-
ସରିଲା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ଚତୁର୍ଥ ପର୍ଯାୟ
-
ବରଗଡ଼ ଜିଲ୍ଲାରେ ହୋଇଛି ୮୪. ୮୭ପ୍ରତିଶତ ମତଦାନ
ବରଗଡ :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ରେ ମତଦାନ କରାଯାଇଥିଲା । ଏହି ନିର୍ବାଚନ ଅବସରରେ ସୋହେଲାର ପଣ୍ଡକିପାଳି ଗ୍ରାମରେ ଦେଖିବାକୁ ମିଳିଥିଲା ନିର୍ବାଚନୀ ହିଂସା । ଖୋଦ ବରଗଡ଼ ସାଂସଦ ସୁରେଶ ପୂଜାରୀ ଙ୍କର ସୋହେଲା ପ୍ରତିନିଧି ନୃପରାଜ ନାୟକ ଓ ତାଙ୍କର ସହଯୋଗୀ ମାନେ ବିଜୁ ଜନତା ଦଳର କର୍ମୀ ପହିଲ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ପହିଲଙ୍କୁ ଲହୁଲୁହାଣ କରି ଦେଇଥିଲେ । ପ୍ରାପ୍ତ ସୂଚନା ମୁତାବକ ପହିଲ ଙ୍କର ଗୋଡ଼ ଭାଙ୍ଗି ଯିବା ସହିତ ଶରୀରର ସର୍ବତ୍ର କ୍ଷତାକ୍ତ ହୋଇ ଯାଇଛି । ପ୍ରାଥମିକ ଚିକିତ୍ସା ପରେ ପହିଲ ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବିଜେପି ଦଳର ଏହି ଆକ୍ରମଣ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାର ଙ୍କର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଘୋର ନିନ୍ଦା କରିଛନ୍ତି । ଅନ୍ୟପଟେ ଶ୍ରୀ ସାହୁ ଙ୍କର ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ କୁ ନିନ୍ଦା କରି ବରଗଡ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ ତ୍ରିପାଠୀ କହିଛନ୍ତି ଯେ ଗଣତନ୍ତ୍ର ରେ ହିଂସାର କୋଣସି ସ୍ଥାନ ନାହିଁ । ଚଳିତ ପଞ୍ଚାୟତ ନିର୍ବାଚନ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ତାର ଅସ୍ତିତ୍ୱ ହରାଇବାକୁ ଯାଉଛି । ମୁଖ୍ୟତଃ ବରଗଡ଼ ଜିଲ୍ଲାରେ ନିଜର ଅସ୍ଥିତ ବଞ୍ଚାଇବା ବିଜେପି ହିଂସାକାଣ୍ଡ ଘଟାଇ ଚାଲିଛି । ବିଜେଡ଼ି କର୍ମୀ ମାନଙ୍କୁ ମାଡ଼ ମାରି ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିବା ସହିତ ପରୋକ୍ଷ ଭାବରେ ଲୋକଙ୍କୁ ଭୟଭୀତ କରାଇ ଭୋଟ ହଟେଇବା ପାଇଁ ପ୍ରୟାସ କରୁଛି ବିଜେପି । ବରଗଡ଼ ବାସୀ ଚାରିଗୋଟି ପର୍ଯାୟ ରେ ଏହାର ଜବାବ ଦେଇଥିବା ବେଳେ ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ମଧ୍ୟ ବିଜେପି କୁ ଭୋଟ ମାଧ୍ୟମ ରେ କଡା ଜବାବ ଦେବେ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ଆଜି ଜିଲ୍ଲାରେ ସମୁଦାୟ ୮୪.୮୭ ପ୍ରତିଶତ ମତଦାନ ହୋଇଥିବା ସ୍ୱଚନା ମିଳିଛି ।