ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଗଜପତି ଜିଲ୍ଲା ଅନ୍ତର୍ଗତ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି।
ଏହି ନିର୍ବାଚନରେ କାଶିନଗର ବ୍ଲକର ୨ ଗୋଟି ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୧୨ ଗ୍ରାମପଞ୍ଚାୟତର ୧୬୦ ମତଦାନ କେନ୍ଦ୍ର ଓ ଗୁମ୍ମା ବ୍ଲକ୍ ର ୨ ଗୋଟି ଜିଲ୍ଲାପରିଷଦ ଜୋନ୍ ଅନ୍ତର୍ଗତ ୨୦ ଗ୍ରାମପଞ୍ଚାୟତର ୨୪୦ ମତଦାନ କେନ୍ଦ୍ରରେ ଜିଲ୍ଲା ପରିଷଦ ସଭ୍ୟ , ସମିତି ସଭ୍ୟ , ସରପଞ୍ଚ ଓ ୱାର୍ଡ଼ ମେମ୍ବର ପଦବୀ ନିମନ୍ତେ ସଫଳ ମତଦାନ ହୋଇଛି।
କାଶିନଗର ବ୍ଳକରେ ମୋଟ ଭୋଟରଙ୍କ ସଂଖ୍ୟା ୪୨୭୬୨ ରହିଛନ୍ତି। ୧୨ ଟି ଗ୍ରାମପଞ୍ଚାୟତର ୧୬୦ ମତଦାନ କେନ୍ଦ୍ରରେ ୩୫୨୩୩ ଭୋଟର ମାନେ ମତଦାନ କରିଥିଲେ। ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୧୭୫୩୧ , ମହିଳା ସଂଖ୍ୟା ୧୭୭୦୨। କାଶିନଗର ବ୍ଳକରେ ୮୨.୩୯ % ଶତକଡା ମତଦାନ ହୋଇଥିବା ବେଳେ ଗୁମ୍ମା ବ୍ଲକ୍ ରେ ମୋଟ ଭୋଟରଙ୍କ ସଂଖ୍ୟା ୫୬୪୭୭ ରହିଛନ୍ତି। ୨୦ ଟି ଗ୍ରାମପଞ୍ଚାୟତର ୨୪୦ ମତଦାନ କେନ୍ଦ୍ରରେ ୪୬୩୧୩ ଭୋଟର ମାନେ ମତଦାନ କରିଥିଲେ। ସେଥିମଧ୍ୟରୁ ପୁରୁଷ ସଂଖ୍ୟା ୨୨୬୬୦ , ମହିଳା ସଂଖ୍ୟା ୨୩୬୫୩। ଗୁମ୍ମା ବ୍ଳକରେ ୮୨ % ଶତକଡା ମତଦାନ ହୋଇଥିବା ବେଳେ ଦୁଇ ଗୋଟି ବ୍ଲକ ରେ ମୋଟ ୮୨.୧୭% ଶତକଡା ମତଦାନ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି ।
ଚତୁର୍ଥ ପର୍ଯ୍ୟାୟରେ ଗୁମ୍ମା ବ୍ଲକର ସେରଙ୍ଗ ଗ୍ରାମ ପଞ୍ଚାୟତରେ ସର୍ବନିମ୍ନ ୬୫.୫୬% ଓ ବାଇଝଲ୍ ଗ୍ରାମ ପଞ୍ଚାୟତରେ ସର୍ବାଧିକ ୯୨.୧୮% ମତଦାନ ହୋଇଥିବା ଜଣାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ସଫଳ ମତଦାନ ଓ ବ୍ଲକବାସୀଙ୍କର ଆକୁଣ୍ଠିତ ସହଯୋଗ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଲିଙ୍ଗରାଜ ପଣ୍ଡା ଧନ୍ଯବାଦ ଜ୍ଞାପନ କରିଛନ୍ତି।
ରାଜ୍ୟ
ଚତୁର୍ଥ ପର୍ଯ୍ୟାୟରେ କାଶିନଗର ଏବଂ ଗୁମ୍ମା ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ : ୮୨.୧୭% ମତଦାନ
- Hits: 367