ପାଟଣାଗଡ଼, (ଯତୀନ୍ଦ୍ର ନନ୍ଦ ) ପ୍ରତେକଙ୍କୁ ଜଣା ଯେ କେନ୍ଦୁପତ୍ରକୁ ସବୁଜ ହୀରା ବୋଲି କୁହାଯାଇଥାଏ |ପ୍ରତିବର୍ଷ କେନ୍ଦୁପତ୍ରରୁ ରାଜ୍ୟସରକାର କୋଟି କୋଟି ଟଙ୍କାର ମୁନଫା ପାଇଥାଏ | ପୁଣି ସାରା ବିଶ୍ୱରେ ଓଡ଼ିଶା ପାଟଣାଗଡ଼ ବନଖଣ୍ଡର କେନ୍ଦୁପତ୍ର ଅତି ଉଚ୍ଚ ଉର୍ନ୍ନତ ମାନର ବୋଲି ସର୍ବତ୍ର ରହିଛି ଚାହିଦା | କିନ୍ତୁ ଏଠାରେ ବିଗତ କିଛି ବର୍ଷ ହେବ ଓଲଟା ଦେଖିବାକୁ ମିଳୁଛି | ଯେଭେଠୁ ଫରେଷ୍ଟର ମାନେ ରେଞ୍ଜର ଦାୟିତ୍ୱ ହାତକୁ ନେଲେ ସେହି ଦିନଠାରୁ ସରକାରଙ୍କୁ ଲାଭାଂଶ ମିଳୁନାହିଁ | କାହିଁକି ନା ଦୀର୍ଘ ଦିନ ହେବ ଓଡିଶା ସରକାର ପାଟଣାଗଡ଼ ବନଖଣ୍ଡ କୁ କୌଣସି ରେଞ୍ଜରବି ପୋଷ୍ଟିଙ୍ଗ କରିନାହାନ୍ତି | ଏ ବିଷୟରେ ତଳିଆ କର୍ମଚାରୀଙ୍କଠୁ ନେଇ ବରିଷ୍ଠ କର୍ମକର୍ତ୍ତା ଯାଏ କାହାରି ପାଖରେ ଏହାର ଉତ୍ତର ନାହିଁ | ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡ ଅଧୀନରେ ଥିବା 8 ଗୋଟି ରେଞ୍ଜ ମଧ୍ୟରୁ 7 ଟି ରେଞ୍ଜରେ ଫରେଷ୍ଟର ମାନେ ଦାୟିତ୍ୱ ତୁଲାଉଛନ୍ତି | ସେହି ମାନଙ୍କ ମଧ୍ୟରୁ କିଛି ଚାଟୁକାରିତା କରିବାରେ ପାରଙ୍ଗମ ଥିବା ଏକାଧିକ ଫରେଷ୍ଟର ସି.ସି.ଏଫ. ଓ ଡ଼ି.ଏଫ.ଓ. ଙ୍କୁ ମହାତ୍ମାଗାନ୍ଧୀ ଛାପା ନୋଟବିଡାର ମୋହରେ ପକାଇ ମନମାନି କାମ କରୁଛନ୍ତି | ଡିଭିଜନର କିଛିବି କାମ ଠିକ ସମୟରେ ହେଉ ନଥିବାର ଅଭିଯୋଗ ହୋଇଆସୁଛି | ପ୍ରକାଶ ଯୋଗ୍ୟକି, ସରକାରୀ ନିୟମ ଅନୁସାରେ ପ୍ରତି 18 ମାସରେ 2 ଗୋଟି ୟୁନିଫର୍ମ ଦେବା କଥା | କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହୋଇପଡ଼ିଛ ଯେ 2015 ମସିହାରୁ ଠାରୁ କାହାକୁବି ୟୁନିଫର୍ମ ଦିଆହୋଇନାହିଁ | ତଦନ୍ତ ସାପେକ୍ଷ | ଠିକ ସମୟରେ କାହାରିବି କାଗଜ ପତ୍ର କାମ ସରୁ ନାହିଁ| ଯଦି କେହି ଏହା ବିରୋଦ୍ଧରେ ମୁହଁ ଖୋଲେ ଉପରିସ୍ଥ ଅଧିକାରୀ ମାନେ ତା ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାରୁ କେହି ଆଉ କିଛି କହିବାକୁ ଚାହୁଁନାହାନ୍ତି | ଆଉ ଏକ ଲୋକହସା ବିଷୟଟି,ଜଣେ ଜଣେ ଷ୍ଟାଫ ଦୀର୍ଘ 8 ବର୍ଷ ଧରୀ ଗୋଟିଏ ଯାଗାରେ କାର୍ଯ୍ୟକରୁଥିଲେ ମଧ୍ୟ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରୁ ନାହାନ୍ତି? ଓଲଟା ଯେଉଁମାନେ ପ୍ରସଙ୍ଗ ଉଠାଇବାକୁ ଗଲେ ତାଙ୍କୁ ବିଭିନ୍ନ ଆଳ ଦର୍ଶାଇ ଅନ୍ୟତ୍ର ବଦଳି କରି କେବଳ ହଇରାଣ କରାଯାଉଛି | ଯାହାର ଏକ ଗୋପନୀୟ ତଦନ୍ତର ଆବଶ୍ୟକ ରହିଛି | କଣକି, 'ରକ୍ଷକ ଏଠି ଭକ୍ଷକ ସାଜି ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବା ସହ ରାଜ୍ୟ ଅର୍ଥକୋଷ ଭଣ୍ଡାରକୁ କ୍ଷତି ପହଞ୍ଚାଇ ନିଯେ ନିଯେ କୋଟି ପତି ବନୁଥିବାରୁ ଏହାର ତଦନ୍ତ ଆବଶ୍ୟକ ମନେକରାଯାଉଛି | ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାର ରହସ୍ୟ ପର୍ଦାଫାଶ କରିବାକୁ ଦାବୀ ହୋଇଛି |
ରାଜ୍ୟ
ପାଟଣାଗଡ଼ କେନ୍ଦୁପତ୍ର ବନଖଣ୍ଡ ବିଭାଗରେ ଚାଲିଛି ଫରେଷ୍ଟର ମାନଙ୍କର ଏକଛତ୍ର ଶାସନ !!
- Hits: 491