍ (ବିସି) ଭାବେ ନିଯୁକ୍ତ କରିବା ଲାଗି ବ୍ୟାଙ୍କ ପକ୍ଷରୁ ମିଶନ ଶକ୍ତି ଓ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ବିଭାଗ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ବ୍ୟାଙ୍କ ପକ୍ଷରୁ ୫୭୦ ଦୁର୍ଗମ ଅଂଚଳରେ ସେବା ପ୍ରଦାନ କରାଯାଉଛି ଯେଉଁଠାରେ ପୂର୍ବରୁ ବ୍ୟାଙ୍କ ସେବା ପହଂଚିନଥିଲା, ସେଠାରେ “ବ୍ୟାଙ୍କ ସଖି’ ନାମରେ ନିଜର ବିସି ନେଟ୍ୱର୍କ ଜରିଆରେ ସେବା ପ୍ରଦାନ କରାଯାଉଛି । ରାଜ୍ୟର ଉପେକ୍ଷୀତ ବର୍ଗଙ୍କ ଲାଗି ବ୍ୟାଙ୍କ ପକ୍ଷରୁ ପ୍ରାୟ ୨୧ ଲକ୍ଷ ଜିରୋ ବାଲାନ୍ସ ଖାତା ଖୋଲାଯାଇଛି ।
ଚାଷ ଓ ତତ୍ ସଂକ୍ରାନ୍ତୀୟ କାର୍ଯ୍ୟ ଓ ଏସ୍ଏଚ୍ଜିଗୁଡ଼ିକର ସୁବିଧା ପାଇଁ ବ୍ୟାଙ୍କ ପକ୍ଷରୁ ଗ୍ରାମାଂଚଳରେ ଚାଷୀମାନଙ୍କୁ ସେମାନଙ୍କ ଫସଲ, ଟ୍ରାକ୍ଟର ଏବଂ ଅନ୍ୟାନ୍ୟ ଚାଷ ଉପକରଣ କିଣିବା ଲାଗି ଋଣ ଦିଅଯାଉଛି । ବ୍ୟାଙ୍କ ଏହାର ଋଣ ସୁବିଧାକୁ କୃଷି, ମତ୍ସ୍ୟଚାଷ ଓ କୁକୁଡ଼ା ପାଳନରେ ନିୟୋଜିତ ଥିବା ଚାଷୀମାନଙ୍କ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଛି । ଚିଙ୍ଗୁଡ଼ି ଚାଷ ପାଇଁ ବ୍ୟାଙ୍କ ପକ୍ଷରୁ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଜଗତସିଂହପୁର ଭଳି ଉପକୂଳ ଅଂଚଳ ଉପରେ ଧ୍ୟାନ ଦିଆଯାଉଛି । ଟ୍ରାକ୍ଟର ଡିଲରମାନଙ୍କ ସହିତ ସହଯୋଗିତା ଜରିଆରେ ଚାଷ ଉପକରଣ ଋଚ୍ଚର ସମ୍ପ୍ରସାରଣ ଉପରେ ବ୍ୟାଙ୍କ ଗୁରୁତ୍ୱ ଦେଉଛି । ଟ୍ୟାବ୍ ଭିତିକ “ଏକ୍ସପ୍ରେସ୍ ଏଗ୍ରି’ ଆପ୍ଲିକେସନ୍ ଜରିଆରେ ଗ୍ରାମାଂଚଳରେ ଋଣ ପ୍ରଦାନର ୧୦୦% ଡିଜିଟାଲ୍କରଣ ହୋଇପାରିଛି । ରି-ୱାର୍କ ହ୍ରାସ ଓ ପ୍ରତ୍ୟକ୍ଷ କାଗଜପତ୍ର ପଠାଇବାରକୁ ହ୍ରାସ କରିବା ଏହା ଟର୍ଣ୍ଣଆରାଉଣ୍ଡ୍ ସମୟକୁ ଦ୍ରୁତ କରିବା ନିଶ୍ଚିତ କରିଛି । ପୁନଶ୍ଚ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବଢ଼ାଇବା ଲାଗି ବ୍ୟାଙ୍କ ପକ୍ଷରୁ ରାଜ୍ୟର ଗ୍ରାମାଚଂଳରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଇସିଆଇସିଆଇ ଗ୍ରୁପ୍ର ସିଏସ୍ଆର୍ ଶାଖା ଆଇସିଆଇସିଆଇ ଫାଉଣ୍ଡେସନ ଫର ଈଂକ୍ଲୁଜୀଭ ଗ୍ରୋଥ୍ ଜରିଆରେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଯାହା ବ୍ୟବସାୟ ଠାରୁ ଭିନ୍ନ । ଆଇସିଆଇସିଆଇ ଫାଉଣ୍ଡେସନର ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମରେ ଓଡ଼ିଶାର କିଛି ଜିଲ୍ଲା ଯଥା କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ସ୍ୱଳ୍ପ ସ୍ୱଚ୍ଛଳ ଲୋକମାନଙ୍କୁ ସ୍ଥାନୀୟ ଭାବେ ଉପଯୋଗୀ ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ଜରିଆରେ ନିରନ୍ତର ଜୀବିକା ପ୍ରଦାନ କରାଯାଉଛି । ବର୍ତମାନ ସୁଦ୍ଧା ଏହି ଅଭିଯାନ ଜରିଆରେ ଛେଳି ଚାଷ, ବାଡ଼ିପଛପଟେ କୁକୁଡ଼ା ପାଳନ ଏବଂ କିଚେନ୍ ଗାର୍ଡେନ୍, ସୋରିଷ ଓ ଛତୁ ଚାଷ, ମିଲେଟ୍ ଓ ଡାଲି ପ୍ରକ୍ରିୟାକାଣ ଜରିଆ କାର୍ଯ୍ୟକ୍ରମ ଜରିଆରେ ୬,୦୦୦ରୁ ଅଧିକ ହିତାଧିକାରୀ ଉପକୃତ ହୋଇଛନ୍ତି ।
ପୁନଶ୍ଚ, ଆଇସିଆଇସିଆଇ ଫାଉଣ୍ଡେସନ ଏହାର ଆଇସିଆଇସିଆଇ ଏକାଡେମି ଫର ସ୍କିଲ୍ସ ଜରିଆରେ ବିନା ମୂଲ୍ୟରେ ଧନ୍ଦାମୂଳକ ତାଲିମ ପ୍ରଦାନ କରୁଛି । ଆରମ୍ଭ ହେବା ପରଠାରୁ ଭୁବନେଶ୍ୱରରେ ଥିବା ଆଇସିଆଇସିଆଇ ଏକାଡେମିର କେନ୍ଦ୍ର ୨,୯୦୦ରୁ ଅଧିକ ଉପେକ୍ଷୀତ ବର୍ଗର ଯୁବପିଢ଼ିଙ୍କୁ ଧନ୍ଦାମୂଳକ ପ୍ରଶିକ୍ଷଣ ପ୍ରଦାନ କରିଛି ଏବଂ ଯେଉଁମାନେ ନିଯୁକ୍ତି ଚାହିଛନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ହାସଲ କରିବାରେ ସହାୟକ ହୋଇଛି ।

0
0
0
s2sdefault